ସ୍ପେଶାଲ

ଜାଣନ୍ତୁ ଚକ୍ରବ୍ୟୁହ ଏବଂ ଅଭିମନ୍ୟୁ ବଧ ସମ୍ପର୍କରେ କିଛି ଅଜଣା କଥା

ଅର୍ଜୁନ ଏବଂ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁଙ୍କର କିପରି ଚକ୍ରବ୍ୟୁହରେ ଫସି ମୃତ୍ୟୁ ହୋଇଥିଲା ସେ ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ କିନ୍ତୁ ଏହା ପଛରେ ଅନେକ କିଛି ରୋଚକ ତଥ୍ୟ ରହିଛି ଯାହା ବିଷୟରେ ଆପଣମାନେ ଆଜି ପର୍ଯ୍ୟନ୍ତ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ୫ଟି ଖାସ ରହସ୍ୟ।

ଶ୍ରୀକୃଷ୍ଣ ଦେଇଥିଲେ ଶିକ୍ଷା

ଅଭିମନ୍ୟୁଙ୍କ ପିଲାଦିନ ମାମୁ ଶ୍ରୀକୃଷ୍ଣଙ୍କ ଦ୍ଵାରିକାରେ ହିଁ ବିତିଥିଲା। ସେଠାରେ ସେ ଅସ୍ତ୍ର ଶସ୍ତ୍ର ଗ୍ରହଣ କରିବା ସମୟରେ ହିଁ ଶ୍ରୀକୃଷ୍ଣ କହିଥିଲେ, ତୁମେ ଭବିଷ୍ୟତରେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।ମହାଭାରତ ଯୁଦ୍ଧରେ ଅଭିମନ୍ୟୁ ସବୁଠାରୁ କମ ବୟସର ଯୋଦ୍ଧା ଥିଲେ। ଅଭିମନ୍ୟୁ ନିଜ ମା ସୁଭଦ୍ରାଙ୍କ ଗର୍ଭରେ ରହି ସମ୍ପୂର୍ଣ୍ଣ ଯୁଦ୍ଧ ବିଦ୍ୟା ଶିକ୍ଷା ଗ୍ରହଣ କରିଥିଲେ। ମାତାଙ୍କ ଗର୍ଭରେ ରହି ସେ ଚକ୍ରବ୍ୟୁହ ଭେଦ କରିବା ଶିଖିଯାଇଥିଲେ କିନ୍ତୁ ଚକ୍ରବ୍ୟୁହକୁ ଭାଙ୍ଗିବା ଶିଖିପାରିନଥିଲେ କାରଣ ଯେଉଁ ସମୟରେ ଶିକ୍ଷା ଦିଆଯାଉଥିଲା ସେହି ସମୟରେ ତାଙ୍କ ମା ଶୋଇପଡ଼ିଥିଲେ।

ପରୀକ୍ଷିତଙ୍କ ପିତା ହେଉଛନ୍ତି ଅଭିମନ୍ୟୁ

ଅଭିମନ୍ୟୁଙ୍କ ବିବାହ ମହାରାଜ ବିରାଟଙ୍କ ପୁତ୍ରୀ ଉତ୍ତରାଙ୍କ ସହ ହୋଇଥିଲା।ବୃହନଲାହ ବଣରେ ଅଜ୍ଞାତବାସରେ ଥିବା ସମୟରେ ଅର୍ଜୁନ ଉତ୍ତରାଙ୍କୁ ନୃତ୍ୟ ଏବଂ ସଙ୍ଗୀତ ଶିକ୍ଷା ଦେଇଥିଲେ।

