କାକଟପୁର ଅଞ୍ଚଳରେ ଫଳିଲା କାଶ୍ମୀର ସେଓ, ଗ୍ରୀଷ୍ମ ପରିବେଶରେ ଏହି ଫଳ ଫଳିବା ପରେ ଆଶ୍ଚର୍ଯ୍ୟ ଲୋକେ

ଓଡ଼ିଶାର ଉପକୂଳ ଅଞ୍ଚଳ ତାହା ପୁଣି ସମୁଦ୍ର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ସେଓ ଗଛରେ ଫଳିଛି ସେଓ । ଶୁଣିକି ଆଶ୍ଚର୍ଯ ଲାଗୁଛିନା? କିନ୍ତୁ ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମରେ ।

କାକଟପୁର(କେନ୍ୟୁଜ୍): ଓଡ଼ିଶାର ଉପକୂଳ ଅଞ୍ଚଳ ତାହା ପୁଣି ସମୁଦ୍ର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ସେଓ ଗଛରେ ଫଳିଛି ସେଓ । ଶୁଣିକି ଆଶ୍ଚର୍ଯ ଲାଗୁଛିନା? ତେବେ ସେଓ କଥା ପଡିଲେ ଆମ ମାନଙ୍କ ମନରେ ଧାରଣା ଆସିଥାଏ ଯେ ଏହା ଶୀତଳ ଜଳବାୟୁ ଯେମିତିକି ଜାମୁ କାଶ୍ମୀର କିମ୍ବା ହିମାଚଳପ୍ରଦେଶରେ ବିଶେଷ ଭାବରେ ଚାଷ କରାଯାଇଥାଏ। କିନ୍ତୁ ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମରେ ।

କୁରୁଜଙ୍ଗ ଗ୍ରାମ ନିକଟ କାକଟପୁର ଏବଂ କୋଣାର୍କ ରାସ୍ତା କଡରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ବଗିଚାରେ ହିମାଚଳପ୍ରଦେଶରେ ଫଳୁଥିବା ଅନା ଏବଂ ଗୋଲ୍ଡେନ ଡୋର ସେଟ ଏହି ଦୁଇଟି ପ୍ରଜାତିର ସେଓ ଫଳିଥିବା ଦେଖିବାକୁ ମିଳିଛି। ସମୁଦ୍ର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ସେଓ ବଗିଚା ରହିବା ଏବଂ ସେଥିରେ ସେଓ ଫଳିବା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର ପ୍ରତିଷ୍ଠାତା ଏନ . ଏ . ଶାହ . ଅନସାରି ଜଣେ ପରିବେଶ ପ୍ରେମୀ।

apple

ତିନିବର୍ଷ ପୂର୍ବେ ଅନସାରି ବାବୁ ହିମାଚଳପ୍ରଦେଶର ଘୁମାରୋଇନି ଜିଲ୍ଲାର ଜହରି ଗ୍ରାମରୁ ଅନା ଓ ଗୋଲ୍ଡେନ ଡୋର ସେଟ ଦୁଇଟି ପ୍ରଜାତିର ପ୍ରାୟ ଚାରିହଜାର ସେଓ ଚାରା ଆଣିଥିଲେ। ନମସ୍କାର ରେଡିଓ ବଗିଚାରେ ପରୀକ୍ଷାମୂଳକ ଭାବରେ ପ୍ରାୟ ୧୦୦ ଟି ଚାରା ରୋପଣ କରିଥିଲେ। ସାଧାରଣ ଭାବରେ ଶୀତଳ ପରିବେଶରେ ବଢୁଥିବା ସେଓ ଗଛ ଗୁଡିକ କାକଟପୁର ଅଞ୍ଚଳରେ ଗ୍ରୀଷ୍ମ ପରିବେଶରେ ଭଲ ବଢିଥିବା ବେଳେ ଚଳିତ ବର୍ଷ ସେଥିରେ ଫୁଲ ଫୁଟିବା ସହ ସେଓ ଫଳିବା ଦେଖିବାକୁ ମିଳିଛି। ଗତବର୍ଷ ମଧ୍ୟ ଏହି ବଗିଚାରେ ସେଓ ଫଳିଥିଲା କିନ୍ତୁ ଚଳିତବର୍ଷ ଗତବର୍ଷ ଠାରୁ ଅଧିକ ମାତ୍ରାରେ ଫୁଲ ଫୁଟିବା ସହିତ ଅଧିକ ମାତ୍ରାରେ ଫଳ ଫଳିଥିବା ଦେଖିବାକୁ ମିଳିଛି ।

