ଘୋଡା ନାଲ କରିପାରେ ମାଲାମାଲ୍‌, କେବଳ କରିବାକୁ ହେବ ଏହି ଛୋଟ ଉପାୟ

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବହୁ ଉପାୟ ଦିଆଯାଇଛି । ରତ୍ନ ଧାରଣ ଠାରୁ ଆରମ୍ଭ କରି ପୂଜା ପାଠ ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତ ହୋଇପାରନ୍ତି । ଏମିତି ଏକ ବସ୍ତୁ ଅଛି ଯାହା ପୁରା ଘରକୁ ଖରାପ ଶକ୍ତି ଠାରୁ ଦୂରେଇ ରଖିବା ସହ ଧନ ସମ୍ପର୍କିତ ସମସ୍ୟାକୁ ସମାଧାନ କରିଥାଏ । ଏ ହେଉଛି ଘୋଡା ନାଲ । କେହି ଏହାକୁ ଆଙ୍ଗୁଠିରେ ମୁଦି କରି ପିନ୍ଧିଥାନ୍ତି । ଶାସ୍ତ୍ରରେ ଘୋଡା ନାଲର ବହୁ ଉପାୟ ଦିଆଯାଇଛି । ଯାହାଦ୍ୱାରା ଆର୍ଥିକ ସମସ୍ୟାରୁ ରକ୍ଷା ପାଇପାରିବେ ।

ଧନ ଲାଭ

ଟଙ୍କା ପାଇଁ ଚିନ୍ତିତ ଥିଲେ ବା ଅନାବଶ୍ୟକ ଖର୍ଚ୍ଚ ବଢ଼ିଗଲେ କଳା ଘୋଡ଼ା ନାଲକୁ କଳା କପଡାରେ ବାନ୍ଧି ଧନ ସ୍ଥାନରେ ରଖି ଦିଅନ୍ତୁ । ଧନ ପୁରି ରହିବ କେବେ ଧନର ଅଭାବ ହେବ ନାହିଁ ।

ମୁଖ୍ୟ ଦ୍ୱାରରେ ଟାଙ୍ଗନ୍ତୁ

ଶନିବାର ଦିନ ଲୁହା ବସ୍ତୁ ଘରକୁ ଆଣିବା ଶୁଭ ହୋଇ ନଥାଏ । ଏହାଦ୍ୱାରା ଶନି ଦୋଷ ପଡିଥାଏ । ହେଲେ ଏହି ଦିନ ଘୋଡା ନାଲ ଘରକୁ ଆଣି ମୁଖ୍ୟ ଦ୍ୱାରରେ ଟାଙ୍ଗିଲେ ଘରୁ ଅସୁବିଧା ଦୂର ହୋଇଥାଏ । ଏହାଦ୍ୱାରା ବାସ୍ତୁ ଦୋଷ ଓ ଶନି ଦୋଷ କମ ହୋଇଥାଏ । ଖରାପ ଶକ୍ତି ଘରକୁ ପ୍ରବେଶ କରିନଥାଏ ।

ଚାକିରି ଓ ବେପାରରେ ଲାଭ

ପରିଶ୍ରମ କରିବା ଦ୍ୱାରା ଯଦି ଶୁଭ ପରିଣାମ ପାଉ ନାହାଁନ୍ତି, କିମ୍ବା ଉନ୍ନତିରେ ବାଧା ଆସୁଥାଏ ତାହାଲେ ଶନିବାର ଦିନ ଘୋଡା ନାଲରେ ତିଆରି ମୁଦିକୁ ମଧ୍ୟମା ଆଂଗୁଠିରେ ଧାରଣ କରନ୍ତୁ । ଧାରଣ କରିବା ପୂର୍ବରୁ ପରାମର୍ଶ ଜରୁର ନିଅନ୍ତୁ ।

ସ୍ୱାସ୍ଥ୍ୟ ଲାଭ

ଯଦି ବାରମ୍ବାର କେହି ରୋଗରେ ପଡୁଛନ୍ତି ଡାକ୍ତରୀ ଚିକିତ୍ସା ସହ ଘୋଡା ନାଲ ଉପାୟ ବହୁତ ଲାଭକାରୀ ହୋଇଥାଏ । ଘୋଡା ନାଲରେ ତିଆରି ୪ କଣ୍ଟା , ୧୨୫୦ ବିରି ଡାଲି ଓ ଏକ ଶୁଖିଲା ନଡିଆ ନେଇ ରୋଗୀ ଉପରୁ ଉତାରି ଦେଇ ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.