ଏଠାରେ ସାକ୍ଷାତ ପ୍ରକଟ ହୋଇଥିଲେ ମାତା ଶାକମ୍ଭରୀ, ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

ସିକର ସହରରୁ ପାଖାପାଖି ୫୦ କିଲୋମିଟର ଦୂର ଅରାବଳୀ ପାହାଡ ଉପରେ ସିଦ୍ଧ ଶକ୍ତି ପୀଠ ମାତା ଶାକମ୍ଭରୀଙ୍କ ପ୍ରାଚୀନ ମନ୍ଦିର ଅବସ୍ଥିତ। ମାଁ ଶାକମ୍ଭରୀଙ୍କ ମନ୍ଦିର ଶହେ ବର୍ଷ ପୂର୍ବରୁ ସ୍ଥାପନା ହୋଇଥିବା ଉଲ୍ଲେଖ ହୋଇଛି। ମାତାଙ୍କ ମନ୍ଦିରରେ ବ୍ରହ୍ମାଣୀ ଏବଂ ରୁଦ୍ରାଣୀଙ୍କ ରୂପରେ ଦୁଇଟି ପ୍ରତିମା ବିରାଜମାନ ହୋଇଛି। ଏହି ଦୁଇଟି ପ୍ରତିମା ମଧ୍ୟରେ ସ୍ୱତଃ ପ୍ରକଟ ହୋଇଥିବା ଏକ ଛୋଟ ମୁଖ୍ୟ ପ୍ରତିମା ବିରାଜମାନ ହୋଇଛି। ଏଠାରେ ପ୍ରତିଦିନ ସକାଳ ସାଢେ ୫ଟା ଏବଂ ସଂଧ୍ୟା ୭ଟାରେ ଆଳତୀ କରାଯାଇଥାଏ। ଏଠାକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମନସ୍କାମନା ମା’ ପୂରଣ କରିଥାନ୍ତି।

Shakambari-ଏନେଇ ମହନ୍ତ ଦୟାନାଥ କହିଛନ୍ତି, ମନ୍ଦିରର କାନ୍ଥରେ ଲାଗିଥିବା ପିତଳର ଆବରଣ ଉପରେ ବ୍ରାହ୍ମୀ ଏବଂ ପାଲି ଭାଷା ଲେଖାଯାଇଛି, ଯେଉଁଥିରେ ୭୫୯ ଖ୍ରୀଷ୍ଟାଦ୍ଧରେ ଶାସକଙ୍କ ଦ୍ୱାରା ମାତାଙ୍କ ମନ୍ଦିରକୁ ଜୀର୍ଣ୍ଣୋଦ୍ୱାର କରିବାର ଉଲ୍ଲେଖ କରାଯାଇଛି। ଏହି ଆବରଣର ଗୋଟିଏ ମନ୍ଦିରର ମୁଖ୍ୟ କବାଟ ଏବଂ ଅନ୍ୟଟି ଗମ୍ଭୁଜର କବାଟରେ ଲାଗିଛି। ଚଳିତ ବର୍ଷ କୋଭିଡ କଟକଣା ପାଇଁ ଶାକମ୍ଭରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି।

କରୋନା ମହାମାରୀର ପ୍ରକୋପକୁ ଦେଖି ଜୀଣମାତା ମନ୍ଦିରରେ ମଧ୍ୟ ୯ ଦିନରେ ଦର୍ଶନ ପାଇଁ ରୋକ୍‌ ଲଗାଯାଇଛି। ୨୫ ଅକ୍ଟୋବର ପର୍ଯ୍ୟନ୍ତ ମନ୍ଦିରର କବାଟ ବନ୍ଦ ରଖିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.