କେତେ ପୁରୁଣା ସେଲ୍ଫିର ଇତିହାସ, ଜାଣନ୍ତୁ ଏହା ସହ ଜଡିତ କିଛି ରୋଚକ କଥା

ଆଜିର ସମୟରେ ସେଲ୍ଫିର କ୍ରେଜ୍‌ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି। ମୋବାଇଲ ଫୋନ ବିକଶିତ ହେବା ପରେ ଏବଂ ଫୋନର କ୍ୟାମେରା କ୍ୱାଲିଟି ଲୋକମାନଙ୍କୁ ଫଟୋ ଉଠାଇବା ପାଇଁ ପ୍ରୋତ୍ସାହିତ କରିଛି। କିନ୍ତୁ କ’ଣ ଆପଣ ସେଲ୍ଫିର ଇତିହାସ ବିଷୟରେ ଜାଣିଛନ୍ତି କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ପ୍ରଥମ ସେଲ୍ଫି ଆଜିଠାରୁ ପ୍ରାୟ ଦେଢ ଶତାଦ୍ଦୀ ପୂର୍ବରୁ ନିଆଯାଇଥିଲା।

selfie picଦୁନିଆର ପ୍ରଥମ ସେଲ୍ଫି ୧୮୫୦ ମସିହାରେ ନିଆଯାଇଥିଲା। କିନ୍ତୁ ଏହି ଫଟୋ ଆଜିର ସେଲ୍ଫି ଭଳି ଚମକୁନି ସତ କିନ୍ତୁ ଏକ ସେଲ୍ଫ ପୋଟ୍ରେଟ୍‌। ଏହି ସେଲଫି ସ୍ୱିଡେନର ଆର୍ଟ ଫଟୋଗ୍ରାଫର ଓସ୍କାର ଗୁସ୍ତାଭ ରେଜଲେଣ୍ଡରଙ୍କ ଦ୍ୱାରା କରାଯାଇଛି | ସୂଚନା ମୁତାବକ ଏହି ସେଲ୍ଫି ଉତ୍ତର ୟାର୍କଶାୟରର ମାର୍କେଟସ୍‌ ଅଫ୍‌ ହେରୋଗେଟ୍‌ ରେ ୭୦,୦୦୦ ପାଉଣ୍ଡ ଅର୍ଥାତ ପାଖାପାଖି ୬୬.୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା।  ସେହିଭଳି ଏକ ଦାବି ଅନୁଯାୟୀ ପ୍ରଥମ ସେଲ୍ଫି ୧୮୩୯ ମସିହାରେ ନିଆଯାଇଥିଲା। ଆମେରିକୀ ଫଟୋଗ୍ରାଫର ରବର୍ଟ କୋରନେଲିୟସ ଏହି ଫଟୋ ଉଠାଇଥିଲେ। ସେ ନିଜ କ୍ୟାମେରାରେ ନିଜ ଫଟୋ ଉଠାଇବା ପାଇଁ ଚେଷ୍ଟା କରିଥିଲେ।

selfie pic1ସେଲଫି କ’ଣ?

ମୋବାଇଲ ଫୋନରୁ ନିଜେ ଊଠାଇଥିବା ଫଟୋକୁ ସାଧାରଣତଃ ସେଲ୍ଫି କୁହାଯାଇଥାଏ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଶଦ୍ଦର ଚାହିଦା ବୃଦ୍ଧି ପାଇଛି। ସେଲଫି ଶବ୍ଦଟି ପ୍ରଥମେ ୧୩ ସେପ୍ଟେମ୍ବର ୨୦୦୨ ରେ ଅଷ୍ଟ୍ରେଲିୟ ୱେବସାଇଟ୍ ଫୋରମ୍ ଏବିସି ଅନ୍ଲାଇନ୍ ଦ୍ୱାରା ବ୍ୟବହୃତ ହୋଇଥିଲା | ଟାଇମ୍ ମାଗାଜିନ୍ ୨୦୧୨ ର ୧୦ ଟି ମୂଳ ଶବ୍ଦ ମଧ୍ୟରେ ସେଲଫି ଶବ୍ଦକୁ ସ୍ଥାନ ଦେଇଥିଲା। ୨୦୧୩ ରେ, ଅକ୍ସଫୋର୍ଡ ଅଭିଧାନ ସେଲଫି ଶବ୍ଦକୁ ୱାର୍ଡ ଅଫ୍ ଦି ଇୟର ଭାବରେ ଘୋଷଣା କରିଥିଲା | ଯେତେବେଳେ ମାକାଉ ପ୍ରଜାତିର ଏକ ମାଙ୍କଡ଼ ଇଣ୍ଡୋନେସିଆରେ ବ୍ରିଟିଶ ବନ୍ୟଜନ୍ତୁ ଫଟୋଗ୍ରାଫର ଡେଭିଡ ସ୍ଲାଟେରୀର କ୍ୟାମେରା ବଟନ୍ ଦବାଇ ସେଲଫି ନେଇଥିଲେ ସେତେବେଳେସେଲ୍ଫିର ଚାହିଦା ୨୦୧୧ ମସିହାରେ ଆରମ୍ଭ ହେବାର ଜଣାପଡଛି।