ଅନେକ ସମୟରେ ଆମେ ଏମିତି କିଛି ଦେଖୁ, ଯାହାକୁ ବିଶ୍ୱାସ କରିବା ସହଜ ହୋଇନଥାଏ । ତା ପଛର ରହସ୍ୟ ଖୋଜିବା ବି ଖୁବ କଷ୍ଟ ହୋଇଥାଏ । ଭାରତରେ ତ ଏମିତି ରହସ୍ୟମୟୀ ସ୍ଥାନର ଅଭାବ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଇଂଲଣ୍ଡର ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି । ଇଂଲଣ୍ଡର କିଙ୍ଗସ ଲେଙ୍ଗଳି ଗାଁରେ ଏମିତି ଏକ କୋଠି ଅଛି । ଯାହାର ଭିତର ଓ ବାହାରେ ଅନେକ ଅବିଶ୍ୱାସନୀୟ ଘଟଣା ମାନ ଦେଖିବାକୁ ମିଳିବ । “ହାର୍ଟ ଫୋର୍ଡ଼ଶାୟାର” ନାମରେ ନାମିତ ହୋଇଥିବା ଏହି ହୋଟେଲ ଏବେ ସ୍ଥାନୀୟ ଅଂଚଳରେ ଭୁତ କୋଠି ଭାବେ ପରିଚିତ । ଯଦି କେହି ରାତି ସମୟରେ ଭୁଲରେ ବି ଏଠିକି ଆସିଯାଏ, ତେବେ ତାଙ୍କ ଅବସ୍ଥା ନିଶ୍ଚିତ ରୂପେ ଶୋଚନୀୟ ହୋଇଯିବ ।
ଆହୁରି ମଧ୍ୟ ଏହି କୋଠିଟିର ରୁମ ଗୁଡି଼କର ଦୃଶ୍ୟ ଦେଖିଲେ ଏମିତି ଲାଗିବ, ଯେମିତି କେହି ହଟାତ ହିଁ ଏହି ଘର ଛାଡି କୁଆଡେ ପଳାଇଛନ୍ତି । ଏଠିକା ଚେସ ବୋର୍ଡ ବା ସ୍ନୁକର ବୋର୍ଡକୁ ଦେଖିଲେ ଲାଗିବ, ଯେମିତି କିଏ ଖେଳୁଥିବା ସମୟରେ ହିଁ ତତକ୍ଷଣାତ ହିଁ ଖେଳ ଛାଡ଼ି ପଳାଇଛନ୍ତି । ଖାଲି ସେତିକି ନୁହେଁ, କୋଠି ସାମ୍ନାରେ ବି ଅନେକ ନାମୀ ଦାମୀ କାର କେଉଁ କାଳରୁ ସେମିତି ହିଁ ଛିଡା ହୋଇଛନ୍ତି । ବିସ୍ମୟ ହେଉଛି, ଏତେ ଦାମୀ କାର ଛିଡା ହୋଇଥିଲେ ମଧ୍ୟ ସେଗୁଡିକ ଚୋରି ହେଉନିକି, କେହି ମଧ୍ୟ ହାତ ମାରୁ ନାହାନ୍ତି । ବର୍ତ୍ତମାନ ସ୍ଥିତିରେ ଏହି କୋଠୀର ମୂଲ୍ୟ ପାଖାପାଖି ୮ କୋଟି ଟଙ୍କା ହେବ । ୮ ଟି ବେଡ଼ରୁମ, ୬ ଟି ବାଥରୁମ ଓ ଚାରି ଚାରି ବିଶିଷ୍ଟ ଏହି କୋଠୀର ଆଲିସନ ସୁବିଧା ସୁଯୋଗ ମହଜୂତ ଥିଲେ ମଧ୍ୟ ଏଠି ରହିବା ଵାଲା କେହି ବି ନାହାନ୍ତି । ଏହାକୁ ନେଇ ରିସର୍ଚ ଚଳାଇଥିବା ଲୋକଙ୍କ ମତରେ ଏଠାକାର ପ୍ରବେଶ ଦ୍ୱାରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଚିଠି ପଡ଼ିଥିଲେ ମଧ୍ୟ, ୨୦୧୬ ମସିହାରୁ ସେଗୁଡିକୁ କେହି ମଧ୍ୟ ଛୁଇଁ ନାହାନ୍ତି ।
ରିସର୍ଚର ମାନେ ଏହା ବି କହିଛନ୍ତି, ଆଜକୁ ଚାରିବର୍ଷ ତଳେ ଏଠି ରହୁଥିବା ଲୋକ ମାନେ ଅଧ ରାତିରେ ହିଁ ସବୁକିଛି ଛାଡ଼ି ପଳାଇଛନ୍ତି । ଘରର ପରିସ୍ଥିତି ଦେଖିଲେ ଏମିତି ଲାଗୁଛି ଯେମିତି ସେମାନେ ନିଜ ସହ କିଛି ବି ନେଇ ନାହାନ୍ତି ।ରିସର୍ଚର ମାନଙ୍କୁ ଏଠିକା ବାସିନ୍ଦା ରୁଷୀୟ ଲାଗୁଥିବା ବେଳେ, କିନ୍ତୁ ଜମି ବାଡ଼ି କାଗଜ ପତ୍ରରୁ ଏହି କୋଠିଟି ଏନହର୍ଟ ଏଣ୍ଟରପ୍ରାଇଜର୍ସ ନାଁରେ ରେଜିଷ୍ଟାର ଥିବା ଜଣାଯାଇଛି । ଏହି କୋଠିଟି ସ୍ଥାନୀୟ ଲୋକଙ୍କ ପାଇଁ ଏକ ଅଜବ ରହସ୍ୟ ହୋଇ ରହି ଯାଇଛି । ମନକୁ ଆଉ ଏକ ପ୍ରଶ୍ନ ଆସୁଛି, ଯଦିବା ଏଠି ବସବାସ କରୁଥିବା ଲୋକେ କେଉଁଠିକୁ ପଳାଇଛନ୍ତି ।