ଜାଣନ୍ତୁ ଶୁକ୍ରବାର ଦିନ କିପରି ପାଳନ କରିବେ ମା ସନ୍ତୋଷୀଙ୍କ ପୂଜା

ଶୁକ୍ରବାର ଦିନ ସନ୍ତୋଷୀ ମା ଙ୍କ ବ୍ରତ ପାଳନ କଲେ ସମସ୍ତ ମନସ୍କାମନା ପୂରଣ ହେବା ସହ ଘରେ ସୁଖ ଶାନ୍ତି ଓ ସନ୍ତୋଷ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଦେବୀଙ୍କ ନାମ ସନ୍ତୋଷୀ ରଖାଯାଇଛି। ସନ୍ତୋଷୀ ମାତା ନିଜ ଭକ୍ତମାନଙ୍କର ଦୁଃଖ ଯନ୍ତ୍ରଣାକୁ ଦୂର କରିଥାନ୍ତି ଏବଂ ଦୁର୍ଭାଗ୍ୟ ହରଣ କରି ସୁଖ-ସମୃଦ୍ଧି ପ୍ରଦାନ କରିଥାନ୍ତି। ପୌରାଣିକ ତଥ୍ୟ ଅନୁଯାୟୀ ସନ୍ତୋଷୀ ମା’ଙ୍କ ୧୬ ଶୁକ୍ରବାର ବ୍ରତ ପାଳନ କଲେ ସମସ୍ତ କଷ୍ଟ ଦୂର ହୋଇଥାଏ। ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଉଛି ଏହି ପୂଜାରେ ବିଶେଷ ବିଧି ଉପରେ ଧ୍ୟାନ ରଖିବା ଉଚିତ ନଚେତ ମା କ୍ରୋଧିତ ହୋଇଥାନ୍ତି।
ଜାଣନ୍ତୁ ସନ୍ତୋଷୀ ମା’ଙ୍କ ପୂଜା ବିଧି
ଶୁକ୍ରବାର ଦିନ ସୂର୍ଯ୍ୟୋଦୋୟ ପୂର୍ବରୁ ଉଠି ଘର ସଫା କରି ସ୍ନାନ ଆଦି କାର୍ଯ୍ୟ ସମାପ୍ତ କରନ୍ତୁ। ଏହା ପରେ ପୂଜା ଘରେ ମା ସନ୍ତୋଷୀଙ୍କ ପ୍ରତିମା ସ୍ଥାପନ କରନ୍ତୁ। ପୂଜା ସ୍ଥାନରେ ଏକ ପାତ୍ରରେ ଶୁଦ୍ଧ ଜଳ ପୂର୍ଣ୍ଣ କରି ରଖନ୍ତୁ। ସେହି ପାତ୍ର ଉପରେ ଗୁଡ଼ ଏବଂ ଚଣା ପୂର୍ଣ୍ଣ କରି ଏକ ପାତ୍ର ରଖନ୍ତୁ। ଏହା ପରେ ମାତାଙ୍କୁ ଜଳ ଲାଗି କରି ସିନ୍ଦୂର, ବସ୍ତ୍ର ଏବଂ ଗୁଡ଼, ଚଣା ସହ ମା’ଙ୍କର ପୂଜା କରନ୍ତୁ। ଏହାପରେ ସନ୍ତୋଷୀ ମାତାଙ୍କର କଥା ପାଠ କରିବା ପରେ ଆଳତି କରି ସମସ୍ତଙ୍କୁ ଗୁଡ଼-ଚଣାର ପ୍ରସାଦ ବାଣ୍ଟନ୍ତୁ। ଶେଷରେ ବଡ଼ ପାତ୍ରରେ ଥିବା ଜଳକୁ ଘରର ସବୁ ସ୍ଥାନରେ ଛିଞ୍ଚି ଦେବା ପରେ ବଳକା ଜଳକୁ ତୁଳସୀ ଗଛ ମୂଳରେ ଢାଳି ଦିଅନ୍ତୁ।
ଏହି ଦିନ ସନ୍ତୋଷୀ ମାତାଙ୍କ ପୂଜା କରିବା ସହିତ ୮ଜଣ ପିଲାଙ୍କୁ କ୍ଷିରୀ, ପୁରୀ ଭୋଜନ କରାନ୍ତୁ ଏବଂ ପିଲାମାନଙ୍କୁ କଦଳୀ ବା ଦକ୍ଷିଣା ପ୍ରଦାନ କରନ୍ତୁ। ଶେଷରେ ନିଜେ ପ୍ରସାଦ ଗ୍ରହଣ କରନ୍ତୁ। ଶୁକ୍ରବାର ବ୍ରତ ପାଳନ କରୁଥିବା ଲୋକମାନେ ଖଟା ଜିନିଷ ଖାଇବା କିମ୍ବା ସେହି ଦିନ ଏହାକୁ ସ୍ପର୍ଶ ନକରିବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ।