ସ୍ପେଶାଲ

ଗିନିଜ୍ ବୁକ୍‌ରେ ସବୁଠୁ ଉଚ୍ଚ ରଥର ମାନ୍ୟତା ପାଇଲା କେନ୍ଦୁଝରର ଶ୍ରୀବଳଦେବ ଜିଉଙ୍କ ନନ୍ଦିଘୋଷ ରଥ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ହେଉଛି ଓଡ଼ିଶା। ଏଣୁ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଜଗନ୍ନାଥଙ୍କର ମନ୍ଦିର ରହିଛି। କିଛି ସ୍ଥାନରେ ପୂଜା ପଦ୍ଧତି ଶ୍ରୀକ୍ଷେତ୍ର ସହ ସମାନ ଥିବା ବେଳେ ଆଉ କେତେକ ସ୍ଥାନରେ ଅଲଗା। ବିଶେଷ କରି ରାଜା ରାଜୁଡ଼ା ଅମଳର ମନ୍ଦିରରେ ଦେଖିବାକୁ ମିଳେ କିଛି ଭିନ୍ନତା। ସେଭଳି ଏକ ନିଆରା ମନ୍ଦିର ହେଉଛି କେନ୍ଦୁଝର ଶ୍ରୀବଳଦେବ ଜିଉଙ୍କ ମନ୍ଦିର। ଏଠାକାର ବଳଦେବଙ୍କ ରଥ ବିଶ୍ୱର ସର୍ବୋଚ୍ଚ ରଥର ମାନ୍ଯତା ଲାଭ କରିଛି। ସ୍ଥାନ ପାଇଛି ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡ ସହ ଅନ୍ୟ ବିଭିନ୍ନ ରେକର୍ଡ଼ରେ। ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ …

କେନ୍ଦୁଝର ଗଡ଼ରେ ରାଜାଙ୍କ ଶାସନ ୧୧୨୮ ମସିହାରେ ଆରମ୍ଭ ହୋଇ ପ୍ରଥମ ରାଜା ଭାବେ ଜ୍ୟୋତି ଭଞ୍ଜ ଶାସନ କରିଥିଲେ। ପରବର୍ତ୍ତୀ ସମୟରେ ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଶାସନ କାଳରେ ଶ୍ରୀବଳଦେବ ଜିଉଙ୍କର ଉପାସନା ଓ ମନ୍ଦିର ନିର୍ମାଣ ପରିକଳ୍ପନା ଆରମ୍ଭ ହେଲା । ୧୬୬୧ ମସିହାରୁ ୧୬୭୧ ମସିହା ମଧ୍ୟରେ ୯୦ ହାତ ଉଚ୍ଚ ଏକ ବିଶାଳ ଭବ୍ଯ ମନ୍ଦିର ନିର୍ମିତ ହେଲା। ନିଜିଗଡ ମୌଜାର ଖାତା ନଂ ୧୮ ମଧ୍ୟରେ ମୋଟ ୧୮ ଏକର ୯ ଶହ ଜମିରେ ଜିଉଙ୍କ ମନ୍ଦିର ବେଢ଼ା ରହିଛି। ମନ୍ଦିର ପ୍ରତିଷ୍ଠା ହେବା ପର ବର୍ଷ ରଥଯାତ୍ରା ଆରମ୍ଭ ହୋଇଥିବା ଗବେଷକମାନେ ମତ ଦିଅନ୍ତି।

