ଆସନ୍ତା କାଲି ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା, ଜାଣନ୍ତୁ ଏହାର ମହିମା

କୈଳାସ ମାନସରୋବର ଯାତ୍ରା ଗତ କାଲି ବା ଜୁନ୍ ୮ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିକରେ ଶେଷ ହେବ। କୈଳାସ ଭଗବାନ ଶିବଙ୍କ ନିବାସ ସ୍ଥାନ। ଏହି ସ୍ଥାନ ପ୍ରାକୃତିକ ସୌନ୍ଦଯ୍ୟରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଠାରେ ଯାତ୍ରା କରିବା କଷ୍ଟକର ହୋଇଥାଏ। କୈଳାସ ପର୍ବତ ସମୁଦ୍ର ଠାରୁ ୨୨୦୬୮ ଫୁଟ ଉଚ୍ଚା ଏବଂ ହିମାଳୟର ଉତ୍ତର କ୍ଷେତ୍ରରେ ଅବସ୍ଥିତ। ଏଠାରେ ମାନସରୋବର ହ୍ରଦ ରହିଥିବାରୁ ଏହାର ମହତ୍ବ ଅଧିକ ରହିଛି। ବିଭିନ୍ନ ଧର୍ମର ଲୋକମାନେ ଏହି ସ୍ଥାନକୁ ଯାତ୍ରା କରିଥାନ୍ତି।
ଏହି ପର୍ବତ ବର୍ଷ ସାରା ବରଫରେ ପୋତି ହୋଇ ରହିଥାଏ। ଶାସ୍ତ୍ର ଅନୁଯାୟୀ ଏହି ପର୍ବତ ସ୍ଵୟଂଭୂ ଅଟେ। କାରଣ ଏହି ପର୍ବତ ସ୍ବୟଂ ଉତ୍ପନ୍ନ ହୋଇଥିଲା ଏବଂ ସୃଷ୍ଟି ଯେତିକି ବର୍ଷ ପୁରୁଣା ଏହି ପର୍ବତ ମଧ୍ୟ ସେତିକି ପୁରୁଣା। ଏହି ଅଲୌକିକ ସ୍ଥାନରେ ପ୍ରକାଶ ଏବଂ ଧ୍ବନି ତରଙ୍ଗର ସମାଗମ ହୋଇଥାଏ, ଯାହା ‘ଓଁ’ ର ପ୍ରତିଧ୍ବନିର କରିଥାଏ। ପୁରୁଣାରେ ବର୍ଣ୍ଣିତ କଳ୍ପବୃକ୍ଷ କୈଳାସ ପର୍ବତର ତଳ ଭାଗରେ ଅବସ୍ଥିତ। ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରିଥିବା ୧୪ଟି ବସ୍ତୁ ମଧ୍ୟରେ କଳ୍ପବୃକ୍ଷ ମଧ୍ୟ ପ୍ରାପ୍ତ ହୋଇଥିଲା। ଏହି ପର୍ବତର ରହସ୍ୟ ଅଦ୍ଭୁତମୟ। ଏହି କାରଣରୁ ଏହାର ପ୍ରତ୍ୟେକ ଭାଗକୁ ଅଲଗା ଅଲଗା ନାମରେ ସମ୍ବୋଧିତ କରାଯାଇଛି। ପୌରାଣିକ ଶାସ୍ତ୍ର ଅନୁଯାୟୀ ଏହି ସ୍ଥାନକୁ କୁବେର ନଗରୀ କୁହାଯାଇଥାଏ। ଏହି ସ୍ଥାନରେ ମା ଗଙ୍ଗା ମହାବିଷ୍ଣୁଙ୍କ କର କମଳରୁ ବାହାରି କୈଳାସ ପର୍ବତରେ ଭଗବାନ ଶିବଙ୍କ ଜଟା ଦେଇ ଧରାବତରଣ କରିଥିଲେ।
କୈଳାସରେ ମାନସରୋବର ଦର୍ଶନର ବିଶେଷ ମହିମା ରହିଛି। ଶାସ୍ତ୍ର ଅନୁଯାୟୀ ମହାରାଜା ମାନଧାତା ଏହି ହ୍ରଦ ଖୋଳିଥିଲେ। ଏହା ବ୍ୟତୀତ ସେ ଏହି ହ୍ରଦ କୂଳରେ ଅନେକ ବର୍ଷ ପର୍ୟ୍ୟନ୍ତ କଠୋର ତପସ୍ୟା ମଧ୍ୟ କରିଥିଲେ। ଏଥିସହ ବୌଦ୍ଧ ଧର୍ମାଲମ୍ବୀମାନଙ୍କ କହିବା ଅନୁଯାୟୀ ଏହାର କେନ୍ଦରରେ ଏକ ବୃକ୍ଷ ରହିଛି, ଯାହାର ଫଳରେ ସମସ୍ତ ପ୍ରକାର ଶାରୀରିକ ଏବଂ ମାନସିକ ରୋଗର ଉପଚାର ହୋଇଥାଏ।