ଜାଣନ୍ତୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ନଦୀରେ ସ୍ନାନ ଓ ଦୀପଦାନ କରିବାର ମହତ୍ତ୍ୱ

କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ଗଙ୍ଗା ସ୍ନାନ, ଦୀପଦାନ, ଯଜ୍ଞ ଏବଂ ଈଶ୍ୱର ଉପାସନାର ବିଶେଷ ମହତ୍ତ୍ୱ ରହିଛି। ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବରର ୧୯ରେ ପଡୁଛି। କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଞ୍ଚ ଦିନ ଯାଏଁ ପାଳନ କରାଯାଏ। ଏକାଦଶୀରୁ ଉତ୍ସବ ଆରମ୍ଭ ହୁଏ ଓ ପୂର୍ଣ୍ଣିମା ଦିନ ଶେଷ ହୁଏ। ଏହି ଦିନ ନଦୀରେ ସ୍ନାନ ଏବଂ ଦୀପ ଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା ସ୍ନାନ ପରେ ଦୀପ ଦାନ କରିବାର ୫ ଟି ଲାଭ ।

ସ୍ନାନର ମହତ୍ତ୍ୱ : ହରିଶୟନ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ନିଦ୍ରାରେ ଯାଆନ୍ତି । ପୁଣି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀରେ ଭଗବାନ ବିଷ୍ଣୁ ନିଦ୍ରା ତ୍ୟାଗ କରନ୍ତି । ଯାହାକୁ ଦେବୋଥ୍ଥାନ ଏକାଦଶୀ ବୋଲି କୁହାଯାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ଯମୁନା କୂଳରେ ସ୍ନାନ କରି ଦିୱାଲୀ ପାଳନ କରନ୍ତି। କାର୍ତ୍ତିକ ମାସରେ ପବିତ୍ର ନଦୀରେ ସ୍ନାନ କରିବାର ପ୍ରଥା ରହିଆସଛି। ଏହି ମାସରେ, ଶ୍ରୀ ହରି କେବଳ ପାଣିରେ ବାସ କରନ୍ତି । ମଦନପାରିଜାତଙ୍କ ଅନୁଯାୟୀ, କାର୍ତ୍ତିକ ମାସରେ, ଚନ୍ଦ୍ର ଏବଂ ତାରାଙ୍କ ଉପସ୍ଥିତିରେ ଇନ୍ଦ୍ରିୟମାନଙ୍କ ଉପରେ ସଂଯମତା ରଖିବା ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ପୁଣ୍ୟ ପାଇବା ପାଇଁ ଏହି ଧର୍ମମାସରେ ନିୟମିତ ସ୍ନାନ କରିବା ଉଚିତ୍। ବିଶେଷ କରି ପୂର୍ଣ୍ଣିମା ଦିନ ସ୍ନାନ କରିବା ବହୁତ ଭଲ ବୋଲି ବିବେଚନା କରାଯାଏ।

ଏହି ଦିନ କରାଯାଇଥିବା କାମ ଘରକୁ ସୁଖ ସମୃଦ୍ଧି ଆଣିଥାଏ ବୋଲି କୁହାଯାଏ। ଏହି ଦିନ ଘିଅ ଦୀପ ଦାନ କଲେ ସମ୍ପତ୍ତି ବଢିଥାଏ ଏବଂ ଗ୍ରହଯୋଗ କଷ୍ଟ ଦୂର ହୋଇଥାଏ ବୋଲି କୁହାଯାଏ। କାର୍ତ୍ତିକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁଙ୍କୁ ଭଗବାନ ଶିବଙ୍କ ଅପାର କୃପା ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ। ଏହାପରେ ଶୁଦ୍ଧ ଘିଅରେ ଦୀପ ଜାଳି ବିଧି ବିଧାନ ଅନୁସାରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ଉଚିତ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରେ ଦୀପ ମଧ୍ୟ ଜାଳିବା ଉଚିତ।

