ଚଳିତ ବର୍ଷ କେବେ ପଡୁଛି ସରସ୍ୱତୀ ପୂଜା, ଜାଣନ୍ତୁ କେମିତି କରିବେ ଆରାଧନା

ଚଳିତ ବର୍ଷ ବସନ୍ତ ପଞ୍ଚମୀ ୩୦ ଜାନୁଆରୀ ବୁଧବାର ଦିନ ପାଳନ କରାଯିବ। ମାନ୍ୟତା ରହିଛି ଏହି ଦିନ ବିଦ୍ୟାର ଦେବୀ ମାଁ ସରସ୍ୱତୀଙ୍କ ଜନ୍ମ ହୋଇଥିଲା। ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଶୁଭ ହୋଇଥାଏ ବୋଲି କୁହାଯାଇଛି। ଏହି ଦିନ ବିବାହର ମଧ୍ୟ ଶୁଭ ଯୋଗ ରହିଛି।

ଜାଣନ୍ତୁ ଜ୍ଞାନ ଏବଂ ବୁଦ୍ଧି ପ୍ରାପ୍ତି ପାଇଁ କିପରି କରିବେ ମାଁଙ୍କ ପୂଜା:

basant-panchamiପ୍ରାତଃ କାଳରୁ ସ୍ନାନ କାର୍ଯ୍ୟ ସାରି ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ମାଁ ସରସ୍ୱତୀଙ୍କ ପ୍ରତିମା ସାମ୍ନାରେ ବସି ଧୂପ-ଦୀପ ଲଗାନ୍ତୁ। ଏହାପରେ କଳସ ସ୍ଥାପନା କରି ଭଗବାନ ଗଣେଶ, ନବଗ୍ରହ ଏବଂ ମା ସରସ୍ୱତୀଙ୍କ ବିଧିବଧ ଭାବେ ପୂଜା କରନ୍ତୁ। ଧ୍ୟାନ ରଖନ୍ତୁ ମା ଶ୍ୱେତ ବସ୍ତ୍ର ଧାରଣ କରନ୍ତି। ଏହି କାରଣରୁ ମାଁ ଙ୍କ ପ୍ରତିମା ହେଉ କିମ୍ବା ମୂତ୍ତିରେ ଧଳା ରଙ୍ଗର ବସ୍ତ୍ର ଅର୍ପିତ କରନ୍ତୁ। କ୍ଷୀରରେ ପ୍ରସ୍ତୁତ ହୋଇଥିବା ମିଠା ମାଁଙ୍କୁ ଭୋଗ ଲଗାନ୍ତୁ।

ବସନ୍ତ ପଞ୍ଚମୀ କଥା:

Vasant-Panchamiସୃଷ୍ଟି ଆରମ୍ଭ ସମୟରେ ଭଗବାନ ବିଷ୍ଣୁଙ୍କ ଆଜ୍ଞାରୁ ବ୍ରହ୍ମା ମନୁଷ୍ୟ ଯୋନିର ରଚନା କରିଥିଲେ କିନ୍ତୁ ବ୍ରହ୍ମା ନିଜର ସର୍ଜନାରେ ସନ୍ତୁଷ୍ଟ ନଥିଲେ। ଏହିସମୟରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଆଜ୍ଞା ପାଇ କମଣ୍ଡୁଳରୁ ଜଳ ବାହାର କରି ଧରିତ୍ରୀ ଉପରେ ପୃଥିବୀ ଉପରେ ଛିଞ୍ଚିଥିଲେ, ଯାହା ଦ୍ୱାରା ପୃଥିବୀରେ କମ୍ପନ ହେବା ସହ ଅଭୁତ ଶକ୍ତି ରୂପରେ ଚର୍ତୁଭୂଜ ବିଶିଷ୍ଟ ସୁନ୍ଦର ସ୍ତ୍ରୀ ପ୍ରକଟ ହୋଇଥିଲେ। ଯାହାଙ୍କ ହାତରେ ବୀଣା ଏବଂ ଅନ୍ୟ ହସ୍ତରେ ବର ମୁଦ୍ରା ଧାରଣ କରିଥିଲେ। ସେହିଭଳି ଅନ୍ୟ ଦୁଇ ହସ୍ତରେ ପୁସ୍ତକ ଏବଂ ମାଳି ଧାରଣ କରିଥିଲେ। ଏହାପରେ ଦେବୀ ସରସ୍ୱତୀଙ୍କ ବୀଣାର ମଧୁର ଧ୍ୱନୀରୁ ସଂସାରରେ ସମସ୍ତ ଜୀବ-ଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥିଲା। ପୁରାଣ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ମାଁ ସରସ୍ୱତୀଙ୍କ ଉପରେ ଖୁସି ହୋଇ ବସନ୍ତ ପଞ୍ଚମୀ ଦିନ ଜନ୍ମ ଦିବସ ପାଳନ କରୀିବା ପାଇଁ ବରଦାନ ଦେଇଥିଲେ।

Leave A Reply

Your email address will not be published.