୧୬ଟି ମକଦ୍ଦମା ଜିତି ରାଣୀ ରାସମଣି ଏପରି ନିର୍ମାଣ କରିଥିଲେ ଆଧୁନିକ ଯୁଗର ଭବ୍ୟ ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଜାଣନ୍ତୁ କେମିତି

୧୮୫୦ ଶତାଦ୍ଦୀରେ କଲିକତାର ଉତ୍ତରରେ ହୁଗୁଳୀ ନଦୀ ତଟରେ ଦକ୍ଷିଣେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ଜମି କିଣାଯାଇଥିଲା। ଏହି ମନ୍ଦିରର ନିର୍ମାଣ ଦାୟିତ୍ୱ କଲିକତାର ଜାନ୍‌ ବଜାରର ଜଣେ ଜମିଦାର ରାଜଚନ୍ଦ୍ର ଦାସଙ୍କ ପତ୍ନୀ ରାଣୀ ରାସମଣି ବହନ କରିଥିଲେ। କିନ୍ତୁ ଜଣେ ନିମ୍ନ ଜାତିର ମହିଳା ମନ୍ଦିର ନିର୍ମାଣ କରିବା ସେ ସମୟରେ ସମାଜରେ ପସନ୍ଦ କରୁନଥିଲା। ସେହିଭଳି ମନ୍ଦିର ନିର୍ମାଣ ରୋକିବା ପାଇଁ ଏକ ଧନାଢ୍ୟ ସ୍ୱର୍ଣ୍ଣ ଜମିଦାର ରାଣୀ ରାସମଣିଙ୍କ ଉପରେ ୧୬ ଥର ମକଦ୍ଦମା କରିଥିଲେ କିନ୍ତୁ ସେ ପ୍ରତ୍ୟେକ ଥର ହାରି ଥିଲେ।

Kali-templeରାଣୀ ରାସମଣି କେବଳ ପ୍ରତ୍ୟେକ ଥର ମୋକଦମା ଜିତିନଥିଲେ ବରଂ ମନ୍ଦିର ତିଆରି କରିାବର ଦାୟିତ୍ୱ ସେତେବେଳର ସବୁଠାରୁ ବଡ କଷ୍ଟ୍ରସନ୍‌ କମ୍ପାନୀ ମ୍ୟାକିନ୍ଟୋସ ବର୍ଣ୍ଣ ଲିମିଟେଡକୁ ହସ୍ତାନ୍ତର କରିଥିଲେ। ମନ୍ଦିର ନିର୍ମାଣ ବହୁତ ପୂର୍ବରୁ ବର୍ଦ୍ଦମାନ ଜିଲ୍ଲାର ପ୍ରଖ୍ୟାତ ଶିଳ୍ପୀ ନବୀନ ଚନ୍ଦ୍ର ଭାସ୍କର ଏକ ମାସ ଧରି କଲିକତାରେ ରାଣୀ ରାସମଣିଙ୍କ ଜାନ୍‌ ବଜାର ସ୍ଥିତ ଘରେ ରହି ହବିଷ ଅନ୍ନ ଖାଇ ବିଧି-ବିଧାନ ଦ୍ୱାରା କାଳୀ ମୂର୍ତ୍ତି ନିର୍ମାଣ କରିଥିଲେ। ମୂର୍ତ୍ତି ନିର୍ମାଣ ପାଇଁ ସେ କଞ୍ଚାମାଲ ବିହାରର ଜମାଲପୁରରୁ ଆଣିଥିବା ସହ ପଥରର ଆବଶ୍ୟକତା ପାଇଁ ଏକ ପାହାଡ କିଣିଥିଲେ।

ମନ୍ଦିରର ନିର୍ମାଣ ୧୮୫୩ ଶତାଦ୍ଦୀରେ ପୂରଣ ହୋଇଥିଲା କିନ୍ତୁ ଆଇନ୍‌ ଅନୁଯାୟୀ ୧୮୫୫ ଶତାଦ୍ଦୀରେ ଏହି ମନ୍ଦିରର ଉଦଘାଟନ୍‌ କରାଯାଇଥିଲା। ଏଭଳି ପ୍ରୟାସ ଇତିହାସରେ ପ୍ରଥମ ଥର କରି ଦେଖାଇଥିଲେ ରାଣୀ ରାସମଣି। ଏହାପରେ ତାଙ୍କ ଝିଅ ଏହି ମନ୍ଦିରର ସେବାୟତଙ୍କ ଉତ୍ତରାଧିକାରୀ ହୋଇ ରହିଥିଲେ। ଉଦଘାଟନ୍‌ ପରେ ଦକ୍ଷିଣେଶ୍ୱର ମନ୍ଦିରକୁ ଆଧୁନିକ ଯୁଗର ସବୁଠାରୁ ଭବ୍ୟ କାଳୀ ମନ୍ଦିରର ଆଖ୍ୟା ମିଳିଥିଲା। ବର୍ତ୍ତମାନ ଏହି ମନ୍ଦିରକୁ ସମସ୍ତ ଜାତି ଏବଂ ଧର୍ମର ଲୋକମାନେ ଦର୍ଶନ କରିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.