ଆକାରରେ ଛୋଟ ହେଇ ହେଇ ଯାଉଛି ଏହି ଦେଶ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କମି କମି ଯାଉଛି ଦେଶର ଆକାର । ସମୁଦ୍ରରେ ଲୀନ ହେଇଯିବ ଦେଶ । ଆଶ୍ଚର୍ଯ୍ୟ ହେଉଛନ୍ତି ନା । ହଁ ଏହା ପ୍ରକୃତରେ ସତ । ଆରବ ସାଗରରେ ଅବସ୍ଥିତ ଭାରତର ଏକ ପଡୋଶୀ ଦେଶ ଧୀରେ ଧୀରେ ଛୋଟ ଛୋଟ ହେଇ ହେଇ ଯାଉଛି । ପରିସ୍ଥିତିକୁ ନଜରରେ ରଖି ବିଶେଷଜ୍ଞ ମାନେ କହିଛନ୍ତିକି, କିଛି ବର୍ଷ ମଧ୍ୟରେ ଏହି ଦେଶର ୧୦୦୦ରୁ ବି ଅଧିକ ସଂଖ୍ୟକ ଛୋଟ ଛୋଟ ଦ୍ବୀପ ସମୁଦ୍ରରେ ଲୀନ ହୋଇଯିବ । ରିପୋର୍ଟ ଅନୁଯାୟୀ ଏହା ହେଉଛି ବିଶ୍ୱର ଏକ ମାତ୍ର ଦେଶ ଯାହା ଧୀରେ ଧୀରେ ସମୁଦ୍ରରେ ଲୀନ ହୋଇଯିବ ବୋଲି ଆଶଙ୍କା ରହିଛି । ଏମିତିକି ଏହି ଦ୍ବୀପର ପାଖାପାଖି ୮୦ପ୍ରତିଶତ ଭାଗ ସମୁଦ୍ର ସ୍ତରର ନିକଟତର ହେବାକୁ ବସିଲାଣି । ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଦ୍ୱାରା ରିପୋର୍ଟ ଅନୁଯାୟୀ, ମାଳଦ୍ଵୀପର ୧୨୦୦ଦ୍ବୀପ ଖୁବଶୀଘ୍ର ସମୁଦ୍ରର ଗଭୀର ଜଳ ମଧ୍ୟରେ ଲୀନ ହୋଇଯାଇପାରେ ।

maldives

କିଛି ବର୍ଷ ତଳେ ମାଳଦ୍ଵୀପ ଉପରାଷ୍ଟ୍ରପତି ବହିଦ ହସନ ବି ଏବାବଦରେ ବିଶ୍ୱବ୍ୟାଙ୍କକୁ ସୂଚନା ଦେଇଥିଲେ । ବସନଙ୍କ ଅନୁଯାୟୀ, ବିଶ୍ୱର ଏକମାତ୍ର ଦେଶ ଭାବରେ ଆମେ ଖୁବ ଶୀଘ୍ର ସମୁଦ୍ରରେ ଲୀନ ହେବାକୁ ଯାଉଛି । ଏପରି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ପରାମର୍ଶ ବି ମାଗିଥିଲେ ମାଳଦ୍ଵୀପ ଉପରାଷ୍ଟ୍ରପତି । ଏହି ଦେଶ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିଛି । ଏମିତିକି ମାଳଦ୍ଵୀପର ସମୁଦ୍ର କୂଳକୁ ବିଶ୍ୱର ସବୁଠୁ ଲକଜରୀ ସମୁଦ୍ର କୂଳ ମାନଙ୍କ ମଧ୍ୟରେ ଗଣାଯାଏ । ଏଠାକାର ସମୁଦ୍ର କୂଳ ସୌନ୍ଦର୍ଯ୍ୟ ଖୁବ ମନଲୋଭା । ମାଳଦ୍ଵୀପ ସମୁଦ୍ରର ନୀଳ ରଙ୍ଗର ପାଣି, ଓ ଏଠାକାର ରିସୋର୍ଟ ଯାହା କାହାର ବି ମନ ମୋହିନିଏ ।

maldives

ବୈଜ୍ଞାନିକଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ର ଜଳସ୍ତର ବଢିଚାଲିଛି । ମାଳଦ୍ଵୀପ ଦ୍ବୀପ ଜଳସ୍ତର ଠାରୁ ନିମ୍ନରେ ଅଛି । ଯେଉଁ କାରଣରୁ ହିଁ ମାଳଦ୍ଵୀପ ଉପରକୁ ବିପଦ ଘନେଇ ଆସୁଛି । ଏ ଅସୁବିଧା ଆଜିର ନୁହେଁ । ଆଜିକୁ ୧୨ ବର୍ଷ ତଳେ ୨୦୦୮ ମସିହାରେ ମାଳଦ୍ଵୀପର ତତକାଳୀନ ରାଷ୍ଟ୍ରପତି ମହମ୍ମଦ ନଶିନ ଏହାକୁ ନେଇ ଚିନ୍ତା କରି କହିଥିଲେକି, ସେ ପୃଥିବୀର ଅନ୍ୟ ଏକ ସ୍ଥାନରେ ନୂଆ ଭୂମି କିଣିବା ନେଇ ଯୋଜନା କରୁଛନ୍ତି । ଯାହାଦ୍ୱାରା କୌଣସି ବି ଜରୁରୀ ପରିସ୍ଥିତିରେ ଦେଶବାସୀଙ୍କୁ ସେହି ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.