ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାରନାମା, ଜେଲରଙ୍କ ତଣ୍ଟିରେ ଛୁରୀ ଲଗାଇ ଅର୍ଡର କଲେ ପିଜ୍ଜା

ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାଣ୍ଡ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ସ୍ୱିଡେନ୍‌ ଜେଲରୁ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି କଏଦୀ ଜେଲରଙ୍କ ବେକରେ ଛୁରୀ ଲଗାଇ ପିଜ୍ଜା ଅର୍ଡର କରିବାକୁ ବାଧ୍ୟ କରିଥିବା ଜଣାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।

ରିପୋର୍ଟ ମୁତାବକ, ସ୍ୱିଡେନ୍‌ର ଏକ ହାଇ ସିକ୍ୟୁରିଟି ଜେଲରେ ଦୁଇ ଜଣ କଏଦୀ ମିଶି ଏହି କାଣ୍ଡ ଭିଆଇଛନ୍ତି। ସେ ପ୍ରଥମେ ଜେଲର ଜଣେ ଅଫିସରଙ୍କୁ ବନ୍ଧକ ରଖିଥିଲେ ପରେ ୨୦ଟି କବାବ ପିଜ୍ଜା ଦାବି କରିଥିଲେ। ଜେଲ ଅଧିକାରୀଙ୍କ ବେକରେ ସେମାନେ ଛୁରୀ ଲଗାଇ ଦେଇଥିଲେ। ତେବେ ଏତିକି ନୁହେଁ, କଏଦୀମାନେ ନିଜ ପାଇଁ ଏକ ହେଲିକପ୍ଟର ବି ମାଗିଥିଲେ। କିନ୍ତୁ ଜେଲ କର୍ତ୍ତୃପକ୍ଷ ତାଙ୍କର ଉକ୍ତ ଦାବି ପୂରଣ କରିପାରିଲେ ନାହିଁ। ଜେଲ ତରଫରୁ କଏଦୀଙ୍କୁ କେବଳ ଖାଇବାକୁ ପିଜ୍ଜା ଦିଆଯାଇଥିବା ଜଣାଯାଇଛି।

ଏସବୁ କାଣ୍ଡ କରିବା ପୂର୍ବରୁ କଏଦୀ ଜେଲର ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। କଏଦୀମାନେ ସମସ୍ତ ଅନ୍ତେବାସୀଙ୍କ ପାଇଁ ମୋଟ ୨୦ଟି ପିଜ୍ଜା ଅର୍ଡର କରିଥିଲେ। ତେବେ ଏନେଇ ଜଣାପଡ଼ିବା ପରେ ପୋଲିସ ଟାସ୍କ ଫୋର୍ସଙ୍କୁ ଡକାଯାଇଥିଲା। ସେମାନଙ୍କୁ କୌଣସି ପ୍ରକାରେ ଶାନ୍ତ କରାଯାଇ ଅନ୍ୟତ୍ର ସିଫ୍ଟ କରାଯାଇଛି। ସୂଚନାନୁଯାୟୀ ଉଭୟ କଏଦୀ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.