କର୍ଣ୍ଣଙ୍କ ନଗରୀରେ ଅବସ୍ଥିତ କରନାଓ୍ଵଦଙ୍କ ପ୍ରାଚୀନ କର୍ଣ୍ଣେଶ୍ୱର ମନ୍ଦିର, ଜାଣନ୍ତୁ କ’ଣ ରହିଛି ରହସ୍ୟ

ମାଳବାଂଚଳରେ ପାଣ୍ଡବ ଏବଂ କୈାରବମାନେ ଅନେକ ମନ୍ଦିର ନିର୍ମାଣ କରିଥିଲେ। ଏହିସବୁ ମନ୍ଦିର ମଧ୍ୟରୁ ଗୋଟିଏ ହେଉଛି ସେଂଧଲ ନଦୀ କୂଳରେ ବିରାଜିତ କର୍ଣ୍ଣେଶ୍ୱର ମହାଦେବ ମନ୍ଦିର। କରନାଓ୍ଵଦ ନଗରର ରାଜା କର୍ଣ୍ଣ ଏଠାରେ ବସି ଗ୍ରାମବାସୀଙ୍କୁ ଦାନ ଦେଉଥିଲେ। ଏହିକାରଣରୁ ଏହି ମନ୍ଦିରର ନାଁ କର୍ଣ୍ଣେଶ୍ୱର ମନ୍ଦିର ରଖାଯାଇଛି।

karneswaraମାଳଓ୍ଵା ଏବଂ ନିମାଡ ଅଞ୍ଚଳରେ କୌରବଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଅନେକ ମନ୍ଦିର ମଧ୍ୟରୁ କେବଳ ୫ଟି ମନ୍ଦିର ପ୍ରମୁଖ ବୋଲି କୁହାଯାଇଥାଏ। ଯାହାମଧ୍ୟରେ ଓଁକାରେଶ୍ୱରରେ ମଙ୍ଗଳେଶ୍ୱର, ଉଜ୍ଜୟିନୀରେ ମହାକାଳେଶ୍ୱର, ନେମାଓ୍ଵରରେ ସିଦ୍ଧେଶ୍ୱର, ବିଜଓ୍ଵାଡରେ ବିଜେଶ୍ୱର ଏବଂ କରନାଓ୍ଵଦରେ କର୍ଣ୍ଣେଶ୍ୱର ମନ୍ଦିର ଅବସ୍ଥିତ। କିମ୍ବଦନ୍ତୀ ରହିଛି ଏହି ୫ଟି ମନ୍ଦିରକୁ ପାଣ୍ଡବମାନେ ଗୋଟିଏ ରାତିରେ ପୂର୍ବମୁଖରୁ ପଶ୍ଚିମ ମୁକ କରିଥିଲେ। ଏନେଇ କର୍ଣ୍ଣୋବର ମହାଦେବ ପୂଜାରୀ କହିଛନ୍ତି, କିମ୍ବଦନ୍ତୀ ଅନୁଯାୟୀ ବନବାସ କିମ୍ବା ଅଜ୍ଞାତବାସ ସମୟରେ ମାତା କୁନ୍ତି ବାଲିରେ ଶିବଲିଙ୍ଗ ନିର୍ମାଣ କରି ଭଗବାନ ଶଙ୍କରଙ୍କର ପୂଜା କରୁଥିଲେ। ଏହି ସମୟରେ ପାଣ୍ଡବମାନେ ତାଙ୍କୁ ପଚାରିଥିଲେ ଆପଣ କୌଣସି ମନ୍ଦିରକୁ ଯାଇ ପୂଜା କ’ଣ ପାଇଁ କରୁନାହାନ୍ତି। ଏହାର ଉତ୍ତରରେ କୁନ୍ତି କହିଥିଲେ ଏଠାରେ ଯେତିକି ମନ୍ଦିର ସବୁ ରହିଛି ସବୁର ନିର୍ମାଣ କୌରବଙ୍କ ଦ୍ୱାରା କରାଯାଇଛି, ଯେଉଁଠିକୁ ଆମକୁ ଯିବା ପାଇଁ ଅନୁମତି ନାହିଁ। ଏହିକାରଣରୁ ବାଲିରେ ଶିବଲିଙ୍ଗ ତିଆରି କରି ପୂଜା କରିବାକୁ ପଡିବ।

karneswara2ପରେ କୁନ୍ତିଙ୍କର ଏହି ଉତ୍ତର ଶୁଣି ପାଣ୍ଡବମାନେ ଚିନ୍ତା କରି ଯୋଜନାବଦ୍ଧ ରୂପେ ଉକ୍ତ ୫ଟି ମନ୍ଦିରର ମୁଖକୁ ବଦଳାଇଦେଇଥିଲେ। ଏହାପରେ ପାଣ୍ଡବମାନେ ଆମେ ମନ୍ଦିର ନିର୍ମାଣ କରିଛୁ ବୋଲି କହି କୁନ୍ତିଙ୍କୁ ପୂଜା କରିବା ପାଇଁ ମନ୍ଦିରକୁ ଯିବାକୁ କହିଥିଲେ। କୁହାଯାଇଥାଏ କର୍ଣ୍ଣେଶ୍ୱର ମନ୍ଦିରରେ ଯେଉଁ ଗୁମ୍ଫା ରହିଛି ତାହା ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର ବ୍ୟତୀତ ଅନ୍ୟ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଭିତରେ ଭିତରେ ରହିଛି। କିନ୍ତୁ ଉକ୍ତ ଗୁମ୍ଫାର ସୁରକ୍ଷା ପାଇଁ ଗାଁର କିଛି ଲୋକଙ୍କ ଦ୍ୱାରା ଗୁମ୍ଫାକୁ ବନ୍ଦ କରିଦିଆଯାଇଛି।

Leave A Reply

Your email address will not be published.