ଜାଣିଛନ୍ତିକି ବାପା ହେବାର ବି ରହିଛି ସଠିକ ବୟସ, ନଚେତ ଦେଖାଦେଇପାରେ ସମସ୍ୟା

ସାଧାରଣରେ ଏକ ଧାରଣା ରହିଛିଯେ ପିଲା ଜନ୍ମ କରିବା ପାଇଁ ମହିଳା ମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ଥାଏ । ଯେବେକି ପୁରୁଷ ମାନେ ଯେ କୌଣସି ବୟସରେ ବି ଛୁଆ ଜନ୍ମ କରିପାରିବେ । କିନ୍ତୁ ପ୍ରକୃତରେ ଏହି କଥା ସତ ପ୍ରତିଶତ ଠିକ ନୁହେଁ । ପିଲା ଜନ୍ମ ନେଇ ମହିଳାଙ୍କ ବୟସ ଯେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ପୁରୁଷଙ୍କ ବୟସର ସେତିକି ଆବଶ୍ୟକତା ରହିଛି । କାରଣ ବୟସ ବଢିବା ସହିତ ପୁରୁଷ ମାନଙ୍କ ସ୍ପର୍ମ କାଉଣ୍ଟ ଓ ଏହାର କ୍ୱାଲିଟି କମିବାକୁ ଲାଗିଯାଏ । ବିଶେଷଜ୍ଞଙ୍କ କହିବା ମୁତାବକ, ପୁରୁଷଙ୍କ ପାଇଁ ବାପା ହେବାର ଉପଯୁକ୍ତ ସମୟ ୨୦ରୁ ୩୦ ବର୍ଷ ମଧ୍ୟରେ ହୋଇଥାଏ । କିନ୍ତୁ ୫୦ କିମ୍ବା ଏହାଠାରୁ ଅଧିକ ବୟସର ପୁରୁଷ ମାନଙ୍କ ଠାରେ ମଧ୍ୟ ପ୍ରଜନନର କ୍ଷମତା ରହିଛି । ଗିନିଜ ୱାର୍ଲଡ଼ ରେକର୍ଡ଼ ଅନୁଯାୟୀ, ଜଣେ ବ୍ୟକ୍ତି ୯୨ ବର୍ଷ ବୟସରେ ମଧ୍ୟ ପିଲା ଜନ୍ମ କରି ରେକର୍ଡ କରିଛନ୍ତି । ଆହୁରି ମଧ୍ୟ ଗବେଷକଙ୍କ କହିବା ଅନୁଯାୟୀ ପିଲା ଜନ୍ମ ନିମନ୍ତେ ପୁରୁଷଙ୍କ ବୟସ ସମାନ ଭାବେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ୪୦ରୁ ଅଧିକ ବୟସ ହେଲେ ପିତା ହେବା ସମ୍ଭାବନା କମିବାକୁ ଲାଗିଯାଏ ।

ଏକ୍ସପର୍ଟସଙ୍କ କହିବା ଅନୁଯାୟୀ ପୁରୁଷଙ୍କ ସ୍ପର୍ମ ପ୍ରଡକ୍ସନ କେବେ ବି ବନ୍ଦ ହୋଇନଥାଏ । କିନ୍ତୁ ବୟସ ବଢିବା ସହିତ ସ୍ପର୍ମର ଡିଏନଏ ନଷ୍ଟ ହେବାକୁ ଲାଗିଥାଏ । ଯାହା ଫଳରେ ପ୍ରଜନନ କ୍ଷମତା ବାଧା ପ୍ରାପ୍ତ ହୋଇଥାଏ । ଜନ୍ମ ହେବାକୁ ଥିବା ପିଲା ଉପରେ ଏହାର ପ୍ରଭାବ ପଡିଥାଏ । ଅନେକ ପରୀକ୍ଷାରୁ ଏହି କଥା ପଦାକୁ ଆସିଛିଯେ ଅଧିକ ବୟସର ପୁରୁଷ ଯଦି ପିଲାର ବାପା ହୁଅନ୍ତି ତେବେ ସେହି ପିଲା ଠାରେ ବ୍ରେନ ଡେଭଲପମେଣ୍ଟ ସାଧାରଣ ଅପେକ୍ଷା କମ ହୋଇଥାଏ । ୨୦୧୦
ରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିଯେ ୪୦ ରୁ ଅଧିକ ବୟସରେ ବାପା ହେଲେ ଅତିଜ୍ମ ସ୍ପେକ୍ଟରମ ଡେଭଲପ ହେବାର ଆଶଙ୍କା ୫ ଗୁଣା ପର୍ଯ୍ୟନ୍ତ ବଢିଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସିମେନ ନେଇ କେତେ ଗୁଡିଏ ମାନଦଣ୍ଡ ନିର୍ଣ୍ଣୟ କରାଯାଇଛି | ଯାହା ମଧ୍ୟରେ ସ୍ପର୍ମ କାଉଣ୍ଟ, ସେପ, ମୁଭମେଣ୍ଟ ଆଦି ସାମିଲ ରହିଛି । ଏହା ଅନୁଯାୟୀ ୩୫ ବର୍ଷ ଛୁଇଁଲେ ବି ପୁରୁଷ ମାନଙ୍କ ସ୍ପର୍ମ ପାରାମିଟର ଧୀରେ ଧୀରେ ଖରାପ ହେବାକୁ ଲାଗେ ।
୨୨ ରୁ ୨୫ ବୟସର ପୁରୁଷଙ୍କ ଠାରେ ଫର୍ଟଇଲ ଅଧିକ ଥାଏ । ତେଣୁ ୩୫ ବର୍ଷ ବୟସ ପୂର୍ବରୁ ବାପା ହୋଇଯିବା ସର୍ବୋତ୍ତମ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ଯଦି ଅପା ୪୫ ବର୍ଷ ବୟସ ପରେ ପିଲା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଡାକ୍ତରଙ୍କ ପରମର୍ଶ ନେଇ ନିଅନ୍ତୁ । “ଜର୍ଣ୍ଣାଲ ଅଫ ଏପିଡେମିଓଲୋଜି ଆଣ୍ଡ କମ୍ୟୁନିଟି ହେଲ୍ଥ”ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛିଯେ ୨୫ ବର୍ଷରୁ କମ ବୟସରେ ବାପା ହେଲେ ପୁରୁଷଙ୍କ ଠାରେ ଗମ୍ଭୀର ସମସ୍ୟା ଦେଖାଦିଏ । ଏହା ଏହି କାରଣରୁ ବି ହୁଏ କାରଣ ଅଧିକାଂଶ ପୁରୁଷ କମ ବୟସରେ ମାନସିକ ତଥା ଆର୍ଥିକ ସ୍ତରରେ ବାପା ହେବାକୁ ପ୍ରସ୍ତୁତ ନଥାନ୍ତି ।