ଘରେ ହେଉ ବା ମନ୍ଦିରରେ ପୂଜା କରିବା ପାଇଁ କେତେକ ସ୍ୱତନ୍ତ୍ର ସାମଗ୍ରୀର ଆବଶ୍ୟକତା ରହିଛି। ସମସ୍ତ ସାମଗ୍ରୀକୁ ମିଶାଇ ପୂଜା କରାଯାଏ। ସାଧାରଣତଃ ଆମେ ଘରେ ପୂଜା କରିବା ବେଳେ କି କି ଦ୍ରବ୍ୟ ବ୍ୟବହାର କରିବା କଥା ତାହା ଜାଣିପାରୁନଥାଉ, ଫଳରେ ଭଗବାନଙ୍କ ପୂଜା ଅଧୁରା ଅଧୁରା ଲାଗେ ଓ ମନକୁ ଶାନ୍ତି ମିଳିନଥାଏ। ତେବେ ଆସନ୍ତୁ ଜାଣିବା ପୂଜା କରିବାରେ ବେଳେ କେଉଁ ୨୦ଟି ଦ୍ରବ୍ୟ ବ୍ୟବହାର କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି।
୧. ଶାଳଗ୍ରାମ: ବିଷ୍ଣୁଙ୍କ ପ୍ରତିମା ଥିବା ପଥରକୁ ଶାଳଗ୍ରାମ କୁହାଯାଏ। ଏହାକୁ ସାକ୍ଷାତ ବିଷ୍ଣୁଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ। ପୂଜା ଘରେ ଏହା ରଖିବା ଶୁଭ ହୋଇଥାଏ।
୨.ଶିବଲିଙ୍ଗ: ଠାକୁର ଘରେ ଶିବ ଲିଙ୍ଗ ରଖିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି।
୩.ଆଚମନ: ଛୋଟ ତମ୍ବା ଲୋଟାରେ ପାଣି ଭର୍ତ୍ତି କରି ତୁଳସୀ ପକାଇ ପୂଜାସ୍ଥଳରେ ରଖାଯାଏ। ତାହାକୁ ଆଚମନ କୁହାଯାଏ।
୪.ପଞ୍ଚାମୃତ: ପଞ୍ଚାମୃତରେ ପାଞ୍ଚ ପ୍ରକାରର ଦିବ୍ୟ ଦ୍ରବ୍ୟ ମିଶାଯାଏ। କ୍ଷୀର, ଦହି, ମହୁ, ଘିଅ ଓ ଗୁଡ଼ ମିଶ୍ରଣକୁ ପଞ୍ଚାମୃତ କହନ୍ତି। ଏହାକୁ ପୂଜା ଘରେ ରଖିବା ଶୁଭ ହୋଇଥାଏ।
୫. ନୈବେଦ୍ୟ: ନେବୈଦ୍ୟରେ ମିଠାପଣ ବା ମଧୁରତା ରହିଥାଏ। ପୂଜାରେ ଏହାକୁ ବ୍ୟବହାର କରିବା ଦ୍ୱାରା ଜୀବନରେ ମଧୁରତା ଭରିଯାଏ।
୬. ଅକ୍ଷତ
୭. ପୁଷ୍ପ
୮. ଚନ୍ଦନ
୯. କୁଙ୍କୁମ
୧୦. ଧୂପ
୧୧. ଦୀପ
୧୨. ଘଣ୍ଟି
୧୩. ଶଙ୍ଖ
୧୪. ଜଳ କଳସ
୧୫. କଉଡ଼ି
୧୬. ତମ୍ବା ମୁଦ୍ରା
୧୭. ପାଟ
୧୮. ଦୁର୍ଗାଙ୍କ ମୂର୍ତ୍ତି
୧୯. ଗଙ୍ଗା ଜଳ
୨୦.ଅନ୍ୟ ସାମଗ୍ରୀ: ଗଣେଶ ମୂର୍ତ୍ତି, ବାଳ ଗୋପାଳ, ମହୁ, ଦୁବ, ଅତର ଇତ୍ୟାଦି।