କେନ୍ଦୁଝରରେ ଶ୍ରୀବଳଦେବ ଜିଉଙ୍କ ମନ୍ଦିର ଭଳି ରଥର ମଧ୍ୟ ନିଆରା ବିଶେଷତ୍ବ ରହିଛି। ପବିତ୍ର ଘୋଷ ଯାତ୍ରାର ବିଧି ଅନୁସାରେ ଏଠାରେ ଶାସ୍ତ୍ରୀୟ ମତରେ ରଥ ନିର୍ମାଣ କରାଯାଏ। ଏବେ ଯାଏ ସେହି ଅନୁସାରେ ରଥ ନିର୍ମାଣର ପରମ୍ପରା ଅକ୍ଷୁର୍ଣ୍ଣ ରହି ଆସିଛି। ଶ୍ରୀକ୍ଷେତ୍ର ଭଳି କେନ୍ଦୁଝରର ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ଠାରୁ ହିଁ ରଥ ଗଢା ଆରମ୍ଭ ହୋଇଥାଏ। କେନ୍ଦୁଝରର ରାଷ୍ଟ୍ର ଦେବତା ହେଉଛନ୍ତି ବଳଭଦ୍ର। କିନ୍ତୁ ତାଙ୍କ ରଥର ନାମ ତାଳଧ୍ୱଜ ନ ହୋଇ ନନ୍ଦିଘୋଷ ରହିଛି। କାରଣ ପତିତ ଉଦ୍ଧାର ପାଇଁ ପ୍ରଭୁ ଜଗନ୍ନାଥଙ୍କ ଏହି ରଥଯାତ୍ରା। ଭାଇ ବଳଦେବ ଓ ଭଉଣୀ ସୁଭଦ୍ରା କେବଳ ଲୀଳା ଦର୍ଶନ ନିମନ୍ତେ ଗମନ କରନ୍ତି।

ତେବେ କେନ୍ଦୁଝର ରଥଯାତ୍ରା ପ୍ରଭୁ ଜଗନ୍ନାଥଙ୍କ ହୋଇଥିବାରୁ ରଥର ନାମ ରହିଛି ନନ୍ଦିଘୋଷ। ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇ ସାରିଥିବା ଏହି ରଥ ବିଶ୍ୱର ସବୁଠାରୁ ଉଚ୍ଚତମ ରଥର ମାନ୍ୟତା ପାଇଛି। ଏହାର ଉଚ୍ଚତା ୭୨ ଫୁଟ ଏବଂ ଓସାର ୪୫ ଫୁଟ। ଏହି ରଥରେ ୧୬ଟି ଚକ ଲାଗିଛି। ଏଥିସହିତ ଏହି ରଥ ପୂର୍ବରୁ ଇଣ୍ଡିଆନ ନ୍ୟାସନାଲ ରେକର୍ଡସ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ, ଏସିଆ ପାସିଫିକ ରେକର୍ଡ୍ସ, ଗ୍ଲୋବାଲ ରେକର୍ଡ୍ସ, ୱାଣ୍ଡର ବ୍ଲକ୍‌ ଅଫ୍‌ ରେକର୍ଡସ୍‌ରେ ମଧ୍ୟ ସ୍ଥାନ ପାଇ ସାରିଛି।

କେନ୍ଦୁଝର ସହରର ସ୍ଥାନୀୟ ବାସିନ୍ଦା ତଥା ସଂଗ୍ରାହକ ସୁଜିତ ପଟ୍ଟନାୟକ ଏବଂ ତାଙ୍କର କିଛି ସାଥି ୨୦୧୮ ମସିହାରେ ତତ୍କାଳୀନ କେନ୍ଦୁଝର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସୋମନାଥ ପ୍ରଧାନଙ୍କୁ ସାକ୍ଷାତ କରି କେନ୍ଦୁଝର ନନ୍ଦିଘୋଷ ରଥକୁ ବିଭିନ୍ନ ଫୋରମରେ ଆବେଦନ କରି ସର୍ବୋଚ୍ଚ ରଥର ମାନ୍ଯତା ହାସଲ କରିବା ପାଇଁ ଅନୁରୋଧ କରିଥିଲେ। ପରେ ୨୦୧୮ ମସିହାରେ ଗ୍ଲୋବାଲ ରେକର୍ଡ୍ସ, ଏସିଆ ରେକର୍ଡ୍ସ, ଇଣ୍ଡିଆନ ନ୍ୟାସନାଲ ରେକର୍ଡ୍ସ ଏହି ରଥକୁ ବଡ଼ ରଥ ଭାବେ ଗ୍ରହଣ କରିଥିଲେ। ୨୦୧୯ ମସିହାରେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇଥିଲା ଏହି ରଥ।

Also Read: ଦେବଦଳନରେ ବସି ମାଉସୀ ମା’ ଘରକୁ ଯାଇଥାନ୍ତି ଗେହ୍ଲୀ ଭଉଣୀ ସୁଭଦ୍ରା, ଜାଣନ୍ତୁ ଏହି ରଥ ବିଷୟରେ କିଛି ରୋଚକ କଥା

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago