ଜାଣନ୍ତୁ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢିଥିବା ନାରାୟଣୀ ସେନା ବିଷୟରେ କିଛି ରୋଚକ ତଥ୍ୟ

ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା କୌରବଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ। ବାସ୍ତବରେ ଉଲ୍ଲେଖ ଅନୁଯାୟୀ ଯୁଦ୍ଧ ପୂର୍ବରୁ ଦୁର୍ଯୋଧନ ମଧ୍ୟ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧରେ ଲଢିବା ପାଇଁ ନିଜ ପକ୍ଷରୁ ପ୍ରସ୍ତାବ ନେଇ ଦ୍ୱାରିକା ଯାଇଥିଲେ। ଏହାର କିଛି ସମୟ ପରେ ଅର୍ଜୁନ ମଧ୍ୟ ସେଠାରେ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧରେ ସହଯୋଗ ନେବା ପାଇଁ ପହଞ୍ଚିଥିଲେ। କିନ୍ତୁ ଏହି ସମୟରେ ଶ୍ରୀକୃଷ୍ଣ ଶୟନ କରିଥିବାରୁ ତାଙ୍କୁ ଜାଗ୍ରତ କରିବା ପାଇଁ ଅର୍ଜୁନ ଏବଂ ଦୁର୍ଯୋଧନ ସେଠାରେ ଅପେକ୍ଷା କରି ରହିଥିଲେ। ଏହାପରେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଆଖି ଖୋଲିଥିଲା ସେତେବେଳେ ସେ ସର୍ବପ୍ରଥମେ ଅର୍ଜୁନଙ୍କୁ ଦେଖିଥିଲେ। କାରଣ ସେ ଶ୍ରୀକୃଷ୍ରଙ୍କ ଚରଣ ନିକଟରେ ବସିଥିଲେ।

shrikrishnaଅର୍ଜୁନଙ୍କୁ ଦେଖିବା ପରେ ଶ୍ରୀକୃଷ୍ଣ ପଚାରିଥିଲେ, ଆପଣ ଆସିବାର କାରଣ କ’ଣ। ଏହାଶୁଣି ଅର୍ଜୁନ କହିଥିଲେ, ‘ହେ ବାସୁଦେବ! ମୁଁ ଭାଓ୍ଵୀ ଯୁଦ୍ଧ ପାଇଁ ଆପଣଙ୍କ ଠାରୁ ସାହାଯ୍ୟ ନେବାକୁ ଆସିଛି।’ ଅର୍ଜୁନଙ୍କ ଏତିକି କଥା ଶୁଣିବା ପରେ ଶ୍ରୀକୃଷ୍ଣଙ୍କ ମୁଣ୍ଡ ପାଖରେ ବସିଥିବା ଦୁର୍ଯୋଧନ କହିଥିଲେ, ‘ହେ କୃଷ୍ଣ! ମୁଁ ମଧ୍ୟ ଆପଣଙ୍କ ଠାରୁ ସାହାଯ୍ୟ ନେବାକୁ ଆସିଛି। ମୁଁ ଅର୍ଜୁନଙ୍କ ପୂର୍ବରୁ ଏଠାକୁ ଆସିଥିବାରୁ ସହାୟତା ପାଇବାର ପ୍ରଥମ ଅଧିକାର ମୋର।’

