ସ୍ପେଶାଲ

ବଦଳିଯାଇଛି ଠିକଣା ଓ ପରିଚୟ, ହେଲେ ନିଜ ଲକ୍ଷ୍ୟ ଠାରୁ ବିଚ୍ୟୁତ ହୋଇନାହାନ୍ତି କିନ୍ନର ଦିବ୍ୟ ଭାରତୀ

ବାଲେଶ୍ବର :ସାମାଜିକ କଟକଣା , ଟାହି ଟାପରା ଓ ଲୋକ ହସା ପାଇଁ ଦିନେ ଘରକୁ ପର କରି ଦେଇଥିଲେ । ଆଉ ଆଜି ଯେଉଁ ନୂଆ ଦୁନିଆରେ ସେ ବସା ବାନ୍ଧିଲେ ଦୁନିଆ ତାଙ୍କୁ କହିଲା ମାଇଚିଆ ଆଉ କିନ୍ନର । ଭଗବାନ ସେମାନଙ୍କୁ ଏଭଳି ଗଢିଛି, ଗୋଟିଏ ଶରୀର କିନ୍ତୁ ଆଖିରେ କଜଳ ଓ ମୁହଁରେ ରଙ୍ଗ ମାରି ଦେଲେ ବଦଳି ଯାଏଁ ସେମାନଙ୍କ ନା ଓ ପରିଚୟ । ଆମେ କହୁଛି ବାଲେଶ୍ଵର ଜଣେ କିନ୍ନରଙ୍କ କଥା ଯିଏ କି ଅନ୍ୟ କିନ୍ନରଙ୍କ ଠାରୁ ଟିକେ ଭିନ୍ନ । ସମସ୍ତଙ୍କ ଭଳି ସେ ନିଜ ବୃତ୍ତିରେ ଥାନ୍ତି ହେଲେ ନିଜ ଲକ୍ଷ୍ୟ ଠାରୁ କେବେ ବିଚ୍ୟୁତ ହୋଇନାହାନ୍ତି । କହୁଛନ୍ତି ମୁଁ ବି ଦିନେ ହେବି କଲେକ୍ଟର ।

ଜୀବନର ଋତୁଚକ୍ରରେ ପ୍ରତିଟି ପରିବର୍ତ୍ତନ ଭଳି ମଣିଷ ଜୀବନର ମୋଡ଼ ମଧ୍ୟ ବଦଳି ଯାଏଁ । ଖାଲି ମଣିଷ ନୁହଁ ତାର ଠିକଣା ଆଉ ପରିଚୟ ମଧ୍ୟ ବଦଳି ଯାଏଁ। ଜୀବନ ଖୁବ୍ ସାଧା ସିଧା ଆଉ ସରଳ ଭାବେ ଚାଲିଥିଲା । ହଠାତ୍ ଅସ୍ବାଭାବିକ ହୋଇ ଗଲା ସବୁକିଛି । ଘରର ସୁନା ପୁଅର ଚାଲିଚଳନ, କଥା ଭାଷା , ଅଙ୍ଗ ଭାଙ୍ଗିରେ ଅସ୍ବାଭାବିକ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା । ଯେଉଁ ଦୁନିଆରେ ଜନ୍ମ ହୋଇଥିଲେ ସେହି ଦୁନିଆ ତାଙ୍କୁ ଛି ଛାକର କଲା। କହିଲା ମାଇଚିଆ କିନ୍ନର ଆହୁରି ଅନେକ କିଛି। ଶେଷରେ ବାଧ୍ୟ ହୋଇ ସେ ଦୁନିଆ ଛାଡ଼ି ନିଜ ସ୍ୱପ୍ନର ଦୁନିଆରେ ଘର କଲେ । ବଦଳି ଗଲା ନାମ ଠିକଣା ଓ ପରିଚୟ । ଏ ହେଉଛି ବାଲେଶ୍ଵରରେ ରହୁଥିବା ପୁରୀର ରାହୁଲ କୁମାର ଦାସ ଓରଫ ଦିବ୍ୟ ଭାରତୀ କିନ୍ନରଙ୍କ କଥା ।

ଏଥିଲା ତାଙ୍କର ଜୀବନର ପ୍ରତିଟି ଉତ୍ଥାନ ଓ ପତନର କଥା । ହେଲେ କଥା ଯାଇ ସେଇଠି ସରି ନାହିଁ । ଏବେ ସେ କଲେକ୍ଟର ହେବେ ବୋଲି କହୁଛନ୍ତି ।  ବାଲେଶ୍ଵରର ଲୋକନାଥ କିନ୍ନର ମହାସଂଘରେ ରହୁଥିବା ପାଖାପାଖି ୨୦ ଜଣ କିନ୍ନରଙ୍କ ମଧ୍ୟରୁ ସେ ହେଉଛନ୍ତି ଅତି ଉଚ୍ଚ ଶିକ୍ଷିତ । ସମସ୍ତଙ୍କ ଭଳି ସେ ନିଜ ବୃତ୍ତିକୁ ଆପଣାଇ ଚଳନ୍ତି । ରାତି ପାହିଲେ ସଭିଙ୍କ ଭଳି ଆଖିରେ କଜଳ, ଓଠରେ ଲିପଷ୍ଟିକ୍, ମୁହଁରେ ରଙ୍ଗ ଓ ମଥାରେ ସିନ୍ଦୂର ମାରି ସଜେଇ ହୋଇଯାଆନ୍ତି । ହେଲେ ନିଜ ଲକ୍ଷ୍ୟରୁ କେବେ ବିଚ୍ୟୁତ ହୋଇ ନାହାନ୍ତି ।

ଶିକ୍ଷାଗତ ଯୋଗ୍ୟତା ହେଉଛି ତାଙ୍କର ମାଟ୍ରିକରେ ଫାଷ୍ଟ କ୍ଲାସ୍ , ଅଟୋ ମୋବାଇଲ ଇଞ୍ଜିନିୟରିଂରେ ସେ ଡିଗ୍ରୀ ହାସଲ କରିବା ସହ ଡିଜାଇନ୍ ଓ ମାନୁଫାକଚୁରିଂରେ ଏମ୍ ଟେକ୍ କରିଛନ୍ତି । ଏହା ସହ ପୂର୍ବରୁ ୨୦୧୮ରେ ଓଏଏସ ପରୀକ୍ଷା ଦେଇଥିଲେ । ଖୁବ୍ ଅଳ୍ପ ମାର୍କରେ କୃତକାର୍ଯ୍ୟ ହୋଇ ନପାରି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତଥାପି ତାଙ୍କ ମନୋବଳ ଭାଙ୍ଗି ନାହିଁ । ପୁଣି ସେ ଏବେ ଆଇଏଏସ ପରୀକ୍ଷା ଦେଇଛନ୍ତି ।

ଦିବ୍ୟ ଭାରତୀଙ୍କୁ ଭଲରେ ମନ୍ଦରେ ସବୁ କଥାରେ ସହଯୋଗ କରି ଆସିଛନ୍ତି ପ୍ରିୟା କିନ୍ନର। ତାଙ୍କୁ ନିଜ ସନ୍ତାନ ରୂପେ ସେ ପାଳିଛନ୍ତି । ପ୍ରିୟା ଦିବ୍ୟ ଭାରତୀଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରନ୍ତି । ଜଣେ ମାଆ ପାରି ଆକଟ କରିବାଠୁ ଆରମ୍ଭ କରି ସୁଖରେ ଦୁଃଖରେ ତାଙ୍କ ସହ ଛିଡ଼ା ହୋଇଥାନ୍ତି । ପଣ କରିଛନ୍ତି ଝିଅକୁ କଲେକ୍ଟର କରିବେ । ଯେଉଁ ସମାଜ ତାଙ୍କୁ ଦିନେ ମାଇଚିଆ, କିନ୍ନର କହି ଟାହି ଟାପରା କରୁଥିଲା ସେହି ସମାଜ ଆଗରେ ତାଙ୍କୁ ଜଣେ ଭଲ ମଣିଷ ଭାବରେ ଠିଆ କରିବେ। ଆଉ ସମାଜ ଆଗରେ ଥିବା ବିଶ୍ୱାସ ଓ ଅନ୍ଧବିଶ୍ୱାସର କାଳିମାକୁ ହଟାଇବେ ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago