ବିଶ୍ୱର ଏମିତି ଏକ ନଦୀ, ଯେଉଁଠି ପାଣି ସହ ଭାସିଥାଏ ସୁନା

ସୁନା ପ୍ରତି ପ୍ରାୟ ସମସ୍ତଙ୍କର ଆକୃଷ୍ଟତା ଥାଏ । ନିଜ ସଞ୍ଚିତ ଅର୍ଥରେ କେମିତି ଅଧିକ ରୁ ଅଧିକ ସୁନା କିଣିବେ ଏଥିପାଇଁ ପ୍ରାୟ ସମସ୍ତେ ଚେଷ୍ଟା କରିଥାନ୍ତି ।କାରଣ କୌଣସି ବିପଦ ସମୟରେ ସୁନା ହିଁ କାମରେ ଆସିଥାଏ । କିନ୍ତୁ ଆପଣ ଯଦି କୌଣସି ନଦୀରେ ସୁନା ଭାସୁଥିବା କଥା ଶୁଣିବେ ତେବେ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ କଥାଟି ସମ୍ପୂର୍ଣ ରୂପେ ସତ । ଏମିତି ହିଁ ଏକ ଅଜବ ଘଟଣା କାନାଡ଼ା ସ୍ଥିତ ଡାସନ ସିଟିରେ ହିଁ ଦେଖାଦେଇଛି । ପ୍ରକୃତରେ ଏହି ସହରଟି  କ୍ଲନ୍ଦୀକେ ନଦୀ କୂଳରେ ହିଁ ଅବସ୍ଥିତ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ନଦୀର କୂଳରେ ସୁନା ବିଛାଡ଼ି ହୋଇ ପଡିଥାଏ । ଅବଶ୍ୟ ଏଥିରୁ ସୁଦ୍ଧା ସୁନା ପାଇବା ଏକ କଷ୍ଟକର ବ୍ୟାପାର । ପ୍ରଥମେ ୧୮୯୬ ମସିହାରେ ହିଁ ଏବିଷୟରେ ଜଣା ପଡିଥିଲା । କଥାଟି ଧୀରେ ଧୀରେ ପ୍ରଘଟ ହେବା କ୍ଷଣି ସେହି ସହରର ଜନ ବସତି ଦ୍ରୁତ ଗତିରେ ବଢିଯାଇଥିଲା ।

gold river

ଏମିତିକି ମାତ୍ର କିଛି ବର୍ଷ ଭିତରେ ଲୋକସଂଖ୍ୟା ୨୦ ଗୁଣ ବଢିଯାଇଥିଲାପହଞ୍ଚିଥିଲା । ଖାଲି ସୁନା ପାଇଁ ନୁହେଁ ଏହି ସହର ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ପ୍ରସିଦ୍ଧି ଲାଭ କରିଛି । କିଛି ଜଣ ଏଠାକର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସୁଥିବା ବେଳେ କିଛି ଲୋକ ଧନୀ ହେବା ଲକ୍ଷରେ ହିଁ ଏଠାକୁ ଆସିଥାନ୍ତି । ସୁନା ଖୋଜିବା ପାଇଁ ଲୋକଙ୍କୁ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ସକାଳ ସମୟରେ ନଦୀ ପାଖାପାଖି ଅଂଚଳରେ ଜମିଥିବା କାଦୁଅକୁ ପ୍ରଥମେ ଏକ ବାଲ୍ଟି ବା ପାତ୍ର ସାହାଯ୍ୟରେ ଏକାଠି କରିଥାନ୍ତି । ପରେ ଏହାକୁ ଏକ ଛଣା ସାହାଯ୍ୟରେ ବାରମ୍ବାର ଛଣା ଛାଣିଥାନ୍ତି | ପରେ ଏହାକୁ ଛୋଟ ଛୋଟ ପାତ୍ର ମାନଙ୍କରେ ରଖାଯାଇ ଜମାଯାଇଥାଏ । ଜମିଗଲା ପରେ ଏଥିରୁ ସୁନା ଟୁକୁଡା ଗୁଡିକୁ ଅଲଗା କରାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ସୁନା ଖୋଜିବା ପାଇଁ ଏଠିକା ସରକାର କୌଣସି ପ୍ରତିବନ୍ଧକ ଜାରି କରିନାହାନ୍ତି ।

gold river

ଏହି ନଦୀରେ ସୁନା ଭାସିବା ଖବର ପୁରା ପୃଥିବୀରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏହା ବାଦ ଏହି ସହରରେ ବହୁ ଖଣିଜ ପଦାର୍ଥ ମହଜୂତ ଅଛି । ଏହାକୁ ଘେରି ରହିଥିବା ପାହାଡ ସହର ଟିକୁ ଜଙ୍ଗଲୀ ଜୀବଜନ୍ତୁଙ୍କ ଠାରୁ ରକ୍ଷା କରିଥାଏ । ଆଉ ଏକ ବିଶେଷ କଥା ହେଉଛି ଏହି ସହରକୁ ଯିବା ବେଳେ ଆପଣ ଖୁବ ସୁନ୍ଦର ସୁନ୍ଦର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରି ପାରିବେ । ଏହି କଥା ଶୁଣିବା କ୍ଷଣି ସମସ୍ତଙ୍କର ଏହି ସ୍ଥାନ ବିଷୟରେ ଅଧିକ ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.