ମିଳିଲା ଦୁନିଆର ସବୁଠୁ ଦୁର୍ଲଭ ଆଉ ବଡ ହୀରା ଯାହାକୁ କୁହାଯାଉଛି ଗୋଲାପୀ ହୀରା….

ଆଫ୍ରିକା ଦେଶ ଅଙ୍ଗୋଲାରେ ଗୋଟିଏ ହୀରା ଖାଦନରୁ ବହୁତ ହି ଦୁର୍ଲଭ ଗୋଲାପୀ ହୀରା ମିଳିଛି । ଏହାର ଓଜନ ୧୭୦କ୍ୟାରେଟ କୁହାଯାଉଛି । ଦୁନିଆରେ ଗତ ୩୦୦ବର୍ଷ ମଧ୍ୟରେ ମିଳିଥିବା ସବୁଠୁ ବଡ ହୀରା ବୋଲି କୁହାଯାଇଛି । ଏମିତିକି ମିଳିଥିବା ହୀରା ତିନି ଶତାବ୍ଦୀ ମଧ୍ୟରେ ସବୁଠୁ ବଡ ଗୋଲାପୀ ରଙ୍ଗର ହୀରା । ଯଦି ଏହାକୁ ନିଲାମୀ ପାଇଁ ରଖାଯାଏ ତେବେ ଏହାର ମୂଲ୍ୟ ପାଖାପାଖି ହଜାରେ କୋଟି ଟଙ୍କା ହେବ । ଅଷ୍ଟ୍ରେଲିଆର ଲୁକାପା ଡାଇମଣ୍ଡ ଓ ଏହାର ସହଯୋଗୀମାନେ ଅଙ୍ଗୋଲାର ଲୁଲି ଖଦାନରେ ଦୁର୍ଲଭ ହୀରାର ଖୋଜ କରିଛନ୍ତି । ଏହି ଖଦାନର ନାମରେ ହିଁ ଏହାକୁ ଦ ଲୁଲୀ ରୋଜ ନାମ ଦିଆଯାଇଛି । ହୀରା ଉପରେ ମାଲିକାନା ହକ ମଧ୍ୟ ଏହି କମ୍ପାନୀର ହେବ ।

ଅଙ୍ଗୋଲା ସ୍ଥିତ ଏହି ଖାଦାନ ବଡ ଆକାରର ଅଟେ । ଏଥିରେ ଅଙ୍ଗୋଲାର ସରକାର ମଧ୍ୟ ପାର୍ଟନର ଅଟନ୍ତି । ଦ ଲୁଲୀ ରୋଜ ନାମର ଏହି ହୀରା ଆଇ ଆଇ ଏ ଟାଇପ ପଥର ଅଟେ । ଯାହା ପ୍ରାକୃତିକ ପଥର ମଧ୍ୟରେ ସବୁଠୁ ଦୁର୍ଲଭ ଏବଂ ଶୁଦ୍ଧ । ଲୁଲୀ ଖାଦାନରୁ ଏପର୍ଯ୍ୟନ୍ତ ୧୦୦କ୍ୟାରେଟ ବା ଏଥିରୁ ଅଧିକ ଓଜନର ପାଖାପାଖି ୨୭ ହୀରା ମିଳିସାରିଛି । ଦୁର୍ଲଭ ପିଙ୍କ ଡାଇମଣ୍ଡ ଏହି ଖାଦାନରୁ ମିଳିଥିବା ହୀରା ମଧ୍ୟରେ ପାଞ୍ଚ ନମ୍ବର ଅଟେ ।

ଦୁନିଆରେ ଏପର୍ଯ୍ୟନ୍ତ ମିଳୁଥିବା ସବୁଠୁ ବଡ ହୀରା ଅଙ୍ଗୋଲାର ଲୁଲୀ ଖଦାନରୁ ମିଳିଛି । ଏଥିମଧ୍ୟରୁ ଗୋଟେ ହୀରା ତ ୪୦୪ କ୍ୟାରେଟର ଅଟେ । ଦ ଲୁଲି ରୋଜ ଡାଇମଣ୍ଡ ମିଳିବା ପରେ ଅଙ୍ଗୋଲାର ସରକାର ମଧ୍ୟ ଖୁସି ଜତାଇଛନ୍ତି । ଅଙ୍ଗୋଲାର ଖଣିଜ ସଂସାଧନ ମନ୍ତ୍ରୀ ଡାଏମଣ୍ଟିନୋ ଅଜେଭେଦୋ କହିଛନ୍ତି କି ଏହି ଦୁର୍ଲଭ ହୀରା ମିଳିବା ପରେ ଅଙ୍ଗୋଲାରେ ପୁଣିଥରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚୟ ବଢିବ ।

ଅଷ୍ଟ୍ରେଲିଆଇ କମ୍ପାନୀ ଲୁକାପା ଡାଇମଣ୍ଡ କହିଛନ୍ତି କି ଏହି ହୀରାର ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଲାମୀ କରାଯିବ । କିନ୍ତୁ ଏହା ପୂର୍ବରୁ ଏହାକୁ ପରଖା ଯିବ । ଯାହା ଫଳରେ ହୀରାର ବାସ୍ତବିକ ଚମକ ଓ ଏହାର ମୂଲ୍ୟବୋଧ ଜଣାପଡିବ । ଅନେକ ଥର ହୀରାକୁ ପରକ୍ଷିବା ସମୟରେ ଏହାର ଓଜନ କମି ଯାଇ ଅଧା ହୋଇଯାଏ । ଏମିତିକି ଏହାର ସଠିକ ଓଜନ ମୁତାବିକ ଅନୁମାନ ଲଗାଯାଉଛି କି ହୀରାର ନିଲାମୀରେ ମୂଲ୍ୟ ପାଖାପାଖି ୧୦୦୦କୋଟି ଟଙ୍କା ଯାଇପାରେ ।

ଏହା ପୂର୍ବରୁ ବର୍ଷ ୨୦୧୭ରେ ହଙ୍ଗକଙ୍ଗରେ ଏକ ୫୯.୬ କ୍ୟାରେଟର ଏକ ଗୋଲାପୀ ହୀରାର ନିଲାମି ହୋଇଥିଲା । ଯାହା ୫୬୯କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଲୁକାପାର ସିଇଓ ସ୍ଟିଫନ ବେଦରାଲ କହିଛନ୍ତି କି ୧୦ହଜାର ହୀରା ମଧ୍ୟରେ କୌଣସି ଗୋଟିଏ ହୀରା ଗୋଲାପୀ ବାହାରେ । ଯଦି ଆମେ ଏତେ ବଡ ଗୋଲାପୀ ହାରାକୁ ଦେଖୁଛେ ତେବେ ଏହା ବହୁତ ଦୁର୍ଲଭ । ଏହି ଖଦାନରେ ସ୍ଥିତ ନଦୀର ତଳରେ ହୀରାର ବହୁତ ସଂଖ୍ୟାରେ ରହିଛି । ଯେଉଁଠାରେ କମ୍ପାନୀର ୪୦୦କର୍ମଚାରୀ ହୀରା ଖୋଜିବାରେ ଲାଗିଛନ୍ତି ।

Leave A Reply

Your email address will not be published.