ତେବେ ଆସନ୍ତୁ ଜାଣିବା ଏହି ଦିନ ଦୀପଦାନ କଲେ କେଉଁ ସବୁ ଲାଭ ମିଳିଥାଏ ।

ଦୀପଦାନ : ବିଶ୍ୱାସ ଅନୁଯାୟୀ ଦେବ ଦୀପାବଳି ଦିନ ସମସ୍ତ ଦେବତା ଦୀପ ପ୍ରଜ୍ୱଳିତ କରି ନିଜ ଖୁସିର ପ୍ରସର୍ଣ୍ଣତା ପାଇଁ ଗଙ୍ଗା ନଦୀ ଘାଟକୁ ଆସିଥାନ୍ତି। ସେଥିପାଇଁ ଦୀପଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଏକ ଦୀପ ଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ବଢିଥାଏ ଓ ସବୁ ସମସ୍ୟା ଦୂର ହୋଇଥାଏ ।

ଅସୁବିଧାରୁ ମୁକ୍ତି: ନଦୀ, ପୋଖରୀ ଇତ୍ୟାଦି ସ୍ଥାନରେ ଦୀପ ଦାନ କଲେ ସମସ୍ତ ପ୍ରକାର ଅସୁବିଧା ସମାପ୍ତ ହୁଏ ଏବଂ ଅକାଳ ମୃତ୍ୟୁ ହୁଏ ନାହିଁ। ବ୍ୟକ୍ତି ଯମ , ଶନି, ରାହୁ ଏବଂ କେତୁଙ୍କ ଖରାପ ପ୍ରଭାବରୁ ରକ୍ଷା ପାଇଥାଏ । ସମସ୍ତ ପ୍ରକାର, ଘରୋଇ ବିବାଦ ଏବଂ ଅସୁବିଧାକୁ ଏଡାଇବା ପାଇଁ ଦୀପ ଦାନ କରନ୍ତି ।

କରଜରୁ ମୁକ୍ତି : ଏହି ଦିନ ଦୀପ ଦାନ କଲେ ବ୍ୟକ୍ତି ସମସ୍ତ କରଜରୁ ମୁକ୍ତି ପାଇଥାଏ ।

ପୁନର୍ଜନ୍ମର କଷ୍ଟ ଦୂର ହୋଇଥାଏ : କାର୍ତ୍ତିକ ପୂର୍ଣ୍ଣିମାରେ ସନ୍ଧ୍ୟା ସମୟରେ ଦୀପଦାନ କରିବା ଦ୍ୱରା ବ୍ୟକ୍ତି କରିଥିବା ପୁନର୍ଜନ୍ମର ଜନ୍ମର ପାପ ସବୁ କ୍ଷୟ ହୋଇଥାଏ । ଏବଂ ଏହି ଦିନ ଦୀପଜାଳି ପୁଣ୍ୟ ଅର୍ଜନ କରିଥାଏ ।

ମନୋକାମନା ପୂର୍ଣ୍ଣ : ଏହି ଦିନ, ଗଙ୍ଗା କୂଳରେ ସ୍ନାନ କରି ଏକ ଦୀପ ଜାଳନ୍ତୁ ଏବଂ ଦେବତାମାନଙ୍କୁ ଯେକୌଣସି ଇଚ୍ଛା ବିଷୟରେ ପ୍ରାର୍ଥନା କରନ୍ତୁ । ଏହା କରିବା ଦ୍ୱାରା ସବୁ କାମନା ପୂର୍ଣ୍ଣ ହୋଇଥାଏ ।

ଧନ ସମୃଦ୍ଧତା ବୃଦ୍ଧି ହୁଏ : କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ। ଏହାପରେ ଶୁଦ୍ଧ ଘିଅରେ ଦୀପ ଜାଳି ବିଧି ବିଧାନ ଅନୁସାରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ଏହା ଦ୍ୱାରା ଧନ ଏବଂ ସମୃଦ୍ଧତା ଘରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.