ଆଜିକାଲି ସମସ୍ତଙ୍କ ପାଖରେ କାର ରହିଛି। ଆଉ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବଜେଟ ଅନୁସାରେ କାର କିଣିଥାନ୍ତି। କାର ପ୍ରତ୍ୟେକଙ୍କ ଜୀବନରେ ଏକ ଜରୁରୀ ଅଂଶ ହୋଇଗଲାଣି। ଆଉ କୌଣସି ସ୍ଥାନ ବହୁତ ଆରାମରେ ବସି ଯିବା ମଧ୍ୟ ସହଜ ହୋଇପଡେ। ତେବେ କାର କିଣିବା ସମୟରେ ଆମେ ଫିଚର୍ସ ଉପରେ ନିଶ୍ଚିତ ଧ୍ୟାନ ଦେଇଥାଉ କିନ୍ତୁ ଏମିତି କିଛି ବାସ୍ତୁ ଟିପ୍ସ ରହିଛି, ଯାହା କାର ପାଇଁ ବେଶ୍ ଜରୁରୀ ହୋଇଥାଏ।
ଆପଣ ଜାଣିଥିବେ, କିଛି ଲୋକ କାରଣ କିଣିବା ପରେ ସାଧାରଣ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ, କାରରେ କିଛି ଖାସ୍ ଜିନିଷ ନିଶ୍ଚିତ ରଖିବା ଉଚିତ। ଏହାଦ୍ୱାରା ନକାରାତ୍ମକତା ଦୂର ହୋଇଥାଏ ଏବଂ ଆସୁଥିବା ସଙ୍କଟ କଟିଯାଏ। ତେବେ ଜାଣନ୍ତୁ କ’ଣ ..
ଭଗବାନଙ୍କ ମୂର୍ତ୍ତି: ସାଧାରଣତଃ ସମସ୍ତେ କାରରେ ଭଗବାନଙ୍କ ଫଟୋ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ, କାରରେ ଗଣେଶଙ୍କର ଛୋଟ ମୂର୍ତ୍ତି ରଖିବା ଅଧିକ ଶୁଭ ହୋଇଥାଏ। ଗଣେଶ ଭଗବାନଙ୍କ ସମ୍ବନ୍ଧ କେତୁ ସହିତ ଥାଏ। ଏମିତିରେ ଯଦି ଆପଣ ଗାଡିରେ ଗଣେଶଙ୍କ ମୂର୍ତ୍ତି ହେବ ତେବେ ଦୁର୍ଘଟଣାରୁ ଆପଣ ନିଶ୍ଚିତ ବର୍ତ୍ତିଯିବେ। ଏହାଛଡା କାରରେ ଆପଣ ହନୁମାନଙ୍କ ଝୁଲୁଥିବା ହନୁମାନଙ୍କ ମୂର୍ତ୍ତି ଲଗାଇବା ଶୁଭ ହୋଇଥାଏ।
କଳା କଇଁଛ : କାରରେ କଳା ରଙ୍ଗର ଛୋଟ କଇଁଛ ରଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ କଇଁଛ ନକାରାତ୍ମକ ଶକ୍ତି ଦୂର କରିବ ପଜିଟିଭ ଏନର୍ଜି ବଢାଇଥାଏ।
କଳା ଲୁଣ: କାରର ସିଟ୍ ତଳେ କଳା ଲୁଣ ଏବଂ ବେକିଂ ସୋଡା ମିଶାଇ ରଖନ୍ତୁ। ଯଦି ଆପଣ ଏହାକୁ ପେପରେ ଗୁଡାଇ ରଖୁଛନ୍ତି, ତେବେ ପରଦିନ ଏହି ପେପରକୁ ପରିବର୍ତ୍ତନ କରିଦିଅନ୍ତୁ। ଏମିତି କଲେ ଏହା ନକାରାତ୍ମକ ଉର୍ଜା ଶୁଖିନେବାର କାମ କରିଥାଏ।
ନ୍ୟାଚୁରାଲ ଷ୍ଟୋନ: କାରର ଡ୍ୟାସବୋର୍ଡରେ ଆପଣ କିଛି ନ୍ୟାଚୁରାଲ ଷ୍ଟୋନ ଆଦି ରଖିପାରିବେ। ଏହା ଶୁଭ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ, ପୃଥ୍ଵୀ ତତ୍ତ୍ୱ ସହିତ ମଜବୁତ ସମ୍ବନ୍ଧ କରିବା ଦ୍ୱାରା କାର ସବୁବେଳେ ସୁରକ୍ଷିତ ରହିଥାଏ।
ତିବ୍ଦତୀୟ ପତାକା: ଆପଣ ଅନେକ କାରରେ ଏପରି ପତାକା ଲାଗିଥିବା ନିଶ୍ଚିତ ଦେଖିଥିବେ। ଏହା ସମୃଦ୍ଧିର ପ୍ରତୀକ। ବାସ୍ତୁ ଅନୁସାରେ, କାରରେ ଏହି ପତାକା ଲଗାଇଲେ ସକାରାତ୍ମକ ଉର୍ଜା ବଢିଥାଏ।
କାର ଠାରୁ ଦୂରେଇ ରଖନ୍ତୁ ଏହି ଜିନିଷ:
କାରରେ କେବେ ବି କିଛି ଭଙ୍ଗା ତୁଟା ରଖିବା ଉଚିତ ନୁହେଁ। କାରର କାଚ, କାରପେଟ୍ ଏବଂ ସିଟ୍ ସବୁବେଳେ ସଫା ରଖିବା ଉଚିତ।