‘ବାବା କା ଢ଼ାବା’ର ମାଲିକ କାନ୍ତା ପ୍ରସାଦ କଲେ ଆତ୍ମହତ୍ୟା ଉଦ୍ୟମ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଥିବା ‘ବାବା କା ଢ଼ାବା’ର ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କୁହାଯାଉଛି କି, ବଡ଼ ପୁଅ ଅଜୟ ଗୁରୁବାର ସନ୍ଧ୍ୟା ପାଖାପାଖି ସାଢ଼େ ୫ଟା ବେଳେ କାନ୍ତା ପ୍ରସାଦଙ୍କୁ ବେହୋସ ଅବସ୍ଥାରେ ପାଇଥିଲେ, ଯାହା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଜୟ କହିଛନ୍ତି, କାନ୍ତା ପ୍ରସାଦ ଗୁରୁବାର ସକାଳୁ ଘରୁ ବାହାରି ଯାଇଥିଲେ। ସେହି ସମୟରେ ସେ ବହୁତ ଚିନ୍ତିତ ଥିଲେ। ଜଣାପଡିଥିଲା କି, ବାବା ମଦ ପିଇ ନିଦ ବଟିକା ଖାଇ ନେଇଛନ୍ତି ଏବଂ ଲୋକଙ୍କୁ କ୍ଷମା ମାଗି ନିଜ ଢ଼ାବାରେ ଆସି ଶୋଇ ଯାଇଥିଲେ। ଯେତେବେଳେ ଆମେ ଦେଖିଲୁ ତ ସେ ବେହୋସ ଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ।

ଅଜୟ କହିଛନ୍ତି କି, ୟୁଟ୍ୟୁବର ଗୌରବ ବାସନ ଓ ବାବାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା, ଯେଉଁ କାରଣରୁ ଲୋକେ ମୋ ବାବାଙ୍କୁ କମେଣ୍ଟ ମାରୁଥିଲେ। ଲୋକଙ୍କ ଗାଳି ଶୁଣି ଶୁଣି ସେ ବ୍ୟସ୍ତ ବିବ୍ରତ ଏବଂ ଚିନ୍ତିତ ହୋଇପଡିଥିଲେ, ଯେଉଁଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.