ଗୋଟିଏ ମେସେଜରେ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ, କେମିତି ବଞ୍ଚିବେ ଦେଖନ୍ତୁ

ଅନେକ ସମୟରେ ଆପଣ ଦେଖିଥିବେ କି ସାଇବର ଅପରାଧିମାନେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିବାରେ କିଭଳି ସବୁ ପ୍ଲାନିଂ କରିଥାନ୍ତି । ଅନେତ ତରିକା ଆପଣାଇଥାନ୍ତି ଯାହା ଦ୍ୱାରା ଲୋକେ ଜାଣିପାରନ୍ତିନି କି ସେମାନଙ୍କ ସହ କଣ ହେଉଛି । କରୋନା କାଳରେ ଲୋକେ ଅଧିକାଂଶ ସମୟ ନିଜ ସ୍ମାର୍ଟଫୋନ ଓ ଲାପଟପ ଦ୍ୱାରା ବିତାଇଛନ୍ତି । ଆଉ ଏହାର ଫାଇଦା ଉଠାନ୍ତି ସାଇବର ଅପରାଧି । ଗତ କିଛି ଦିନ ହେବ ସାଇବର ଅପରାଧ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । କିଛି ସେକେଣ୍ଟ, କିଛି ମିନିଟରେ ଆକାଉଣ୍ଟ ଖାଲି କରିଦିଅନ୍ତି ଏହି ଅପରାଧି । ଏହା ଭିତରେ ଏକ ତରିକା ରହିଛି ଯାହାର ନାମ ୱେବସାଇଟ ସ୍ମିସିଙ୍ଗ ।

ଏଥିରେ ଉଭୟ ଏସଏମଏସ ଓ ପିସିଙ୍ଗ ଅନ୍ତର୍ଭୁକ୍ତ । ଆକାଉଣ୍ଟ ଅପଡେଟ ହେବା ଅବା କୌଣସି ନୂତନ ପ୍ରୋଗ୍ରାମ ପାଇଁ ପଞ୍ଜୀକରଣ ଆବଶ୍ୟକ କରୁଥିବା ନେଇ ଲୋକେ ନମ୍ବର ଅଥବା ଏହି ବାର୍ତ୍ତାକୁ ଗ୍ରହଣ କରିନେଉଛନ୍ତି । ଫଳରେ ସମସ୍ୟାରେ ପଡୁଛନ୍ତି । କଣ କଲେ ଆପଣଙ୍କ ଆକାଉଣ୍ଟ ରହିପାରିବ ସୁରକ୍ଷିତ ।

ଟିପ୍ସ

ପ୍ରଥମେ ମନେରଖନ୍ତୁ ମୋବାଇଲରେ ଭାଇରସ ଆସିପାରେ । କିନ୍ତୁ ସେଥିପାଇଁ କୌଣସି ଅଜ୍ଞାତ ଲିଙ୍କ ଉପରେ ଜମା ବି କ୍ଲିକ କରନ୍ତୁ ନାହିଁ ।

ଏହା ଛଡା ଇମେଲ କିମ୍ବା ଟେକ୍ସଟ ମେସେଜ ଦ୍ୱାରା କୌଣସି ଆର୍ଥିକ କିମ୍ବା ବ୍ୟକ୍ତିଗତ ସୂଚନା ଅଂଶୀଦାର କରନ୍ତୁ ନାହିଁ ।

ସନ୍ଦେହଜନକ ଇମେଲ ଗୁଡିକ ବିଷୟରେ ବ୍ୟାଙ୍କକୁ ସୂଚନା ଦିଅନ୍ତୁ । ଯେଉଁଥିରେ ସେମାନଙ୍କ ନାମ କିମ୍ବା ଲୋଗୋ ବ୍ୟବହାର କରାଯାଇଛି ।

ଠକେଇ କିମ୍ବା ଅନଧିକୃତପ୍ରବେଶ ଚିହ୍ନଟ କରିବାକୁ ନିୟମିତ ଭାବରେ ଖାତା ଯାଞ୍ଚ କରନ୍ତୁ ।

ଆପଣଙ୍କ ବ୍ୟକ୍ତିଗତ ସୂଚନା ଗ୍ରହଣ କରିବାକୁ ବ୍ୟାଙ୍କ କେବେ ବି ମେସେଜ ଦିଏ ନାହିଁ । ଯଦି ଆପଣଙ୍କର ଇଣ୍ଚରନେଟ ବ୍ୟାଙ୍କିଙ୍ଗ ସୁରକ୍ଷା ବିବରଣୀ ଯେପରିକି ପିନ, ପାସୱାର୍ଡ କିମ୍ବା ଏକ ଇମେଲରେ ଆକାଉଣ୍ଟ ନମ୍ବର ପାଇଁ ପଚରାଯାଏ କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ ।

ଏଠି କହିରଖୁଛୁ ୱେବସାଇଟ ସ୍ମିସିଙ୍ଗ ମଧ୍ୟ ବ୍ୟାଙ୍କ ଠକେଇର ଏକ ପଦ୍ଧତି ଯେଉଁ ମାମଲା ବର୍ତ୍ତମାନ ବିଶେଷ ଭାବରେ ସାମନାକୁ ଆସୁଛି । ଏଥିରେ ଏକ ନକଲି ୱେବସାଇଟ ତିଆରି କରି ଅପରାଧି ଏହା ସାହାଯ୍ୟରେ ଆପଣଙ୍କୁ ଚଳୁ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.