Categories: ସ୍ପେଶାଲ

କେରଳକୁ କିମ୍‌ସର ସହାୟତାର ହାତ : ବନ୍ୟା ପୀଡ଼ିତଙ୍କ ଚିକିତ୍ସା ପାଇଁ ଗଲା ୨୫ ଜଣିଆ ଡାକ୍ତରୀ ଟିମ୍‌

କେରଳ ବନ୍ୟା ବିପନ୍ନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ-କିମସର ୨୫ ଜଣିଆ ଡାକ୍ତରୀ ଦଳ କେରଳ ଯାତ୍ରା କରିଛନ୍ତି । କେରଳ ମହାବନ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି । ଏବେ ବନ୍ୟା କମିଥିବା ବେଳେ ସେଠାରେ ମହାମାରୀ ଆଶଙ୍କା ଦେଖାଦେଇଛି । ବିଶେଷକରି ଅଧିକ ପ୍ରଭାବିତ ହୋଇଥିବା ୪ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବ୍ୟାପକ ଆବଶ୍ୟକତା ଦେଖାଦେଇଥିବାରୁ କିମସର ଏହି ଡାକ୍ତରୀ ଦଳ ଏକ ଭ୍ରାମ୍ୟମାଣ ଚିକିତ୍ସା ସହାୟକ ଦଳ ଭାବେ କେରଳର ଏର୍ନାକୁଲମ , ଆଲାପୁଝା, ତ୍ରିସୁର ଓ କୋଟାୟାମ ଆଦି ପ୍ରଭାବିତ ଜିଲ୍ଲାରେ କାର୍ୟ୍ୟ କରିବେ । ରାଜା ରମଣଙ୍କ ନେତୃତ୍ୱରେ ଏହି ଡାକ୍ତରୀ ଦଳ କେରଳ ଯାଇଛି । ଏହି ଟିମ କେରଳରେ ଏକ ମାସ ରହି ପ୍ରଭାବିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ ।

ଏହି ଦଳର ସମସ୍ତ ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ କିମସ ୧୦ ଲକ୍ଷ ଟଙ୍କା ବହନ କରୁଛି । ଏହା ବ୍ୟତୀତ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ କିଟ ଓ କିସ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ନିଜ ଦରମାରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗସ୍ତ ପୂର୍ବରୁ ଡ. ସାମନ୍ତ ଡାକ୍ତରୀ ଦଳକୁ ଏହି ପ୍ରକାର ସେବା ମନୋବୃତ୍ତି ପାଇଁ ଉତ୍ସାହିତ କରିଥିଲେ । କେରଳ ଗସ୍ତରେ ଯାଇଥିବା ସବୁ ଡାକ୍ତର କିମସରେ ଅଧ୍ୟୟନ ତଥା କାର୍ୟ୍ୟ କରୁଥିବା ବେଳେ ସେମାନେ କେରଳ ଓ ତାମିଲନାଡୁର ବାସିନ୍ଦା । ଏହାଛଡ଼ା କିଟ୍ର ବହୁ ପୁରାତନ ଛାତ୍ରଛାତ୍ରୀ କେରଳରେ ଏବେ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ କାର୍ୟ୍ୟରେ ନିୟୋଜିତ ଅଛନ୍ତି ।

KNews Bureau

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

19 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

32 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

46 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago