ମହାସାଗରରୁ ଅଳିଆ ସଫା କରିବା ପାଇଁ ଏହି ବ୍ୟକ୍ତି ପହଁରିଲେ ୫୫୫ କିମି, ଜାଣନ୍ତୁ ତାଙ୍କ ବିଷୟରେ

ଯେଉଁମାନେ ନିଜ ଜୀବନ କାଳ ଭିତରେ ଦୁନିଆକୁ କିଛି କରି ଦେଖେଇବାକୁ ଚେଷ୍ଟା କରନ୍ତି ସେମାନଙ୍କ ପାଇଁ କିଛି ବି ଅସମ୍ଭବ ହୋଇନଥାଏ । ଏମିତିକି ଗଭୀର ରୁ ଗଭୀରତମ ସମୁଦ୍ର ପାର କରିବାକୁ ବି ସେମାନେ ଜମା ପଛଘୁଞ୍ଚା ଦିଅନ୍ତି ନାହିଁ । ଏମିତି ହିଁ ଅନନ୍ୟ ଓ ଅସାଧାରଣ କାମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଫ୍ରାନ୍ସ ବାସିନ୍ଦା ବେନ ଲୋକମେନ । ୫୨ ବର୍ଷ ବୟସରେ ବି ସେ ପ୍ରଶାନ୍ତ ମହାସାଗରରୁ ଅଳିଆ ଆବର୍ଜନା ସଫା କରିବା ପାଇଁ ୫୫୫ କିଲୋମିଟର ପର୍ଯ୍ୟନ୍ତର ଦୂରତ୍ୱ ଏକାକୀ ପହଁରିଛନ୍ତି । ଏହି ବିଶାଳ ଦୂରତାକୁ ଅତିକ୍ରମ କରିବା ପାଇଁ ତାଙ୍କୁ ସମୁଦାୟ ୮୦ ଦିନ ସମୟ ଲାଗିଛି । ଏଥିପାଇଁ ତାଙ୍କୁ ପ୍ରତିଦିନ ସେ ୮ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ପହଁରିବାକୁ ପଡୁଥିଲା । ନିଜର ଏହି ଅଭିଯାନକୁ ସେ “ପେସିଫିକ ଟ୍ରେସ ବାର୍ଟେକ୍ସ” ବୋଲି ନାଁ ଦେଇଥିଲେ । କିନ୍ତୁ ନିଜର ଏହି ଅନୁଭୂତିରୁ ବେନ କହିଛନ୍ତିକି ସମୁଦ୍ରର ଅବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

pacific ocean

ସମୁଦ୍ର ଯେମିତି ଏବେ ଏକ ପ୍ଲାସ୍ଟିକ ସୁପରେ ପରିଣତ ହୋଇଯାଇଛି । ବେନ ଆମେରିକାରେ ୧୯୯୧ ମସିହାରୁ ରହି ଆସୁଛନ୍ତି । ସମୁଦ୍ରର ଏପରି ଅବସ୍ଥା ତାଙ୍କୁ ବେଶ ଦୁଃଖିତ କରିଥିଲା । ତେଣୁ ସେ ଏପରି ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଚିନ୍ତା କରିଥିଲେ । ଏକ ସର୍ଭେ ଅନୁଯାୟୀ ପ୍ରଶାନ୍ତ ମହାସାଗରର ଏକ ପ୍ରାନ୍ତରେ ୭୯ ହଜାର ମେଟ୍ରିକ ଟନ ପ୍ଲାଷ୍ଟିକ ଜମା ହୋଇଅଛି । ପ୍ରଶାନ୍ତ ମହାସାଗରର ଏହି ସ୍ଥିତିକୁ ଦୁନିଆ ସାମ୍ନାକୁ ଆଣିବା ଥିଲା ବେନଙ୍କର ମୂଳ ଲକ୍ଷ । ସୂଚନା ଅନୁଯାୟୀ ୨୦୧୧ ମସିହାରେ ଜାପାନରେ ହୋଇଥିବା ଏକ ସୁନାମିରେ ୧୦ ରୁ ୨୦ ପ୍ରତିଶତ ଅଳିଆ ମହାସାଗରକୁ ଭାସି ଆସିଥିଲା । ତଥ୍ୟ ଅନୁଯାୟୀ ଉତ୍ତର ଆମେରିକା ଓ ଜାପାନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ପ୍ରଶାନ୍ତ ମହାସାଗରର ୧୬ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ ଅଳିଆ ଆବର୍ଜନା କୁଢ଼ ହୋଇ ରହିଛି । ଯାହାକି ଫ୍ରାନ୍ସ ଆକାରର ପ୍ରାୟ ୩ ଗୁଣ ହେବ

BEN LECOMTE,

ପହଁରୁଥିବା ସମୟରେ ବେନଙ୍କୁ ସମୁଦ୍ର ଭିତରେ ଟୁଥବ୍ରସ , ପ୍ଲାଷ୍ଟିକ ବ୍ୟାଗ, ଖେଳନା, ମାଛ ଧାରା ଜାଲ, କେନ ଓ ଲଣ୍ଡ୍ରି ବାସ୍କେଟ ପରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମାନ ମିଳିଥିଲା । ପହଁରିବା ସମୟରେ ବେନ ନିଜ ସହ ଏକ ଜିପିଏସ ଟ୍ରେକର ନେଇ ଯାଇଥିଲେ | ଯାହାକି ଅଳିଆର ବଡ ବଡ ଖଣ୍ଡ ଗୁଡିକୁ ଟ୍ରାକ କରି ଦେଉଥିଲା । ପ୍ରଶାନ୍ତ ମହାସାଗରର ଏହି ଅଳିଆ ଗୁଡିକରେ ମାଇକ୍ରୋପ୍ଲାଷ୍ଟିକ ଅଧିକ ପରିମାଣରେ ମିଳିଛି । ଗଭୀର ସମୁଦ୍ରରେ ଅଧିକ ଦୂରତ୍ୱ ପର୍ଯ୍ୟନ୍ତ ପହଁରି ଥିବା ଲୋକଙ୍କ ମଧ୍ୟରେ ବେନଙ୍କର ନାଁ ଅଛି । ନିଜ ନାଁରେ ବି ସେ ଅନେକ ରେକର୍ଡ କରିସାରିଛନ୍ତି । ବେନ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଆଟ୍ଲାଣ୍ଟିକ ମହାସାଗରକୁ ପ୍ରଥମ ଥର ପାଇଁ ପାର କରିଥିଲେ । ବେନ ୧୯୯୮ ମସିହାରେ ମାତ୍ର ୩୧ ବର୍ଷ ବୟସରେ କେପ କୋର୍ଡ ଠାରୁ ଫ୍ରାନ୍ସ ପର୍ଯ୍ୟନ୍ତର ୫୬୧୮ କିଲୋମିଟର ପର୍ଯ୍ୟନ୍ତର ଦୂରତା ଅତିକ୍ରମ କରିଥିଲେ । ଗତ ବର୍ଷ ଅର୍ଥାତ ୨୦୧୮ ମସିହାରେ ବେନ ଟୋକିଓରୁ ସାନ ଫ୍ରାନସିସ୍କୋ ପର୍ଯ୍ୟନ୍ତର ୮୮୫୧ କିମି ଦୂରତା ଅତିକ୍ରମ କରି ଏକ ବିଶ୍ୱ ରେକର୍ଡ କରିଥିଲେ ।

Leave A Reply

Your email address will not be published.