କେବେ ବି ଭୂମିରେ ପାଦ ରଖେ ନାହିଁ ଏହି ପକ୍ଷୀ, ଜାଣନ୍ତୁ ବିଶ୍ୱର ଏମିତି ପାଞ୍ଚଟି ଅଦ୍ଭୁତ ରହସ୍ୟ ବିଷୟରେ

ଏହି ପୃଥିବୀ ବାହାରକୁ ଯେତିକି ସୁନ୍ଦର, ଏହାର ଭିତରଟା ବି ସେତିକି ରୋଚକ ପୂର୍ଣ୍ଣ । ଆଜି ଆମେ ଆପଣଙ୍କୁ ଏହି ବିଶ୍ୱ ସହିତ ଜଡିତ ଏମିତି କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ହୁଏତ ପୂର୍ବରୁ କେବେ ଶୁଣି ନଥିବେ ।

-ଦିନ କୁ ଦିନ ବିଶ୍ୱ ବ୍ୟାପୀ ପାନୀୟ ଜଳର ସମସ୍ୟା ଜଟିଳ ହେବାରେ ଲାଗିଛି । କିନ୍ତୁ ଆପଣ ଜାଣନ୍ତିକି, ପୃଥିବୀରେ ଏମିତି ଏକ ଦେଶ ଅଛି । ଯେଉଁଠି ସବୁଠୁ ଅଧିକ ପାନୀୟ ଯୋଗ୍ୟ ପାଣି ମହଜୂତ ଅଛି । ଜାଣି ଆଶ୍ଚର୍ଯ୍ୟ ହେବେ, ବ୍ରାଜିଲ ହେଉଛି ଏମିତି ଏକ ଦେଶ ଯେଉଁଠି ପାଖାପାଖି ୮୨୩୩ ଘନ କିଲୋଲିଟର ପାନୀୟ ଯୋଗ୍ୟ ଜଳ ମହଜୂତ ରହିଛି ।

world

-ସାଧାରଣତଃ ମହାରାଷ୍ଟ୍ରରେ ଦେଖାଯାଉଥିବା “ହରିୟଲ” ଏମିତି ଏକ ପକ୍ଷୀ, ଯାହା କେବେ ବି ଭୂମିରେ ନିଜ ପାଦ ରଖିନଥାଏ । ଏହି ସ୍ୱତନ୍ତ୍ର ପକ୍ଷୀକୁ ସାଧାରଣତଃ ଅଧିକ ଉଚ୍ଚତା ବିଶିଷ୍ଟ ଗଛ ଥିବା ଜଙ୍ଗଲ ଅଧିକ ପସନ୍ଦ ହୋଇଥାଏ । ଏହି ପକ୍ଷୀ ନିଜ ବସା ସାଧାରଣତଃ ବର କିମ୍ବା ଅଶ୍ୱସ୍ଥ ଗଛରେ କରିବାକୁ ପସନ୍ଦ କରିଥାଏ ।

-ନାମିବିଆରେ ଏମିତି ଏକ ମରୁଭୂମି ଅଛି, ଯାହାକୁ ପୃଥିବୀର ସବୁଠୁ ପୁରୁଣା ମରୁଭୂମି ବୋଲି ଧରାଯାଏ । ନାମିବିଆର ଏହି ମରୁଭୂମିଟି ପ୍ରାୟ ସାଢେ ପାଞ୍ଚ କୋଟି ବର୍ଷ ପୁରୁଣା ।

world

-ମେଘାଳୟରେ ଅବସ୍ଥିତ ଉମଗଣ୍ଟ ନଦୀକୁ ଭାରତର ସବୁଠୁ ସ୍ୱଚ୍ଛ ନଦୀ ଭାବେ ଧରାଯାଏ । ମାବଲୟଙ୍ଗ ଗ୍ରାମ ନିକଟରେ ହିଁ ଏହି ନଦୀ ଅବସ୍ଥିତ । ମାବଲୟଙ୍ଗ ହେଉଛି ଏସିଆ ମହାଦେଶର ସବୁଠୁ ସ୍ୱଚ୍ଛ ଗ୍ରାମ । ଗ୍ରାମରେ ବାସ କରୁଥିବା ୩୦୦ ପରିବାର ମିଳିମିଶି ନଦୀର ସ୍ୱଚ୍ଛତା ଉପରେ ଧ୍ୟାନ ଦେଇଥାନ୍ତି । ଏହି ନଦୀ ଜଳ ଏତେ ସ୍ୱଚ୍ଛ ଯେ, ଉପର ପଟରୁ ଭିତର କୌଣସି ଜିନିଷ ସ୍ପଷ୍ଟ ଭାବେ ଦେଖାଯାଇଥାଏ ।

-ଆମ ମଧ୍ୟରୁ ଅଧିକାଂଶଙ୍କର ଧାରଣା ଯେ, ନୋଟ କାଗଜରୁ ହିଁ ବନା ଯାଇଥାଏ । କିନ୍ତୁ ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହେବେ ନୋଟ କାଗଜରୁ ନୁହେଁ ବରଂ କପାରୁ ପ୍ରସ୍ତୁତ କରାଯାଇଥାଏ । କାରଣ କପା କାଗଜ ତୁଳନାରେ ଅଧିକ ଶକ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.