ଶ୍ରୀକୃଷ୍ଣଙ୍କ ଚାଲ

ଭଗବାନ ଶ୍ରୀକୃଷ୍ଣଙ୍କ ନୀତିରେ ଅଭିମନ୍ୟୁଙ୍କ ଚକ୍ରବ୍ୟୁହ ଭେଦ କରିବା ପାଇଁ ଆଦେଶ ଦିଆଯାଇଥିଲା। ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ କରିବା ତ ଜାଣିଥିଲେ କିନ୍ତୁ ସେଥିରୁ ବାହାରିବା ତାଙ୍କୁ ଜଣା ନଥିଲା। ଅଭିମନ୍ୟୁ ଚକ୍ରବ୍ୟୁହକୁ ଯିବା ପରେ ତାଙ୍କୁ ଚାରିପଟୁ ଘେରି ଦିଆଯାଇଥିଲା। ଚାରିପଟୁ ତାଙ୍କୁ ଘେରିବା ପରେ ଜୟଦ୍ରଥ ସହିତ ୭ଟି ଯୋଦ୍ଧାଙ୍କ ଦ୍ୱାରା ନିର୍ମମ ରୂପେ ହତ୍ୟା କରାଯାଇଥିଲା, ଯାହା ଯୁଦ୍ଧ ନିୟମର ବିରୁଦ୍ଧ ଥିଲା। ଯେତେବେଳେ ନିୟମ ଥରେ ଗୋଟିଏ ପକ୍ଷ ଭାଙ୍ଗି ଦେଇଥାଏ ତେବେ ଅନ୍ୟ ପକ୍ଷକୁ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ସୁଯୋଗ ମିଳିଥାଏ। କୁହାଯାଏ ଏହା ହିଁ ଶ୍ରୀକୃଷ୍ଣ ଚାହୁଁଥିଲେ।

ଲଢ଼ି ଲଢ଼ି ଥକି ଯାଇଥିଲେ ଅଭିମନ୍ୟୁ

ପ୍ରାରମ୍ଭରେ ଭାବନା ଥିଲା ଅଭିମନ୍ୟୁ ଚକ୍ରବ୍ୟୁହ ଭାଙ୍ଗିବେ ଏବଂ ତାଙ୍କ ସହ ଅନ୍ୟ ଯୋଦ୍ଧା ମଧ୍ୟ ଚକ୍ରବ୍ୟୁହ ମଧ୍ୟରେ ପସିଯିବେ କିନ୍ତୁ ଅଭିମନ୍ୟୁ ଯେପରି ଭିତରକୁ ପଶିଥିଲେ ବ୍ୟୁହ ପୁଣି ଥରେ ବଦଳିଥିଲା ଏବଂ ପୂର୍ବ ଅପେକ୍ଷା ଅଧିକ ମଜବୁତ ହୋଇଯିବାରୁ ଭୀମ, ସାତ୍ୟକି, ନକୁଳ ଏବଂ ସହଦେବ କୌଣସି ଯୋଦ୍ଧା ଭିତରକୁ ପଶି ପାରିନଥିଲେ। ଯେପରି ଅଭିମନ୍ୟୁ ଚକ୍ରବ୍ୟୁହର ମଧ୍ୟଭାଗରେ ପହଞ୍ଚିଥିଲେ ସେଠାରେ ଛିଡା ହୋଇଥିବା ଯୋଦ୍ଧାଙ୍କ କୌଶଳ ବଢିବାକୁ ଲାଗିଥିଲା। କାରଣ ସବୁ ଯୋଦ୍ଧା ଯୁଦ୍ଧ କରୁନଥିଲେ। ଯୁଦ୍ଧ କରିବା ପରେ ଅଭିମନ୍ୟୁ ମାନସିକ ଏବଂ ଶାରୀରିକ ରୂପେ ଦୁର୍ବଳ ହୋଇଯାଇଥିଲେ କିନ୍ତୁ ସେହି ସମୟରେ କୌରବ ପକ୍ଷ ସମ୍ପୂର୍ଣ୍ଣ ତାଜା ରହିଥିଲେ। ଏହି ସମୟରେ ଯଦି ଅଭିମନ୍ୟୁଙ୍କର ଚକ୍ରବ୍ୟୁହରୁ ବାହାରିବାର ଜ୍ଞାନ ଜଣାଥାନ୍ତା କିମ୍ବା ତାଙ୍କ ପଛରେ ଯଦି ଅନ୍ୟ ଯୋଦ୍ଧାମାନେ ସାହାଯ୍ୟ କରିବା ପାଇଁ ଆସିଥାନ୍ତେ ତେବେ ସେ ଏଥିରୁ ବଞ୍ଚିପାରିଥାନ୍ତେ। କିନ୍ତୁ ଦୁର୍ବଳ ହୋଇଯାଇଥିବାରୁ ସେ ଅଧିକ ଜୋରରେ ଲଢ଼ି ପାରିନଥିଲେ।

ଅଭିମନ୍ୟୁ ବଧ

ଚକ୍ରବ୍ୟୁହ ଭେଦ କରିବା ପାଇଁ ଅଭିମନ୍ୟୁ ଭିତରେ ପଶିଥିଲେ। ଚକ୍ରବ୍ୟୁହ ଭିତରେ ପ୍ରବେଶ କରିବା ପରେ ଅଭିମନ୍ୟୁ କୁଶଳତାପୂର୍ବକ ଚକ୍ରବ୍ୟୁହର ୬ଟି ଚରଣ ଭେଦ କରିଥିଲେ। ଏହି ସମୟରେ ଅଭିମନ୍ୟୁଙ୍କ ଦ୍ୱାରା ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣଙ୍କ ବଧ କରାଯାଇଥିଲା। ପୁତ୍ରର ମୃତ୍ୟୁ ଦେଖିବା ପରେ ଦୁର୍ଯ୍ୟୋଧନଙ୍କ କ୍ରୋଧର ସୀମା ରହିନଥିଲା। ଏହାପରେ ଅଭିମନ୍ୟୁ ଯୁଦ୍ଧରେ ୬ ଟି ଚରଣ ପାର କରିବା ପରେ ଯେତେବେଳେ ୭ତମ ଚରଣରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଦୁର୍ଯ୍ୟୋଧନ, ଜୟଦ୍ରଥ ଆଦି ୭ ମହାରଥୀ ଘେରି ଦେଇଥିଲେ। ଏହାପରେ ମଧ୍ୟ ଅଭିମନ୍ୟୁ ସଫଳତାପୂର୍ବକ ସେମାନଙ୍କ ସହ ଯୁଦ୍ଧ କରିଥିଲେ। ସାତ ଜଣ ଯୋଦ୍ଧା ମିଶି ଅଭିମନ୍ୟୁଙ୍କ ରଥର ଘୋଡାକୁ ମାରିଦେଇଥିଲେ କିନ୍ତୁ ଏହାପରେ ବି ନିଜର ରକ୍ଷା କରିବା ପାଇଁ ଅଭିମନ୍ୟୁ ନିଜ ରଥର ଚକକୁ ନିଜ ଉପରେ ରକ୍ଷା କବଚ ଭଳି ରଖିଥିଲେ ଏବଂ ଡାହାଣ ହାତରେ ଅସ୍ତ୍ର ଚାଳନା କରୁଥିଲେ। କିଛି ସମୟ ପରେ ଅଭିମନ୍ୟୁଙ୍କ ଅସ୍ତ୍ର ଭାଙ୍ଗିଯିବାପରେ ଚକ ମଧ୍ୟ ଭାଙ୍ଗିଯାଇଥିଲା।

ବର୍ତ୍ତମାନ ଅଭିମନ୍ୟୁ ସମ୍ପୂର୍ଣ୍ଣ ନିହତ୍ୟା ଥିଲେ। ଯୁଦ୍ଧର ନିୟମାନୁଯାୟୀ ନିହତ୍ୟାଙ୍କ ଉପରେ ଆକ୍ରମଣ କରିବା ଅନୁଚିତ କିନ୍ତୁ ସେହି ସମୟରେ ଜୟଦ୍ରଥ ଅଭିମନ୍ୟୁଙ୍କ ପଛ ପଟୁ ଜୋରରେ ଅସ୍ତ୍ର ପ୍ରହାର କରିଥିଲେ। ଏହାପରେ ଜଣେ ପରେ ଜଣେ ପ୍ରହାର କରିଥିଲେ। ଏହାପରେ ସେହିଠାରେ ହିଁ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଥିଲା। ପୁତ୍ରର ମୃତ୍ୟୁ ସମ୍ବାଦ ଶୁଣିବା ପରେ ଅର୍ଜୁନ କ୍ରୋଧିତ ହୋଇ ଶତ୍ରୁମାନଙ୍କର ସର୍ବନାଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

22 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

31 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago