ଯାତନା ଏତେ ଥିଲା ତାଡି ନେଇଥିଲେ ଆଖି, ତଥାପି ଭାଙ୍ଗି ପଡିନଥିଲା କ୍ୟାପଟେନ୍ ସୌରଭଙ୍କ ସାହସ . . . ପଢନ୍ତୁ କାରଗିଲ ବୀରଙ୍କ ବୀରତ୍ବ ଗାଥା

ହିମାଚଳ ପ୍ରଦେଶ ପାଲମପୁରର କ୍ୟାପଟେନ୍ ସୌରଭ କାଲିଆ । ଭାରତୀୟ ସେନାର ଏମିତି ଜଣେ ସାହସୀ ଅଫିସର ଥିଲେ ଯାହାଙ୍କ ବିନା ଅଧୁରା କାରଗିଲ୍ ଯୁଦ୍ଧର କାହାଣୀ । ଏହି ଯୁଦ୍ଧରେ ସେ ନିଜ ଅଦମ୍ୟ ସାହସ ଏବଂ ବୀରତାର ମିଶାଲ୍ କାଏମ କରିଛନ୍ତି । ୧୨ ଡିସେମ୍ବର ୧୯୯୮ ରେ ଭାରତୀୟ ସେନାରେ କମିଶନ ଅଧିକାରୀ ଭାବରେ ଯୋଗ ଦେଇଥିଲେ ସୌରଭ । ତାଙ୍କର ପ୍ରଥମ ନିଯୁକ୍ତି କାରଗିଲରେ ହୋଇଥିଲା । ୩୧ ଡିସେମ୍ବର ୧୯୯୮ରେ ଜାଟ୍ ରେଜିମେଣ୍ଟାଲ ସେଣ୍ଟର ବରେଲୀରେ ପହଂଚିବା ପରେ ଜାନୁଆରୀ ୧୯୯୯ରେ ପହଂଚିଥିଲେ କାରଗିଲରେ ।

ବିତି ଯାଇଥିଲା ମେ’ ମାସର ପ୍ରଥମ ଦୁଇ ସପ୍ତାହ । କାରଗିଲରେ ଏଯାଏଁ ଅନୁପ୍ରବେଶକାରୀଙ୍କୁ ନେଇ କେବଳ ଆକଳନ କରାଯାଉଥିଲା । ଏହାରି ମଧ୍ୟରେ ସୌରଭଙ୍କୁ ମିଳିଥିଲା ବଡ଼ ଦାୟିତ୍ବ । ନିଜର ପାଞ୍ଚ ସାଥୀ ଅର୍ଜୁନ ରାମ, ଭଂୱର ଲାଲ୍, ଭୀଖା ରାମ, ମୁଲା ରାମ ଏବଂ ନରେଶ୍ ସିଂହଙ୍କୁ ଯାଂଚ କରିବା ପାଇଁ ପଠାଯାଇଥିଲା । ଯାହା ଫଳରେ ସ୍ଥିତି କଣ ଅଛି ଜଣା ପଡିବ ।

sourav kaliaଏହା ମଧ୍ୟରେ ୧୫ମେ’କୁ ଜଣା ପଡିଥିଲା ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ସୀମା ଆଡକୁ ଅଗ୍ରସର ହେଉଛନ୍ତି । ବାସ୍ ଏହା ପରେ ଶତ୍ରୁକୁ ସାମ୍ନା କରିବାକୁ ବାହରିପଡିଥିଲେ ସୌରଭ । ଆଉ ପରିସ୍ଥିତିକୁ ଆଖି ଆଗରେ ରଖି ନିଜ ପୋଜିସନକୁ ଆସିଗଲେ । ଯଦିଓ ପୁରା ପ୍ରସ୍ତୁତ ହୋଇ ଆସିଥିଲେ ଶତ୍ରୁ କିନ୍ତୁ ସୌରଭଙ୍କ ସାହସ ତାଙ୍କ ହତିୟାର୍ ଉପରେ ପଡିଥିଲା ଭାରି । ପ୍ରଥମେ ନିଜ ଅଧିକାରୀଙ୍କୁ ଏନେଇ ସୂଚନା ଦେଇଥିଲେ ସୌରଭ ଆଉ ତାପରେ ଶେଷ ନିଶ୍ବାସ ଯାଏଁ ଲଢିବାକୁ ନେଇଥିଲେ ନିଷ୍ପତ୍ତି । ସୌରଭ ଏବଂ ତାଙ୍କ ସାଥୀଙ୍କ ଶରୀରରେ ଶତ୍ରୁଙ୍କ ଅନେକ ଗୁଳି ବାଜିନଥିଲେ ମଧ୍ୟ ହାର ମାନିନଥିଲେ ସେମାନେ ।

ଏହା ସହ ପଢନ୍ତୁ ୧୮ହଜାର ଫୁଟ ଉଚ୍ଚ, ୫୨୭ ଯବାନ୍ ସହିଦ୍ : ଜାଣନ୍ତୁ କେମିତି କାରଗିଲ୍‌ରେ ଉଡିଥିଲା ତ୍ରିରଙ୍ଗା

ସୌରଭଙ୍କ ସାହସଙ୍କୁ ସାମ୍ନା କରିପାରିନଥିଲେ ଶତ୍ରୁ ଆଉ ପଛ ପଟୁ ଆକ୍ରମଣ କରିବାକୁ କରିଥଲେ ଯୋଜନା । ଆଉ ଏଥିରେ ସେମାନେ ସଫଳ ହୋଇଥିଲେ । ଚାରିପଟୁ ସେମାନେ ସୌରଭ ଏବଂ ତାଙ୍କ ସାଥୀଙ୍କୁ ବନ୍ଦି କରିଦନେଇଥିଲେ । ଭାରତର ଗୁପ୍ତ ତଥ୍ୟ ଜାଣବା ପାଇଁ ସେମାନଙ୍କୁ ପ୍ରାୟ ୨୨ ଦିନ ଯାଏଁ ନିଜ କବଜାରେ ରଖିଥିଲା ଶତ୍ରୁ ଦେଶ । ଯେତେ ଯାତନା ଦେଲେ ବି ଭାଙ୍ଗି ପଡିନଥିଲେ ସୌରଭ ।
ସୌରଭଙ୍କ କାନରେ ଗରମ ଲୁହା ରଡ ଭର୍ତ୍ତି କରିଥିଲା ଶତ୍ରୁ ସେନା । ଆଖି ତାଡି ନେଇଥିଲେ । ହାଡ ମଧ୍ୟ ଭାଙ୍ଗିଦେଲେ । ଆହୁରୀ ଅନେକ ପ୍ରକାର ଯାତନା ମଧ୍ୟ ଦେଇଥିଲେ । ହେଲେ ଭାଙ୍ଗି ନଥିଲା ସୌରଭଙ୍କ ସାହସ । ଶେଷରେ ସେ ନିଜ ଜୀବନର ବଳିଦାନ ଦେଇ ହେଲେ ଭାରତମାତାକୁ କରିଥିଲେ ଗର୍ବିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.