ସ୍ପେଶାଲ

ବର୍ଷର ପ୍ରଥମ ଏକାଦଶୀରେ ଧ୍ୟାନ ରଖନ୍ତୁ ଏହି କଥା, ନଚେତ ଆଦୌ ମିଳିବନି ସମ୍ପୂର୍ଣ୍ଣ ଫଳ

ନୂତନ ବର୍ଷ ୨୦୨୩ ଆସିବାକୁ ଆଉ ମାତ୍ର କେଇଟା ଦିନ ବାକି ଅଛି। ୨୦୨୩ର ପ୍ରଥମ ଏକାଦଶୀ ଅର୍ଥାତ୍‌ ପୌଷ ଶୁକ୍ଳ ଏକାଦଶୀ ଯେମିତିକି ପୁତ୍ରଦା ଏକାଦଶୀ ମଧ୍ୟ ଏହାକୁ କୁହାଯାଏ। ଦୁଇ ଜାନୁଆରୀ ସୋମବାରରେ ପଡୁଛି ଏହି ପୁତ୍ରଦା ଏକାଦଶୀ। ଏହି ବ୍ରତରେ ଅନେକ କିଛି କଥାକୁ ଧ୍ୟାନ ରଖିବା ବହୁତ ଜରୁରୀ ନଚେତ ତାହାର ସମ୍ପୂର୍ଣ୍ଣ ଫଳ ମିଳିନଥାଏ।

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଏ। ବର୍ଷରେ ଆସୁଥିବା ୨୪ଟି ଏକାଦଶୀକୁ ବହୁତ ହିଁ ପୁଣ୍ୟଦାୟୀ ବୋଲି ଧରାଯାଏ। ଏହି ଏକାଦଶୀ ବ୍ରତକୁ କିଛି ନିୟମକୁ ପାଳନ କରିବା ଉଚିତ। ଯଦି ଆପଣ ଏକାଦଶୀ ବ୍ରତ କରୁଛନ୍ତି ତାହେଲେ ଭୁଲରେ ମଧ୍ୟ ଏହି ଭୁଲ କରନ୍ତୁନାହିଁ। ନଚେତ ଏହାର ପୂରା ଫଳ ପାଇବା ଠାରୁ ଆପଣ ଦୂରେଇ ରହିବେ। ତେବେ ଆସନ୍ତୁ ଜାଣିବା ପୁତ୍ରଦା ଏକାଦଶୀରେ କଣ ନକରିବା ଉଚିତ। ଯାହାକୁ ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ।

ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

  • ଏହି ବ୍ରତରେ ଲୁଣ, ତେଲ, ଚାଉଳ ଏବଂ ଅନ୍ନକୁ ଖାଇବା ଉଚିତ ନୁହେଁ।
  • ମାଂସ ଏବଂ ମୃଦୁ ପାନୀୟ ଠାରୁ ଦୂରେଇ ରୁହନ୍ତୁ।
  • ମସୁର ଡାଲି ଏବଂ ଚଣାର ସାକର ମଧ୍ୟ ସେବନ କରନ୍ତୁନାହିଁ।
  • ମୂଳାରେ କିମ୍ବା କନ୍ଦ ମୂଳରେ ପ୍ରସ୍ତୁତ ସାକରକୁ ମଧ୍ୟ ଖାଆନ୍ତୁ ନାହିଁ।
  • ଗଛରୁ ପତ୍ର ଛିଡାନ୍ତୁ ନାହିଁ ବରଂ ତଳେ ପଡିଥିବା ପତ୍ରର ବ୍ୟବହାର କରନ୍ତୁ।
  • ଅନ୍ୟ କାହାର ଅନ୍ନକୁ ଗ୍ରହଣ କରନ୍ତୁନାହିଁ।
  • ନିର୍ଜଳା ବ୍ରତ କରିବା ଯଦି ଅସମ୍ଭବ ହେଉଛି ତାହେଲେ ଦିନରେ ଥରେ ଭୋଜନ କରନ୍ତୁ, ଏହି ଉପବାସରେ ଦ୍ୱିତୀୟ ଥର ପାଇଁ ଭୋଜନ କରନ୍ତୁନାହିଁ।
  • ସ୍ତ୍ରୀ ପ୍ରସଙ୍ଗ ଠାରୁ ଦୂରେଇ ରୁହନ୍ତୁ, ବ୍ରତ ଦିନ ଜୁଆ ଖେଳନ୍ତୁ ନାହିଁ।
  • ଏହି ଦିନ ପାନ, ଦାନ୍ତ କାଠି, ଚୁଗୁଲୀ କରିବା, ଅନ୍ୟ ନାଁରେ ନିନ୍ଦା, ପାପି ମଣିଷ ସହ କଥା ହେବା ଠାରୁ ଦୂରେଇ ରହିବା ଉଚିତ।
  • କ୍ରୋଧ କରିବା, ମିଛ କହିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।
  • କଂସା ବାସନରେ ଭୋଜନ କରିବା ଉଚିତ ନୁହେଁ।
  • ବ୍ରତ କରି ପୂଜା ସାରି ଏକାଦଶୀ ବ୍ରତ କଥା ନିଶ୍ଚୟ ପଢ଼ିବା ଉଚିତ।
  • ପୂଜାରୀଙ୍କ କହିବାନୁଯାୟୀ ଏକାଦଶୀ ବ୍ରତରେ ଥରେ ଭୋଜନ କରୁଥିବା ଲୋକ କନ୍ଦମୂଳ, ଆଳୁ, ସାବୁଦାନା, ନଡିଆ, ଗୋଲମରୀଚ, ବିଟ୍‌ ଲୁଣ, କ୍ଷୀର, ବାଦାମ୍‌, ଅଦା, ଚିନି ଆଦି ଖାଦ୍ୟ ପଦାର୍ଥ ସେବନ କରିପାରିବେ।

ପୁତ୍ରଦା ଏକାଦଶୀର ମହାତ୍ମ୍ୟ ଜାଣନ୍ତୁ

ଭଗବାନ ଶ୍ରୀକୃଷ୍ଣ ଏହି ଏକାଦଶୀର ମହିମା ଯୁଧିଷ୍ଠିରକୁ କହିଥିଲେ। ସେ କହିଥିଲେ ଯେ ଏହି ଏକାଦଶୀ ବ୍ରତର ପୂଣ୍ୟ ଅନ୍ୟ କେଉଁଥିରେ ମିଳିବନାହିଁ। ଏହାଦ୍ୱାରା ସନ୍ତାନ ପ୍ରାପ୍ତି ହେବାର କାମନା ପୂରଣ ହୋଇଥାଏ। ନୀତି ନିୟମରେ ବ୍ରତ ପାଳନ କରିଥିବା ବ୍ୟକ୍ତିଙ୍କୁ ସ୍ୱର୍ଗପ୍ରାପ୍ତି ମଧ୍ୟ ହୋଇଥାଏ। ଏହାବ୍ୟତୀତ ସନ୍ତାନବାନ ଲୋକ ପୁତ୍ର ଏବଂ ନିଜ ସନ୍ତାନକୁ କଷ୍ଟ ଯନ୍ତ୍ରଣା ଠାରୁ ଦୂରେଇ ରଖିବା ପାଇଁ ମଧ୍ୟ ବ୍ରତ ରଖନ୍ତି।

Pritiparna

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

10 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

22 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

34 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago