ରୋଷେଇ ଘର ପାଇଁ ଧ୍ୟାନ ରଖନ୍ତୁ ଏହିସବୁ ନିୟମ , ଯାହା ଆପଣଙ୍କୁ ଦେବ ସୁଖ ଓ ସମୃଦ୍ଧି

ବାସ୍ତୁ ଶାସ୍ତ୍ରରେ ଏମିତି ଅନେକ ନିୟମ ରହିଛି ଯାହା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଘରେ ଥିବା ରୋଷେଇ ଘରକୁ ଉର୍ଜାର ସଂରକ୍ଷଣ କେନ୍ଦ୍ର କୁହାଯାଏ । ରୋଷେଇ ଘର ଭଲ ହେଲେ ଘରେ ସ୍ୱାସ୍ଥ୍ୟ, ସ୍ୱାଦ ଓ ସଂସ୍କାର ଭଳି ୩ଟି ଉପରେ ଗଭୀର ପ୍ରଭାବ ପକାଇଥାଏ । ଭାରତରେ ସେଥିପାଇଁ କୁହାଯାଇଛି , ‘ଜୈସା ଖାୟୋଗେ ଅନ୍ନ ୱେସା ହୋଗା ମନ’ । ତେଣୁ ଏଥିପାଇଁ ରୋଷେଇ ଘରେ ଜିନିଷ ରଖିବା ଠାରୁ ଖାଦ୍ୟ ତିଆରି ପର୍ଯ୍ୟନ୍ତ କିଛି ନିୟମ ରହିଛି ଯାହାକୁ ମାନିବା ଉଚିତ । ଚାଲନ୍ତୁ ଜାଣିବା ସେହି ସବୁ ନିୟମ ।

ରୋଷେଇ କରିବା ସମୟରେ ପୂର୍ବ ଦିଶାକୁ ମୁହଁ କରି ରୋଷେଇ କରିବା ଉଚିତ । ପୂର୍ବ ଦିଶାକୁ ଦେବତାଙ୍କ ଦିଶା ମନାଯାଏ । ତେଣୁ ପୂର୍ବ ଦିଗକୁ ମୁହଁ କରି ସର୍ବଦା ରୋଷେଇ କରିବା ଉଚିତ । ଏଭଳି ପ୍ରସ୍ତୁତ ଖାଦ୍ୟକୁ ପ୍ରସାଦ ସ୍ୱରୂପ ଆପଣ ଦେବତାଙ୍କୁ ଅର୍ପଣ କରିପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ହିତକର ହୋଇଥାଏ ।

ରୋଷେଇ ଘର ଦକ୍ଷିଣ ପୂର୍ବ ଓ ଉତ୍ତର ପଶ୍ଚିମ ଦିଶାରେ ତିଆରି ହେବା ଉଚିତ । ଏହାସହ ପାଣି ଟ୍ୟାପ ଠୁ ଆରମ୍ଭ କରି ଗ୍ୟାସ ଚୁଲ୍ଲା ପର୍ଯ୍ୟନ୍ତ ସବୁକିଛି ବାସ୍ତୁଶାସ୍ତ୍ର ଅନୁଯାୟୀ ରହିବା ଦରକାର ।

ରାତିରେ ଶୋଇବା ଆଗରୁ ରୋଷେଇ ଶାଳକୁ ଭଲ ରୂପେ ସଫା ସୁତରା ରଖିବା ଉଚିତ । ହିନ୍ଦୁଶାସ୍ତ୍ର ଅନୁଯାୟୀ ରୋଷଶାଳାରେ ମାତା ଅନ୍ନପୁର୍ଣ୍ଣା ଦେବୀ ବାସ କରିଥାନ୍ତି । ତେଣୁ ସଫା ରଖିବା ସହ ବାସ୍ତୁ ନିୟମକୁ ମାନିଲେ ମାତାଙ୍କର ଆଶିର୍ବାଦ ପ୍ରାପ୍ତ ହୋଇଥାଏ । ଅଇଁଠା ପ୍ଲେଟକୁ କେବେ ବି ରୋଷେଇ ଘରେ ପକାନ୍ତୁ ନାହିଁ । ଏହାକଲେ ଦୋଷ ଲାଗିଥାଏ । ଏହାସହ ବାଥରୁମ ପାଖରେ ରୋଷେଇ ଘର ରହିବା ଅଦୌ ଠିକ କଥା ନୂହେଁ । ଏହାଦ୍ୱାରା ଘରେ ରୋଗ ବଢ଼ିଥାଏ । ଏହାସହ ରୋଷେଇ ଘରେ ଇଲେକଟ୍ରୋନିକ ଜିନଷ ମଧ୍ୟ ରଖନ୍ତୁ ନାହିଁ । ଏହି ନିୟମ ମାନନ୍ତୁ ଏବଂ ଘରେ ସୁଖରେ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.