୧୨.୧୨.୨୦୨୪ : କଣ ଗୁରୁତ୍ବ ରହିଛି ଏହି ଦିନର ? ଜାଣନ୍ତୁ କଣ କୁହନ୍ତି ନ୍ୟୁମରୋଲୋଜିଷ୍ଟ
ଆଜି ଦିନଟି କଥା ଶୁଣିଲେ ହୁଏତ ଶୁଣିବାକୁ ଭଲ ଲାଗି ପାରେ ହେଲେ ଏହା ପଛରେ କିଛି ଗୁରୁତ୍ବ ଅଛି କି ସେକଥା ଜାଣିବାକୁ ବି ଅନେକ ଲୋକ ଭାରି ଉତ୍ସୁକ । ଦିନଟି ଅବଶ୍ୟ ସରି ଆସିଲାଣି । ହେଲେ ସାରା ବିଶ୍ବ ହେଉ କି ଆମ ଦେଶରେ ଏଭଳି କିଛି ଘଟି ନାହିଁ ଯାହାକୁ ଆଜିର ଦିନ ଓ ଏଭଳି ତାରିଖ ସହ ଯୋଡ଼ି ହେବ । ସଂଖ୍ୟା ହିସାବରେ ଆଜି ତାରିଖ ୧୨, ମାସ ବି ୧୨ । ଏହାକୁ ମିଶାଇଲେ ହେଉଛି ୨୪ । ଆହୁରି ମଧ୍ୟ ଏହା ହେଉଛି ୨୦୨୪ ମସିହା । ଯାହା ସରି ସରି ଆସୁଛି । ତଥାପି ୧୨.୧୨.୨୦୨୪କୁ ନେଇ କିଛି ଜାଣିବାର ଉତ୍କଣ୍ଠା ରହୁଛି ସମସ୍ତଙ୍କର । ଆସନ୍ତୁ ନଜର ପକାଇବା ନ୍ୟୁମରୋଲୋଜିରେ ଏହି ସଂଖ୍ୟାର କଣ ରହିଛି ମହତ୍ତ୍ବ ।
ଜ୍ୟୋତିର୍ବିଦଙ୍କ ଅନୁସାରେ ଦୁଇଟି ୧୨ ରହିଲେ ତାହା ଆଗାମୀ ସମୟରେ ଭଲ ଦିନ ଆସୁଛି ବୋଲି ସୂଚନା ଦିଏ । ୧୨କୁ ମାଷ୍ଟର ନମ୍ବର ବୋଲି କୁହାଯାଏ । ଯାହା ବ୍ୟକ୍ତିଗତ ଶୃଙ୍ଖଳା, ମାନସିକ ଦୃଢ଼ତା, ନିଷ୍ଠାକୁ ବଢ଼ାଇଥାଏ । ନିଜ ଭିତରେ ଲୁଚି ରହିଥିବା ଇଚ୍ଛାକୁ ସାକାର କରିବାର ଆଗ୍ରହ ବଢ଼ାଇଥାଏ । ୧ ଓ ୨ ସଂଖ୍ୟା ଯଥାକ୍ରମେ ଧୈର୍ଯ୍ୟ ଏବଂ ନୂଆ ଆରମ୍ଭର ସୂଚନା ଦେଇଥାଏ ।