ଜାଣନ୍ତୁ UPSC ପାସ କରିଥିବା ଆଶାୟୀଙ୍କୁ କିପରି ମିଳିଥାଏ IAS, IPS କିମ୍ବା IRSରେ ନିଯୁକ୍ତି ?

ୟୁପିଏସସି କିମ୍ବା ସଂଘ ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପରୀକ୍ଷା ଗୁଡିକ ବାବଦରେ ଆପଣ ଖୁବ ଶୁଣିଥିବେ । ପ୍ରତିବର୍ଷ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ ଆଉ ଏହା ଦ୍ୱାରା ପରୀକ୍ଷାର୍ଥୀ ମାନେ ପାସ କରି IAS, IPS, IRS ପରି ପଦାଧିକାରୀଙ୍କ ଚୟନ ହୋଇଥାଏ । କିନ୍ତୁ ଏହାକୁ ନେଇ ଏକ ବଡ ପ୍ରଶ୍ନ ଉଠୁଛି । ଯାହାର ଉତ୍ତର ହୁଏତ ସମସ୍ତଙ୍କୁ ଜଣାନଥିବ । ସମସ୍ତଙ୍କ ମନରେ ନିଶ୍ଚିତ ରୂପେ ଏକ ପ୍ରଶ୍ନ ଉଠୁଥିବ ଯଦି ସମସ୍ତେ ଗୋଟିଏ ପରୀକ୍ଷାରେ ଗୋଟିଏ ସମୟରେ ପାସ କରୁଛନ୍ତି ତେବେ ଭିନ୍ନ ଭିନ୍ନ ପରୀକ୍ଷାର୍ଥୀଙ୍କୁ ଭିନ୍ନ ଭିନ୍ନ ପଦପଦବୀରେ କିପରି ଅବସ୍ଥାପନ କରାଯାଉଛି । ତେବେ ଆପଣ ମାନଙ୍କ ପ୍ରଶ୍ନର ଉତ୍ତର ଆମେ ନେଇ ଆସିଛୁ ।

ଏପରି ହୋଇଥାଏ ଚୟନ ପ୍ରକ୍ରିୟା:

ଆପଣଙ୍କୁ କହିରଖୁଛୁକି ପାସ କରିବା ପରେ IAS, IPS, IRS ଆଦି ପଦବୀରେ ନିଯୁକ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାର ପାଳନ କରାଯାଏ । ସିବିଲ ସେବା ପରୀକ୍ଷାର ଆରମ୍ଭ ପ୍ରାଥମିକ ପରୀକ୍ଷାରୁ ହିଁ ଆରମ୍ଭ ହୋଇଥାଏ । ଏଥିରେ ପାସ କରିବା ପରେ କ୍ୟାଣ୍ଡିଡେଟସ ମାନଙ୍କୁ ମେନ ଏଗଜାମରେ ଲେଖିବାକୁ ହୋଇଥାଏ । ଯେଉଁମାନେ ଏହି ପରୀକ୍ଷାରେ ପାସ କରନ୍ତି ସେମାନଙ୍କୁ ସାକ୍ଷାତ୍କାର ନେବାକୁ ଡ଼କାଯାଇଥାଏ । ଏହା ପରେ ଦୁଇଟି ରାଉଣ୍ଡର ନମ୍ବରକୁ ମିଶାଇ ରାଙ୍କ ନିର୍ଣ୍ଣୟ କରାଯାଇଥାଏ ।

UPSC NEW
IMAGE CREDIT: matrubhumi.com

ଏହି ରାଙ୍କୀଙ୍ଗ ଆଧାରରେ ହିଁ ୟୁପିଏସସି ସହିତ ଜଡିତ ୨୪ଟି ସେବାରେ ଆଶାୟୀ ମାନଙ୍କୁ ନିଯୁକ୍ତି ମିଳିଥାଏ । ପ୍ରଥମ କ୍ୟାଟେଗୋରୀରେ ଅଲ ଇଣ୍ଡିଆ ସର୍ଭିସ କିମ୍ବା ଅଖିଳ ଭାରତୀୟ ସେବା ଆସିଥାଏ । ଯେଉଁଥିରେ IAS, IPS ପରି ପଦବୀ ରହିଛି । ଯେବେକି ଦ୍ଵିତୀୟ କ୍ୟାଟେଗୋରୀରେ IFS, IIS, IRPS, ICAC ଆଦି ସେବା ଆସିଥାଏ । ଏଥିରେ ସଶସ୍ତ୍ର ସେନା ମୁଖ୍ୟାଳୟ ସିବିଲ୍ ସେବା ବି ସାମିଲ ଅଛି ।

ଏମାନଙ୍କ ମଧ୍ୟରୁ ଟପ ରାଙ୍କ ଧାରୀ ମାନଙ୍କୁ ଆଇଏଏସ ପୋଷ୍ଟ ମିଳିଥାଏ । ଆଉ ଏହା ପରେ ଆଇପିଏସ, ତାହା ପରେ ଆଇଆରଏସ ପାଇଁ ନିଯୁକ୍ତି ମିଳିଥାଏ । କିନ୍ତୁ ଏମିତି ବି ନୁହେଁକି ଯେଉଁ ମାନେ ଟପ ରାଙ୍କୀଙ୍ଗର ଅଧିକାରୀ ହୋଇଥିବେ ସେମାନେ ଆଇଏଏସ ପୋଷ୍ଟ ମିଳିବ । ପ୍ରକୃତରେ ସେମାନଙ୍କ ପାଖରେ ନିଜ ପସନ୍ଦର ପୋଷ୍ଟ ନେବା ପାଇଁ ମୌକା ରହିଥାଏ । ଉଦାହରଣ ସ୍ୱରୂପ ଯଦି ଜଣେ ଦ୍ଵିତୀୟ ସ୍ଥାନରେ ଥିବେ ଆଉ ପୋଲିସ ସେବାରେ ଯିବାକୁ ଚାହୁଁଥିବେ ତେବେ ତାଙ୍କୁ ପ୍ରାଥମିକତା ମିଳିବ । ଯଦି ସିଟ ଖାଲି ଅଛି ତେବେ ଆଇପିଏସ ରାଙ୍କରେ ଆସୁଥିବା ପରୀକ୍ଷାର୍ଥୀ ବି ଆଇଏଏସରେ ନିଯୁକ୍ତି ପାଇପାରିବେ । କିନ୍ତୁ ଅଧିକ ପଛରେ ରାଙ୍କ ଥିଲେ IASରେ ନିଯୁକ୍ତି ମିଳିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.