ସ୍ପେଶାଲ

ଏହା ହେଉଛି ଭାରତର ସବୁଠାରୁ ଛୋଟ ରେଳ ରୁଟ୍‌, କେବଳ ୩ କିମିରେ ଶେଷ ହୋଇଯାଏ ଯାତ୍ରା

ଟ୍ରେନରେ ଯାତ୍ରା କରିବାକୁ କାହାକୁ ବା ଭଲ ଲାଗେନି । ଆପଣଙ୍କୁ ଟ୍ରେନ୍‌ ଯାତ୍ରା କେମିତି ଲାଗେ? ଭଲ ଲାଗେ ନା ନାହିଁ । ପ୍ରାୟ ପ୍ରତ୍ୟେକ ଦିନ ଭାରତୀୟ ରେଳରେ ହଜାର ହଜାର ଲୋକ ଯାତ୍ରା କରନ୍ତି । ଆଉ ଇଣ୍ଡିଆନ୍‌ ରେଲୱେ ମଧ୍ୟ ନିଜ ସୁବିଧା ଏବଂ ଦୃତ ଗତି ମାମଲାରେ ଅନେକ ନୂଆ ରେକର୍ଡ ବନାଇଛି । ଯେଉଁ କାରଣରୁ ଏବେ ଫ୍ଲାଇଟରେ ଯାଉଥିବା ଲୋକ ବି ଟ୍ରେନରେ ଯାତ୍ର୍ରା କରିବାକୁ ପସନ୍ଦ କରନ୍ତି । ରେଲୱେର ସବୁଠାରୁ ଲମ୍ବା ରୁଟ୍‌ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ କିନ୍ତୁ କଣ ଆପଣଙ୍କୁ ସବୁଠାରୁ ଛୋଟ ରୁଟ୍‌ ବିଷୟରେ ପତ୍ତା ଅଛି । ସବୁଠାରୁ ମଜାଳିଆ କଥା ତ ଏହି ରୁଟ୍‌ କେବଳ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏହି ରୋଚକପୂର୍ଣ୍ଣ ରୁଟ୍‌ ବିଷୟରେ ଡିଟେଲ୍ସରେ ବତାଇବୁ ।

ଭାରତୀୟ ରେଲୱେର ଏହି ସବୁଠାରୁ ଛୋଟ ରେଳ ରୁଟ୍‌ ମହାରାଷ୍ଟ୍ରରେ ରହିଛି । ଏହି ରୁଟରେ କେବଳ ୨ଟି ରେଳ ଷ୍ଟେସନ ରହିଛି, ଯାହାର ନାମ ନାଗପୁର ଏବଂ ଅଜନୀ । ଏହି ଦୁଇ ଷ୍ଟେସନ ମଧ୍ୟର ଦୂରତା ମାତ୍ର ୩କିମି । ଅର୍ଥାତ୍‌ ଏହି ଟ୍ରେନ୍‌ କେବଳ ୩ କିମିର ଏହି ଛୋଟ ରୁଟକୁ ଯାତ୍ରା କରି ଶେଷ ହୋଇଯାଏ । ଆଶ୍ଚର୍ଯ୍ୟର କଥା ହେଉଛି ଏତେ ଅଳ୍ପ ବାଟ ପାଇଁ ଅନେକ ସଂଖ୍ୟାର ଲୋକ ଟ୍ରେନର ବ୍ୟବହାର କରନ୍ତି ।

ରେଳ ସହ ଜଡିତ ଅନଲାଇନ୍‌ ଟ୍ରାଭେଲ ପୋର୍ଟାଲ ମୁତାବକ ଟ୍ରେନ ଜରିଆରେ ନାଗପୁର ଏବଂ ଅଜନୀର ଯାତ୍ରା କେବଳ ୯ ମିନିଟରେ ପୂରା ହୋଇଯାଏ । ଏହି ଯାତ୍ରା ପାଇଁ ଲୋକଙ୍କୁ ଜେନେରାଲ କ୍ଲାସରେ ୬୦ ଟଙ୍କା ଟିକେଟ କାଟିବାକୁ ପଡିଥାଏ । ସେହିଭଳି ସ୍ଲିପର କ୍ଲାସ ଟିକେଟ ୧୭୫ ଟଙ୍କା ରହିଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତୀୟ ରେଳର ପୂରା ନେଟଓ୍ଵାର୍କର ଲମ୍ବ ୬୭ ହଜାର ରୁଟ କିମି ଠାରୁ ଅଧିକ । ଏହା ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ନେଟଓ୍ଵର୍କ । ଏହା ଜରିଆରେ ସାରା ଦେଶରେ ପ୍ରତିଦିନ କୋଟି କୋଟି ଲୋକ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ଏବେ ଭାରତୀୟ ରେଳ ବନ୍ଦେ ଭାରତ ଏବଂ ବହୁତ ଜଲଦି ବୁଲେଟ ଟ୍ରେନ ଜରିଆରେ ନିଜକୁ ଆହୁରି ବିସ୍ତାରିତ କରିବାକୁ ଚେଷ୍ଟା କରୁଛି ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

27 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

29 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago