ପୂଜା ଘରେ ରଖନ୍ତୁ ଭଗବାନଙ୍କ ଏହି ସବୁ ପ୍ରିୟ ଜିନିଷ, ଧନ ବୃଦ୍ଧି ହେବା ସହ କାର୍ଯ୍ୟକ୍ଷେତ୍ରରେ ମିଳିବ ଅନେକ ସଫଳତା

ସମସ୍ତଙ୍କ ଘରେ ପୂଜା ସ୍ଥାନ ସବୁଠୁ ହୋଇଥାଏ ଖାସ୍ । କାରଣ ଘର ଭିତରେ ସବୁଠୁ ଅଧିକ ସକାରାତ୍ମକ ଉର୍ଜା ସେଇଠୁ ମିଳିଥାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ପୂଜା ଘରର ବିଶେଷ ମହତ୍ତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ମୁତାବିକ ପୂଜା ଘର ଠିକ ଦିଗରେ ରହିଥିଲେ ଘର ପରିବାରରେ ଉନ୍ନତି ହୋଇଥାଏ । ସେହିପରି ଭୁଲ ଦିଗରେ ଘର ତିଆରି ହେଲେ ଏହାର ଖରାପ ପ୍ରଭାବ ପରିବାର ଉପରେ ପଡିଥାଏ । ଏହାସହ ପୂଜା ଘରେ କିଛି ଖାସ ଜିନିଷ ରହିଲେ ଏହାଦ୍ୱାରା ମାଆ ଲକ୍ଷ୍ମୀଙ୍କ ସହ ଅନ୍ୟ ଦେବାଦେବୀଙ୍କର ଆଶିର୍ବାଦ ମିଳିଥାଏ । ଜାଣନ୍ତୁ ସେହି ସବୁ ଜିନିଷ ସମ୍ପକରେ..

-ହିନ୍ଦୁ ଧର୍ମରେ ଗଙ୍ଗା ଜଳକୁ ଅତ୍ୟନ୍ତ ପବିତ୍ର ମନାଯାଏ । ଏହାକୁ ପୂଜା ପାଠ ଭଳି ଶୁଭ କାମରେ ବ୍ୟବହାର କରାଯାଏ । ଏହାସହ ନିଜକୁ ଶୁଦ୍ଧ କରିବା ପାଇଁ ମଧ୍ୟ ଗଙ୍ଗା ଜଳକୁ ବ୍ୟବହାର କରାଯାଏ । ଏହା କେବେ ମଦ୍ୟ ଖରାପ ହୋଇନଥାଏ । ତେଣୁ ପୂଜା ସ୍ଥାନରେ ଗଙ୍ଗାଜଳକୁ ନିହାତି ରଖିବା ଉଚିତ । ପୂଜା ସମୟରେ ଏହାକୁ ବ୍ୟବହାର କରିବା ଉଚିତ । ଘରେ ଗଙ୍ଗା ଜଳ ରଖିଲେ ଧନ ଦେବୀ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ganga
pc: zee news

 

-ମୟୂର ଚୂଳକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ଏହା ଘରେ ନେଗେଟିଭ ବା ନକାରାତ୍ମକ ଶକ୍ତିକୁ ହ୍ରାସ କରିଥାଏ । ଏହି ଚୂଳ ଭଗବାନ ଶ୍ରୀକୃଷ୍ଣଙ୍କ ଅତ୍ୟନ୍ତ ପ୍ରିୟ । ତେଣୁ ଏହାକୁ ଭଗବାନଙ୍କ ପାଖରେ ରଖିବା ସହ ପୂଜା ଘର କାନ୍ଥରେ ଲଗାଇବା ଉଚିତ । ଉତ୍ତର ଦିଗରେ ଏହାକୁ ଲଗାଇଲେ ଘରର ସବୁ ସମସ୍ୟା ଦୂର ହୋଇଯାଏ ।

mayur
pc: zee news

 

-ଶାଳଗ୍ରାମ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ମନାଯାଏ । ତେବେ ଏହା ସମସ୍ତଙ୍କ ଘରେ ନଥାଏ । ଏହା କେବଳ ବ୍ରାହ୍ମଣ ପରିବାରରେ ଥାଏ । ତେଣୁ ଏହାକୁ ପୂଜା କରିବା ଦ୍ୱାରା ମଧ୍ୟ ଖୁବ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କ କୃପା ପାଇବା ପାଇଁ ଘରେ ପୂଜା ସ୍ଥାନରେ ଏହାକୁ ରଖି ପୂଜା କରିବା ଉଚିତ ।

salagram
pc: manidweepa.org

-ଶଙ୍ଖ ଭଗବାନ ବିଷ୍ଣୁୂ ଓ ମାତା ଲକ୍ଷ୍ମୀଙ୍କ ବହୁତ ପ୍ରିୟ । ତେଣୁ ପୂଜା ଘରେ ଏହାକୁ ରଖି ପୂଜା କରାଯାଏ । ପ୍ରତିଦିନ ଶଙ୍ଖ ପୂଜା ସହିତ ଏହାକୁ ବଜାଇବା ଦ୍ୱାରା ଏହାର ଧ୍ୱନି ପାଇଁ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଏ । ଶଙ୍ଖ ଧ୍ୱନି ଶରୀର ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ଏହାକୁ ବଜାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୁଏ । ଏହାସହ ଭଗବାନଙ୍କ ଆଶିର୍ବାଦ ମିଳିଥାଏ ।

sankh
pc: amazon.in

ଏହାସହ ପୂଜା ଘର ସର୍ବଦା ସଠିକ ଦିଗରେ ରହିବା ଆବଶ୍ୟକ । ଉତ୍ତର ପୂର୍ବ ଦିଗ ଅର୍ଥାତ ଐଶନ୍ୟ କୋଣରେ ପୂଜା ଘର ରହିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ର ମୁତାବିକ ଏହି ଦିଗ ପୂଜା ପାଇଁ ସର୍ବୋତ୍ତମ ହୋଇଥାଏ । ଏହାଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ବୃଦ୍ଧି ହେବା ସହ ନବଗ୍ରହଙ୍କ ଶୁଭାଶିର୍ବାଦ ରହିଥାଏ ।

Leave A Reply

Your email address will not be published.