ରେଡିଓ ନମସ୍କାର ବଗିଚାରେ ସେଓ ଗଛ ରହିବା ସହିତ ଅନେକ କିସମର ଆମ୍ବ ,ପଣଶ ,ପିଜୁଳି ,ଲିଚୁ ,ସପେଟା ଭଳି ବିର୍ଭିନ ପ୍ରଜାତିର ଫଳ ଗଛ ମଧ୍ଯ ରହିଥିବା ଦେଖିବାକୁ ମିଳିଛି। ଏକ ବେତାରକେନ୍ଦ୍ରରେ ଏତେ ସଂଖ୍ଯକ ଫଳଗଛ ରହିବା ଏବଂ ଲୋକମାନଙ୍କୁ ସହଜରେ ସୁଲଭ ଦରରେ ଫଳଗଛ ଯୋଗାଇଦେବା ଅନ୍ଯ କେଉଁ ବେତାର କେନ୍ଦ୍ରରେ ଦେଖିବାକୁ ମିଳେନି।

ansari

ତେବେ ପ୍ରଥମେ ରେଡିଓ ନମସ୍କାର କେନ୍ଦ୍ର ବଗିଚାରେ ସେଓ ଗଛରେ ସେଓ ଫଳିବା ପରେ ଲୋକମାନେ ଏହି ସେଓ କୁ ଦେଖିବାପାଇଁ ଆସୁଥିବା ବେଳେ ଏଠାରୁ ସେଓ ଚାରା କିଣିନେଇ ନିଜ ବାଡି ବଗିଚା ରେ ଲଗାଇଥିବା କହିଛନ୍ତି ଅନସାରି ବାବୁ। ଶୀତଳ ଜଳବାୟୁରେ ସାଧାରଣତଃ ସେଓ ଫଳୁଥିବା ବେଳେ ଗ୍ରୀଷ୍ମ ଜଳବାୟୁରେ ସେଓ ଫଳାଇବା ପାଇଁ ହିମାଚଳପ୍ରଦେଶ ର ହିମାଚଳ ଆପେଲ ରେସର୍ଚ ସେନ୍ଟରର ବୈଜ୍ଞାନିକ ମାନେ ଆନା ଏବମ ଗୋଲ୍ଡେନ ଡୋର ସେଟ ଦୁଇଟି ପ୍ରଜାତିର ସେଓ ପ୍ଳାଣ୍ଟକୁ ଆବିଷ୍କାର କରିଛନ୍ତି।

ତେବେ ଏହି ପ୍ରଜାତିର ସେଓ ଗଛ ୪୦ ଡିଗ୍ରୀ ତାପମାନ ଅଞ୍ଚଳରେ ବଢିବ ସହିତ ସେଥିରେ ସେଓ ଫଳିବାର କ୍ଷମତା ରହିଛି। ଏକଥା ପ୍ରଚାର ହେବାପରେ ଏହି ସେଓ ଗଛକୁ ଦେଖିବା ପାଇଁ କାକଟପୁର ଏବଂ କୋଣାର୍କ ଅଞ୍ଚଳର ଲୋକମାନଙ୍କ ଭିଡ ଲାଗିରହିଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.