ଅଧୁରା ରହିଯାଇଛି ରାବଣଙ୍କ ଏହି ୭ଟି ସ୍ୱପ୍ନ, ଜାଣନ୍ତୁ କ’ଣ?

ଚଳିତ ବର୍ଷ ଦଶହରା ପର୍ବ ୨୫ ଅକ୍ଟୋବରରେ ପାଳନ କରାଯିବ। ଏହା ହିନ୍ଦୁ ଧର୍ମର ପ୍ରମୁଖ ପର୍ବ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ଏବଂ ଅସତ୍ୟ ଊପରେ ସତ୍ୟର ବିଜୟ ହୋଇଥାଏ। ପ୍ରତ୍ୟେକ ବର୍ଷ ଏହି ପର୍ବ ଆଶ୍ୱିନ ମାସ ଶୁକ୍ଳପକ୍ଷର ଦଶମୀ ତିଥିରେ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଦଶହରା ଦିନ ରାବଣର କୁଣପୁତ୍ତଳିକା ଦାହ କରିବାର ପରମ୍ପରା ମଧ୍ୟ ରହିଛି। ରାବଣ ଅତି ଜ୍ଞାନୀ ଥିଲୋ କିନ୍ତୁ ଅଭିମାନ କାରଣରୁ ତାଙ୍କର ସର୍ବନାଶ ହୋଇଥିଲା। ସେହିଭଳି ରାବଣର ଏଭଳି କିିଛି ସ୍ୱପ୍ନ ରହିଥିଲା, ଯାହାକୁ ପୁରା ସେ ପୁରା କରିବାକୁ ଚାହୁଁଥିଲେ। ତେବେ ଆସନ୍ତୁ ଜାଣିବା କ’ଣ ଥିଲା ସେହି ସ୍ୱପ୍ନ।
. ରାବଣଙ୍କର ପ୍ରଥମ ସ୍ୱପ୍ନ ଥିଲା ପୃଥିବୀରୁ ସ୍ୱର୍ଗ ପର୍ଯ୍ୟନ୍ତ ଏକ ସିଡ଼ି ନିର୍ମାଣ କରିବା | ସେ ଚାହୁଁଥିଲେ ସମସ୍ତେ ସ୍ୱର୍ଗକୁ ଯାଆନ୍ତୁ, ତେଣୁ ରାବଣ ପୃଥିବୀରୁ ସ୍ୱର୍ଗକୁ ସିଡ଼ି ତିଆରି କାମ ଆରମ୍ଭ କରିଥିଲେ। କିନ୍ତୁ ଏହି ସିଡ଼ି ପ୍ରସ୍ତୁତ ହେବା ବେଳକୁ ପ୍ରଭୁ ରାମ ରାବଣଙ୍କୁ ହତ୍ୟା କରିଥିଲେ।
. ରାବଣଙ୍କର ଦ୍ୱିତୀୟ ସ୍ୱପ୍ନ ଥିଲା ସମୁଦ୍ର ଜଳକୁ ମିଠା କରିବା | ରାବଣ ଜାଣିଥିଲା ଯେ ପୃଥିବୀରେ ପାନୀୟ ଜଳ କମ୍ ଅଛି। ଯଦି ସମୁଦ୍ରର ଜଳ ମିଠା ହୋଇଯାଏ ତେବେ ପାନୀୟ ଜଳର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ।
. ରାବଣର ତୃତୀୟ ସ୍ୱପ୍ନ ହେଉଛି ସୁନାରେ ସୁଗନ୍ଧ ଭରିବା | ଏହାର କାରଣ ଥିଲା, ରାବଣ ସୁନାକୁ ଭଲ ପାଉଥିଲେ ଏବଂ ସେ ତାଙ୍କର ପୁରା ସହରକୁ ମଧ୍ୟ ସୁନା କରିଥିଲେ। ରାବଣ ଚାହୁଁଥିଲେ ଯଦି ସୁନାରେ ସୁଗନ୍ଧ ଆସିଯାଏ ତେବେ ତାହା ଯେକୌଣସି ସ୍ଥାନରେ ଜଣାଶୁଣା ହୋଇପାରିବ। ଏପରି କରିବା ଦ୍ୱାରା ସୁନା ଖୋଜିବା ମଧ୍ୟ ସହଜ ହୋଇଯିବ।
. ରାବଣଙ୍କ ଚତୁର୍ଥ ସ୍ୱପ୍ନ ଥିଲା ରୁଗ୍ ବେଦକୁ ଶେଷ କରିବା। ରାବଣ ସ୍ୱୟଂ କଳା ଥିଲେ, ଏହି କାରଣରୁ ସେ ଚାହୁଁଥିଲେ ସମସ୍ତ ଲୋକମାନେ ଗୋରା ଦେଖାଯାଆନ୍ତୁ ଏବଂ କୌଣସି ବ୍ୟକ୍ତି ଯେପରି କାହାର ଶ୍ୟାମଳ ରଙ୍ଗକୁ ନେଇ ପରିହାସ ନକରନ୍ତି।
. ରାବଣର ପଞ୍ଚମ ସ୍ୱପ୍ନ ଥିଲା ରକ୍ତ ରଙ୍ଗକୁ ଧଳା କରିବା | ରାବଣ ଏହା ଏଥିପାଇଁ କରିବାକୁ ଚାହୁଁଥିଲେ, ଯାହାଦ୍ୱାରା ତାଙ୍କ ଦ୍ୱାରା କରାଯାଉଥିବା ହତ୍ୟା ବିଷୟରେ ଯେପରି କାହାକୁ ଜଣା ନପଡୁ।
. ଯଦି ରାବଣ ଆଉ କିଛି ଦିନ ବଞ୍ଚିଥାନ୍ତେ, ତେବେ ସେ ତାଙ୍କର ଷଷ୍ଠ ସ୍ୱପ୍ନକୁ ମଧ୍ୟ ପୂରଣ କରିଥାନ୍ତେ | ସେ ମଦ୍ୟପାନକୁ ଉପଭୋଗ କରିବାକୁ ଅନୁମତି ଦେଇ ମଦକୁ ଦୁର୍ଗନ୍ଧହୀନ କରିବାକୁ ଚାହୁଁଥିଲେ। ଯାହାଦ୍ୱାରା ସମସ୍ତ ଲୋକମାନେ ମଦିରାପାନର ଆନନ୍ଦ ନେଇପାରିବେ।
. ରାବଣର ସପ୍ତମ ତଥା ଶେଷ ସ୍ୱପ୍ନ ଥିଲା ଦୁନିଆରେ ଭଗବାନଙ୍କ ପୂଜା ବନ୍ଦ କରି ଲୋକମାନେ ତାଙ୍କ ପୂଜା କରିବା। କିନ୍ତୁ ଶେଷରେ ରାବଣଙ୍କର ଏହିସବୁ ସ୍ୱପ୍ନ ତାଙ୍କ ସହ ଜଳି ପୋଡି ପାଉଁଶ ହୋଇଗଲା।