ପଣା ସଂକ୍ରାନ୍ତିରେ ଉତ୍ସବ ମୂଖର ହୋଇ ଉଠିଥିଲା ସାକ୍ଷୀଗୋପାଳର ଭୀମପୁର ଗାଁ, ଜାଣନ୍ତୁ ଏଠାକାର ପରମ୍ପରା

ଓଡ଼ିଶାରେ ପାଳନ ହୋଇଥାଏ ବିଭିନ୍ନ ପର୍ବ ପର୍ବାଣୀ । ଏହି ପର୍ବ ପର୍ବାଣୀ ମଧ୍ଯରୁ ଖାଇଫୋଡ଼ ଯାତ୍ରା ଅନ୍ଯତ୍ତମ। ଯାହା ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପାଳନ କରାଯାଇଥାଏ। ଯାହାକୁ ନେଇ ଉତ୍ସବ ମୂଖର ହୋଇ ଉଠିଥିଲା ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଭୀମପୁର ଗାଁ ।

ପିିପିଲି(କେନ୍ୟୁଜ୍): ଓଡ଼ିଶାରେ ପାଳନ ହୋଇଥାଏ ବିଭିନ୍ନ ପର୍ବ ପର୍ବାଣୀ । ଏହି ପର୍ବ ପର୍ବାଣୀ ମଧ୍ଯରୁ ଖାଇଫୋଡ଼ ଯାତ୍ରା ଅନ୍ଯତ୍ତମ। ଯାହା ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପାଳନ କରାଯାଇଥାଏ। ଯାହାକୁ ନେଇ ଉତ୍ସବ ମୂଖର ହୋଇ ଉଠିଥିଲା ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଭୀମପୁର ଗାଁ ।

ଦେଖୁନାହାନ୍ତି ଦେହରେ ନୂତନ ବସ୍ତ୍ର । ମଥାରେ ମା’ଙ୍କ ସିନ୍ଦୁର । ହାତରେ କତା ରଶି ଓ ଲୁହା କଣ୍ଟା ଧରି କେମିତି ଅପେକ୍ଷା କରି ରହିଛନ୍ତି ମାନସିକଧାରୀ । କେତେବେଳେ ଆସିବ ମା’ଙ୍କ ନିର୍ଦ୍ଦେଶ । କିଛି ସମୟ ଭିତରେ ଆସିଲା ମା’ଙ୍କ ନିର୍ଦ୍ଦେଶ। ଆଉ ତା’ପରେ ମାନସିକଧାରୀମାନେ ଛୁଟି ଚାଲିଲେ ଗାଁ ଆରମ୍ଭରେ ଥିବା ପୋଖରୀ କୂଳକୁ । ଶେଷରେ ପହଂଚିବା ପରେ ଆରମ୍ଭ ହେଲା ପିଠିରେ କଣ୍ଟା ଫୋଡ଼ା । ପୁରୋଖା ମାନସିକଧାରୀମାନେ ପୋଖରୀ ଜଳ ରାଶି ଉପରେ ଜଣ ଜଣ କରି ମାନସିକଧାରୀମାନଙ୍କ ପିଠିରେ କଣ୍ଟା ଫୋଡ଼ା କାର୍ଯ୍ୟ ଶେଷ କଲେ ।

କାହିଁ କେଉଁ ପୁରାତନ କାଳରୁ ଏଭଳି ପରମ୍ପରା ଚାଲି ଆସୁଥିବା କହିଛନ୍ତି ମନ୍ଦିରର ପୂଜକ । ସେପଟେ ମାନସିକଧାରୀମାନେ ଏହି ଦିନରେ ଉପବାସ ରହିବା ସହିତ ଠାକୁରଙ୍କ ଆଜ୍ଞାରେ ଅତି ପବିତ୍ରତା ଓ ନିଷ୍ଠାର ସହିତ ରହିଲେ ସେମାନଙ୍କର କୈାଣସି କ୍ଷତି ହୋଇ ନଥିବା ବେଳେ କଷ୍ଟ ମଧ୍ୟ ହୋଇ ନଥାଏ ବୋଲି ସେ କହିଛନ୍ତି ।

ଘଂଟ ଘଂଟା ସହିତ ବାଜବାଜଣାରେ ଫାଟି ପଡ଼ୁଥିଲା ଉତ୍ସବ ସ୍ଥଳ । ମନରେ ଭକ୍ତି ଓ ବିଶ୍ୱାସକୁ ନେଇ ଭକ୍ତମାନେ ଠାକୁରଙ୍କ ନାମ ଉଚ୍ଚାରଣ କରିବା ସହିତ ସୃଷ୍ଟି ହୋଇଥିଲା ଏକ ଭଗବତମୟ ପରିବେଶ । ପୋଖରୀ କୂଳରୁ ଏକ୍ରତିତ ହୋଇ ମାନସିକଧାରୀମାନେ ପହଂଚିଥିଲେ ଖାଇ ନିକଟକୁ । ଦୁଇଟି କାଠଗଣ୍ଡିକୁ ବନ୍ଧାଯାଇଥାଏ । ଗୋଟିଏ ପାଶ୍ୱର୍କୁ ଦଉଡ଼ି ସାହାର୍ଯ୍ୟରେ ଧରାଯାଇଥିବାବେଳେ ଅପରି ପାଶ୍ୱର୍ରେ ମାନସିକଧାରୀମାନଙ୍କ ଅଂଟାରେ ଲାଗିଥିବା କଣ୍ଟାରେ ରଶିକୁ ବନ୍ଧାଯାଇଥାଏ ।

ଶୂନ୍ୟେ ଶୂନ୍ୟେ ମୁହଁ ତଳକୁ କରି ଶ୍ରଦ୍ଧାଳୁଙ୍କୁ ଆଡ଼କୁ ଚାହିଁ ଘୁରିଥାନ୍ତି । ଯାହା ଅତ୍ୟନ୍ତ ହୃଦୟ ବିଦାରକ ହୋଇଥାଏ । ଏହି ସମୟରେ ଯେଉଁ ପିଲାମାନଙ୍କର କିଛି ରୋଗ ବା ମାନସିକ ଥାଏ ସେମାନଙ୍କୁ ହାତରେ ଧାର ଘୁରିଥାନ୍ତି । ତେବେ ଏପରି ଉତ୍ସବ ଦେଖିବା ପାଇର୍ ଶ୍ରଦ୍ଧାଳୁ ମାନଙ୍କର ବେଶ ଭିଡ଼ ଜମିଥାଏ ଏଠାରେ । ନିଜ ଶରୀରକୁ କଷ୍ଟ ଦେଇ ଖାଇରେ ବୁଲି ନିଜର ମାନସିକ ପୂରଣ କରିବା ପାଇଁ ଏଭଳି କଷ୍ଟ ଦାୟକ ଯାତ୍ରା ଯେତିକି ରୋମାଂଚମୟ ସେତିକ ଭୟଙ୍କର ମଧ୍ୟ ।

 

You might also like