କିଙ୍ଗ କୋବ୍ରା ଏକାସହିତ ଗିଳିଲା ୩ଟି ସାପ, ଭାଇରାଲ ହେଉଛି ଭିଡିଓ

କିଙ୍ଗ କୋବ୍ରା ହେଉଛି ସବୁଠାରୁ ବିଷାକ୍ତ ସାପ । ଯିଏ ନିଜଠାରୁ ବଡ଼ ସାପକୁ ମଧ୍ୟ ଖାଇପାରେ । କୁହାଯାଏ କିଙ୍ଗ କୋବ୍ରାଙ୍କ ଖାଦ୍ୟ କେବଳ ଅନ୍ୟ ସାପ । ତେବେ କିଙ୍ଗ କୋବ୍ରାର ଏତେ ବିଷ ଅଛି ଯେ ଯଦି ଗୋଟିଏ ହାତୀକୁ କାମୁଡ଼େ ତେବେ ତା’ର ମୃତ୍ୟୁ ନିଶ୍ଚିତ । ସୋସିଆଲ ମିଡିଆରେ କିଛି ନା କିଛି ସାପର ଭିଡିଓ ଭାଇରାଲ ହୋଇଥାଏ । ସେହିପରି ଏବେ ମଧ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସାପ ମଧ୍ୟରୁ ଅନ୍ୟତମ । କିଙ୍ଗ କୋବ୍ରା ହେଉଛି ସବୁଠାରୁ ବିଷାକ୍ତ ସାପ । ଯିଏ ନିଜଠାରୁ ବଡ଼ ସାପକୁ ମଧ୍ୟ ଖାଇପାରେ । କୁହାଯାଏ କିଙ୍ଗ କୋବ୍ରାଙ୍କ ଖାଦ୍ୟ କେବଳ ଅନ୍ୟ ସାପ । ତେବେ କିଙ୍ଗ କୋବ୍ରାର ଏତେ ବିଷ ଅଛି ଯେ ଯଦି ଗୋଟିଏ ହାତୀକୁ କାମୁଡ଼େ ତେବେ ତା’ର ମୃତ୍ୟୁ ନିଶ୍ଚିତ । ଏହାର ଅର୍ଥ ହେଉଛି କିଙ୍ଗ କୋବ୍ରା ସାମ୍ନାରେ ପଡିବା ଅର୍ଥ ନିଜ ଜୀବନ ହରାଇବା । ଏହା ବ୍ୟତୀତ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ସାପର ଭିଡିଓ ଭାଇରାଲ ହୋଇଥାଏ । ସେହିପରି ଏବେ ମଧ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟାଭୀତ ହୋଇଯିବେ ।

ଏହି ଭାଇରାଲ୍ ଭିଡିଓରୁ ଆପଣ ଅନୁମାନ କରିପାରିବେ ଯେ କିଙ୍ଗ କୋବ୍ରା କେତେ ବିପଜ୍ଜନକ ହୋଇପାରେ । ଯେଉଁଠାରେ ଗୋଟିଏ କିଙ୍ଗ କୋବ୍ରା ଏକାସାଙ୍ଗରେ ତିନୋଟି ବିଶାଳ ସାପ ଗିଳିଥିଲା । ପରେ କିଙ୍ଗ କୋବ୍ରା ସେହି ତିନୋଟି ସାପକୁ ଏକାଠି ବାନ୍ତି କରିଦେଲା । ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ କିଙ୍ଗ କୋବ୍ରା ପାଟିରେ ୩ଟି ସାପ ଭରି ରହିଛି ଏବଂ ସେ ବାନ୍ତି କରୁଛି । ବାନ୍ତି କରୁଥିବାବେଳେ କିଙ୍ଗ କୋବ୍ରା ଧୀରେ ଧୀରେ ପଛକୁ ଗତି କରୁଛି ଏବଂ ଗୋଟିଏ ପରେ ଗୋଟିଏ ପାଟିରୁ ତିନୋଟି ବିଶାଳ ସାପ ବାହାରୁଛି ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ @AMAZlNGNATURE ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ତେବେ ଭିଡିଓର କ୍ୟାପସନରେ ଲେଖାଯାଇଛି, “କିଙ୍ଗ କୋବ୍ରା ଅନ୍ୟ ୩ ଟି ସାପକୁ ବାନ୍ତି କରୁଛି, ଯେତେବେଳେ କିଙ୍ଗ କୋବ୍ରା ଅତ୍ୟଧିକ ଖାଇଦେଇଥାଏ ସେତେବେଳେ ଏହା ହୋଇଥାଏ । ଆଶା କରୁଛି ଏହାକୁ କିଛି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହା ସହ ଭିଡିଓକୁ ଏପର୍ଯ୍ୟନ୍ତ ୪୭ ଲକ୍ଷ ଲୋକ ଦେଖିଛନ୍ତି ଏବଂ ୧୪ ହଜାର ଲୋକ ଏହାକୁ ଲାଇକ୍‌ କରିଛନ୍ତି । ଏଥି ସହିତ ଅନେକ ଲୋକ ଏହି ଭିଡିଓ ଉପରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ଏବଂ ଅନେକ ଲୋକ କିଙ୍ଗ କୋବ୍ରା ସହ ଜଡିତ ଅନ୍ୟ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

Leave A Reply

Your email address will not be published.