senaଦୁର୍ଯୋଧନଙ୍କ ଏହି କଥା ଶୁଣିବା ପରେ ଭଗବାନ କୃଷ୍ଣ ବୁଲିଯାଇ ଦୁର୍ଯୋଧନ ଚାହିଁ କହିଥିଲେ, ‘ହେ ଦୁର୍ଯୋଧନ! ମୋର ଦୃଷ୍ଟି ପ୍ରଥମେ ଅର୍ଜୁନଙ୍କ ଉପରେ ପଡିଛି। କିନ୍ତୁ ତୁମେ କହୁଛ ତୁମେ ପ୍ରଥମେ ଆସିଛ। ଅତନ୍ତଃ ମତେ ତୁମ ଦୁଇ ଜଣଙ୍କୁ ହିଁ ସାହାଯ୍ୟ କରିବାକୁ ପଡିବ। ମୁଁ ତୁମ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ନିଜର ପୁରା ସେନା ଦେଇଦେବି ଏବଂ ଅନ୍ୟଜଣଙ୍କ ସହ ମୁଁ ନିଜେ ରହିବି। ଏବେ ତୁମେ ସ୍ଥିର କର କାହାକୁ କ’ଣ ଦରକାର।’ ଏହି ସମୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ନିଜ ସହ ରଖିବା ପାଇଁ ଇଛା ପ୍ରକାଶ କରିଥିଲେ। ଏହାପରେ ଶ୍ରୀକୃଷ୍ଣ ନିଜର ବିଶାଳ ସେନାଙ୍କୁ ଦୁର୍ଯୋଧନଙ୍କୁ ଦେଇଥିଲେ ଏବଂ ସ୍ୱୟଂ ପାଣ୍ଡବଙ୍କ ସହ ରହିଥିଲେ। ସାତ୍ତ୍ୱିକ ନାରାୟଣୀ ସେନାର ପ୍ରଧାନ ସେନାପତି ଥିଲେ। ସାତ୍ତ୍ୱିକ ଯୁଦ୍ଧରେ ଅର୍ଜୁନଙ୍କ ପକ୍ଷରୁ ଲଢିବା ପାଇଁ ଚାହୁଁଥିଲେ କିନ୍ତୁ ଶେଷରେ ସେ ପାଣ୍ଡବଙ୍କ ପକ୍ଷରୁ ଲଢିବା ପାଇଁ ସ୍ଥିର କରିଥିଲେ। ତେବେ ଆସନ୍ତୁ ଜାଣିବା ଏହି ଯୁଦ୍ଧ ସମ୍ପର୍କରେ କିଛି ରୋଚକ ତଥ୍ୟ।

narayan sena-କାଲାରିପୟତ୍ତୁ ବିଦ୍ୟାରେ ପାରଙ୍ଗମ ଶ୍ରୀକୃଷ୍ଣଙ୍କ ‘ନାରାୟଣୀ ସେନା’ଙ୍କୁ ସେହି ସମୟରେ ଭାରତର ସବୁଠାରୁ ଭୟଙ୍କର ପ୍ରହାରକ କୁହାଯାଉଥିଲା।

– ନାରାୟଣ ସେନାକୁ ଚାଟୁରଙ୍ଗିନି ସେନା ମଧ୍ୟ କୁହାଯାଉଥିଲା |

– ଶ୍ରୀକୃଷ୍ଣଙ୍କ ୧୮ହଜାର ଭାଇ ଏବଂ ସମ୍ପର୍କୀୟ ଭାଇଙ୍କୁ ମିଶାଇ ୧୦ ଲକ୍ଷ ଯୋଦ୍ଧାଙ୍କ ସହ ମିଶି ଏହି ସେନା ତିଆରି ହୋଇଥିଲା।

-ଏହି ସେନାରେ ୭ ଅଧିରଥ ଏବଂ ୭ ମହାରଥୀ ଥିଲେ। ସାତ୍ତ୍ୱିକ ସେନାପତି ଏବଂ ବଳରାମ ମୁଖ୍ୟ ସେନାପତି ଥିଲେ।

-କୁରୁକ୍ଷେତ୍ର ଯୁଦ୍ଧ ଶେଷରେ ନାରାୟଣୀ ସେନାର ସମସ୍ତ ଅକ୍ଷୋହିଣୀ ଜୀବିତ ଥିଲେ।

ଏହି ସେନା ମାଧ୍ୟମରେ ପୂର୍ବରେ ଶ୍ରୀକୃଷ୍ଣ ଏବଂ ବଳରାମ ନିଷାଦୋଂ, ଗାନ୍ଧାର, ମଗଧ, କଳିଙ୍ଗ, କାଶୀ, ଅଂଗା, ବଂଗା, କୋଷଳ, ପାଣ୍ଡ୍ରା, କରୁଷ ଏବଂ ଗାର୍ଗ୍ୟର ଶାସକମାନେ ଅତୀତରେ ଶ୍ରୀକୃଷ୍ଣ ଏବଂ ବଳରାମଙ୍କ ଦ୍ୱାରା ହତ୍ୟା ହୋଇଥିଲେ। ସେହିଭଳି ଭଗବାନ ଶ୍ରୀକୃଷ୍ଣ ଦକ୍ଷିଣରେ ପାଣ୍ଡ୍ୟା, ବିଦର୍ଭ, ଗାନ୍ଧାର, ମଗଧ, ଶୋଣିତପୁରା ଏବଂ ପ୍ରାଗଜ୍ୟୋତିଷକୁ ଜିତିବା ପାଇଁ ନାରାୟଣୀ ସେନାର ଉପଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.