ବିଷଧର ସାପ ସହିତ ସାଙ୍ଗ ଭଳି ଖେଳୁଛନ୍ତି ଏହି ପିଲାମାନେ, ଥରେ ଦେଖନ୍ତୁ ଏହି ମଜାଦାର ଭିଡିଓ

ଆପଣ ତ ଝିଟିପିଟି କିମ୍ବା ଅସରପା ଟିଏ ଦେଖିଲେ ଡରି ଯାଉଥିବେ ନଚେତ ଭୟରେ ଥର ହର ହୋଇଯାଉଥିବେ । ଏମାନଙ୍କ ସହିତ ଖେଳିବା ତ ଦୂରର କଥା । ଯଦି ଏହି ସବୁ ଜନ୍ତୁଙ୍କ ଠାରୁ ପ୍ରାଣର ଭୟ ତାହେଲେ ସାମ୍ନାକୁ ବିଷଧର ସାପଟିଏ ଆସିଲେ ଅବସ୍ଥା କଣ ହେବ ଭାବନ୍ତୁ ତ । ନିଶ୍ଚିତ ରୂପେ ଆପଣ କୋଷେ ଖଣ୍ଡେ ବାଟ ଦୌଡ଼ି ଦୌଡ଼ି ପଳାଇବେ । ଛାନିଆରେ ଦେହରୁ ବାଲ୍ଟି ବାଲ୍ଟି ଝାଳ ନିଗିଡି ଆସିବ । ତେବେ ଅତି ଛୋଟ ଛୋଟ ପିଲା ଯେ ବିଷଧର ସାପ ସହିତ ଖୁବ ମଜାର ସହିତ ଖେଳୁଥିବେ ଏମିତି କେବେ ଭାବିଛନ୍ତିକି । କେବେ ବି ନୁହେଁ ନା । ବିଶ୍ୱାସ ବି ହେଉନି ନା । ତେବେ ଥରେ ଏହି ଭିଡିଓଟିକୁ ଦେଖନ୍ତୁ ତା ପରେ ନିଜ ଆଖିକୁ ବି ବିଶ୍ୱାସ କରିପାରିବେ ନାହିଁ । ଏହି ଛୁଆମାନେ ଏତେ ସାହସୀଯେ ସାମ୍ନାରେ ବିଷଧର ସାପ ଟିଏ ଯାଉଥିଲେ ବି ଆଦୌ ଡ଼ରୁ ନାହାନ୍ତି । ବରଂ ତା ଲାଞ୍ଜ ଧରି ବୁଲାଇ ବୁଲାଇ ଖେଳୁଛନ୍ତି ।

 

View this post on Instagram

 

A post shared by Saurabh Jadhav 2110 (@rasal_viper)

ଇନ୍ଷ୍ଟଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓଟି “ଖତରୋଂ କେ ଖିଲାଡୀ” ଏପିଷୋଡ଼ ଠାରୁ କୌଣସି ଗୁଣରେ କମ ନୁହେଁ । ପିଲା ମାନେ ସାପ ସହିତ ଏମିତି ଖେଳୁଛନ୍ତି ଯାହାକୁ ଯେକେହି ବି ଦେଖିବ ନିଶ୍ଚୟ ସେ ନିଜ ଓଠକୁ କାମୁଡି ଦେବ । ଛୋଟ ଛୋଟ ଦୁଇଟି ପିଲା ସାପଟିକୁ ଲାଞ୍ଜ ପଟରୁ ଟାଣି ଟାଣି ଖୁବ ମଜାର ସହ ଖେଳିଚାଲିଛନ୍ତି । ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେଯେ ପିଲାଙ୍କ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ସାପଟି ବି ପ୍ରାଣ ପଣେ ଚେଷ୍ଟା ଚଳାଇଛି । ଟିକେ ସୁଯୋଗ ମିଳିବା ମାତ୍ରେ ସାପଟି ପିଲାଙ୍କ ହାତରୁ ମୁକୁଳି ଦୌଡ଼ି ଦୌଡ଼ି ପଳାଉଛି । ଭିଡିଓଟିକୁ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲରେ rasal-viper ରୁ ସେୟାର କରାଯାଇଛି । ଭିଡିଓଟିକୁ ନ୍ୟୁଜ ଆକାରରେ ପବ୍ଲିସ କରିବା ଭିତରେ 7 ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ହଜାର ସଂଖ୍ୟକ ଲାଇକ୍ସ ବି ମିଳିସାରିଲାଣି । ଏହା ସହ ୟୁଜର ମାନେ ବି ଅନେକ ସଂଖ୍ୟାରେ କମେଣ୍ଟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.