ଆରମ୍ଭ ହେଉଛି କାର୍ତ୍ତିକ ମାସ, ଯୋଗ ନିଦ୍ରାରେ ଯିବେ ଭଗବାନ ବିଷ୍ଣୁ

ହିନ୍ଦୁ ଧର୍ମରେ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ଧରାଯାଏ । ଏହା ଚର୍ତୁମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ । ଏହାଛଡା କାର୍ତ୍ତିକ ମାସରେ ଧନ ଏବଂ ଧର୍ମର ସମ୍ବନ୍ଧ ରହିଥାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ବିବାହ କରିବା ସର୍ବୋତ୍ତମ ରହିଥାଏ । ଏହି ମାସରେ ଦୀପଦାନ ଏବଂ ଦାନ କରିବା ଦ୍ୱାରା ଅକ୍ଷୟ ଶୁଭ ଫଳ ମିଳିଥାଏ । ଏଥର କାର୍ତ୍ତିକ ମାସ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ଏହି ମାସରେ ନିରାମିଷ ଏବଂ ବିନା ପିଆଜ ରସୁଣ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଏ । ସୂର୍ଯ୍ୟ କିରଣରେ ଗାଧୋଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଉତ୍ତମ ହୋଇଥାଏ । ଏହି ମାସରେ ଦ୍ୱିପ୍ରହରରେ ମଧ୍ୟ ଶୋଇବାକୁ ମନା କରାଯାଇଛି ।

kartika maas

କାର୍ତ୍ତିକ ମାସ ଶ୍ରୀହରିଙ୍କ ଅôୟନ୍ତ ପ୍ରିୟ ମାସ । ସେଥିପାଇଁ ମା’ ଲକ୍ଷ୍ମୀଙ୍କ ପ୍ରିୟ ମାସ ମଧ୍ୟ କାର୍ତ୍ତିକ ହୋଇଥାଏ । ଏହି ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିଥାନ୍ତି ପରେ ଯୋଗ ନିଦ୍ରାରୁ ଉଠି ସମଗ୍ର ସୃଷ୍ଟିରେ ଆନନ୍ଦ ଏବଂ କୃପା ବର୍ଷା କରନ୍ତି । ଏହି ମାସରେ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି ଏବଂ ଭକ୍‌ତଙ୍କୁ ଅପାର ଧନ ଦିଅନ୍ତି । ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପ୍ରତି ମାସରେ ଧନ ତ୍ରେୟାଦଶୀ, ଦୀପାବଳି ଏବଂ ଗୋପାଷ୍ଟମୀ ପାଳନ କରାଯାଏ । ଏହି ମାସରେ ବିଶେଷ ପୂଜା ଏବଂ ପ୍ରୟୋଗ କରିବା ଦ୍ୱାରା ମଧ୍ୟ ଅପାର ଧନ ପାଇବେ ଏବଂ କରଜରୁ ମୁକ୍‌ତ ହେବେ ।

ପାରିବାରିକ ଏବଂ ବୈବାହିକ ଜୀବନରେ ତୁଳସୀ ପୂଜା ସବୁଠାରୁ ଉତ୍ତମ ବୋଲି କୁହାଯାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ପୂଜା କରିବାର ସର୍ବଶ୍ରେଷ୍ଠ ମାସ କାର୍ତ୍ତିକ ମାସ ହୋଇଥାଏ । କାର୍ତ୍ତିକ ମାସରେ ସବୁ ଦିନ ଉତ୍ତମ । ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଦୀପ ଲଗାଇ ପାରିବାରିକ ଜୀବନ ସୁଖମୟ ଏବଂ ବୈବାହିତ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ ।

Leave A Reply

Your email address will not be published.