ମମି! ମୁଁ ଏ ଦୁନିଆରେ କାହିଁକି ଅଛି? ମୁଁ ଏଠୁ ପଳେଇବି, ପଢ଼ିବା ବେଳେ ମା’ଙ୍କୁ ଏମିତି କହିଲା କୁନି ପୁଅ; ଭିଡିଓ ଦେଖିଲେ ହସ ରୋକିପାରିବେନି

ପିଲାଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। କାରଣ ଛୋଟ ପିଲାମାନଙ୍କ ହୃଦୟ ସଫା ହୋଇଥାଏ। ସେମାନେ ଯାହା କରିଥାନ୍ତି ଓ କହିଥାନ୍ତି, ସବୁ ହୃଦୟ ସହ କହିଥାନ୍ତି। ତାଙ୍କର କୌଣସି କଥା ବାର୍ତ୍ତା, ଆଚାର ବ୍ୟବହାରରେ ମିଛ କିମ୍ବା ଲୋକଦେଖାଣିଆ ନଥାଏ। ପିଲା ବେଳେ ପ୍ରାୟତଃ ଛୋଟ ପିଲାମାନେ ପାଠପଢ଼ା ଛାଡ଼ି ଖେଳ କୁଦରେ ଅଧିକ ଧ୍ୟାନ ଦେଇଥାନ୍ତି। ଯଦି ତାଙ୍କୁ ତାଙ୍କ ମନ ମୁତାବକ କାମ କରିବାକୁ ଦିଆଯାଏ ନାହିଁ, ତେବେ ସେ ଅଭିଭାବକଙ୍କୁ ଏ ନେଇ ଅଭିଯୋଗ କରିଥାନ୍ତି। ସୋସିଆଲ ମିଡିଆରେ ପ୍ରାୟତଃ ଏମିତିକା ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରେ ପିଲାମାନେ ବାପାମା’ଙ୍କ ସାମ୍ନାରେ ଅଭିଯୋଗ କରୁଥିବାର ଦେଖାଯାଏ। ଏବେ ସେମିତି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେପିଲାଟି ତା’ ମା’ଙ୍କୁ ଯାହା କହୁଛି ତାହା ଦେଖିଲେ ଆପଣ ହସ ରୋକିପାରିବେ ନାହିଁ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଛୋଟ ଛୁଆ ପଢ଼ୁଥିବାର ଦେଖାଯାଇଛି। ସେ ଏକ ଖାତାରେ ପେନ୍‌ସିଲ ଧରି କିଛି ଲେଖୁଛି। କିନ୍ତୁ ତାକୁ ଦେଖିଲେ ବୁଝାପଡ଼ୁଛି ଯେ ତା’ ମନ ଆଦୌ ପଢ଼ାରେ ନାହିଁ।

 

View this post on Instagram

 

A post shared by Bunny (@daiviksharma28)


ଛୁଆଟି ଲେଖି ଲେଖି ତା’ ମା’ଙ୍କୁ କହୁଛି, ‘ମମି ମୁଁ ବହୁତ ଟେନ୍ସନ୍‌ରେ ଅଛି। ମୋତେ ଦୁନିଆକୁ କାହିଁକି ଅଣାଯାଇଛି। ମୁଁ ଏ ଦୁନିଆରୁ ବାହାରିଯିବି। ବାହାରି ଯିବି ବାହାରି ଯିବି।’ ଏମିତି କହି କହି ଛୁଆଟି ପେନ୍‌ସିଲ୍‌କୁ ଟେବୁଲରେ ପିଟୁଛି। ତା’ ପରେ ମା’ ପଚାରୁଛନ୍ତି- ‘କାହିଁକି ପଳେଇବୁ?’ ତା’ ପରେ ଛୁଆଟି କହୁଛି, ‘ମୋର ଏ ଦୁନିଆରେ ମନ ଲାଗୁନି’। ତା’ ପରେ ମା’ ପଚାରୁଛନ୍ତି- ‘ମନ କାହିଁକି ଲାଗୁନି?’ ଏହାର ଜବାବରେ ଛୁଆଟି କହୁଛି- ‘କାରଣ ତୁମେ ଭଲ ନୁହେଁ।’

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଇତି ମଧ୍ୟରେ ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଇନ୍‌ଷ୍ଟାଗ୍ରାମ୍‌ରେ () ନାମକ ଆକାଉଣ୍ଟରେ ଭିଡିଓଟି ସେୟାର କରାଯାଇଛି। ଲୋକଙ୍କୁ ଏହି ଭିଡିଓ ମନୋରଞ୍ଜନର ଖୋରାକ୍‌ ଯୋଗାଇଛି।

Also Read: ଭାରତୀୟ ସେନାରେ ୧,୩୫,୮୫୦ ପଦରେ ହେବ ନିଯୁକ୍ତି; ଇଚ୍ଛୁକ ପ୍ରାର୍ଥୀ ଏବେ ଠୁ ହୋଇଯାଆନ୍ତୁ ପ୍ରସ୍ତୁତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.