ଆପଣ ଅମରନାଥ ଯାତ୍ରା କରୁଛନ୍ତି କି? ତେବେ ଜାଣି ରଖନ୍ତୁ କେଉଁ ସବୁ ଦିଗ ପ୍ରତି ଦେବେ ଧ୍ୟାନ

ବର୍ତ୍ତମାନ ଧାର୍ମିକ ଯାତ୍ରା କରିବାର ସମୟ ଆରମ୍ଭ ହୋଇସାରିଛି। ଏହି କାରଣରୁ କେଦାରନାଥ ଏବଂ ବଦ୍ରିନାଥ ସହ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଶିବ ଭକ୍ତମାନଙ୍କ କହିବା ଅନୁଯାୟୀ ଏହି ଯାତ୍ରା କଠିନ ହୋଇଥିଲେ ମଧ୍ୟ ସେଠାରେ ପହଞ୍ଚିବା ପରେ ଶାନ୍ତି ମିଳିଥାଏ। ଏଠାରେ ଯାତ୍ରା କରିବା ସମୟରେ ଆଇନ କାନୁନ୍ କଡାକଡି କରାଯାଇଥାଏ।

ଚଳିତ ବର୍ଷ ଅମରନାତ ଯାତ୍ରା ୧ ଜୁଲାଇରୁ ଆରମ୍ଭ ହେବ। ଏହି ସ୍ଥାନକୁ ଯାତ୍ରା କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ରେଜିଷ୍ଟେସନ କରିାକୁ ପଡ଼ିବ। ଯାତ୍ରା କରିବାର ପାଖାପାଖି ୧ ମାସ ପୂର୍ବରୁ ରେଜିଷ୍ଟେସନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରଦ୍ଧାଳୁମାନଙ୍କୁ ଯାତ୍ରା କରିବାର ଅନୁମତି ମିଳିଥାଏ।

ଯାତ୍ରା କରିବା ସମୟରେ ଏହି ସବୁ ଜିନିଷ ଉପରେ ଧ୍ୟାନ ରଖନ୍ତୁ:

amarnath-ନିଜ ପାଖରେ ପ୍ରର୍ଯ୍ୟାପ୍ତ କପଡା ରଖନ୍ତୁ।

-ହଠାତ ପାଣିପାଗ ପରିବର୍ତ୍ତନ ହେବା କାରଣରୁ ରେନିକୋଟ, ୱାଟରଫ୍ରୁଟ ଟ୍ରେକିଙ୍ଗ କୋଟ, ଟର୍ଚ୍ଚ, ଟୋପି ଏବଂ ଜ୍ୟାକେଟ ପାଖରେ ରଖିବେ।

-ଏହା ବ୍ୟତୀତ ନିଜ ପାଖରେ ଖାଦ୍ୟ ସାମଗ୍ରୀ ରଖିବା ଆବଶ୍ୟକ ହୋଇଥାଏ।

-ଅମରନାଥ ବୋର୍ଡ ପକ୍ଷରୁ ଯାତ୍ରା ପାଇଁ କଡା ନିୟମ ଲାଗୁ କରାଯାଇଥାଏ। ଯାତ୍ରା କରିବା ସମୟରେ ନିଜ ପାଖରେ ଆବଶ୍ୟକୀୟ ଔଷଧ ରଖନ୍ତୁ।

-ଯାତ୍ରାରେ ଶାରୀରିକ ବଳ ବ୍ୟବହାର ହେଉଥିବାରୁ ଏହି ସମୟରେ ଢିଲା ପୋଷାକ ପିନ୍ଧିବା ଉଚିତ।

-ଯାତ୍ରା ସମୟରେ ରାସ୍ତା ଖରାପ ହୋଇଥିବା କାରଣରୁ ଚପଲ ପିନ୍ଧି ଯାତ୍ରୀା କରନ୍ତୁ ନାହିଁ। କାରଣ ବର୍ଷା ହେଲେ ଗୋଡ ଖସି ଯାଇପାରେ ଏହି କାରଣରୁ କେବଳ ଟ୍ରେକିଙ୍ଗ ସୁଜ୍ ପିନ୍ଧି ଯାତ୍ରା କରିପାରିବେ।

-ଏହା ବ୍ୟତୀତ ଯାତ୍ରା କରିବା ସମୟରେ ରାସ୍ତାରେ ଲେଖା ଯାଇଥିବା ଚେତାବନୀକୁ ଅଣଦେଖା କରନ୍ତୁ ନାହିଁ।