ସ୍ପେଶାଲ

ଜାଣନ୍ତୁ କଣ ଏହି “ଜମତାରା ଗ୍ୟାଙ୍ଗ”, କେମିତି ଓ କେଉଁ ପର୍ଯ୍ୟନ୍ତ ଲମ୍ବେ ଏମାନଙ୍କ ଚେର

କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଉଭାହେଇଛି ଠକେଇର ନୂଆ ଫଣ୍ଡା । ଜୋରସୋର ମାତିଛନ୍ତି “ଜମତରା ଗ୍ୟାଙ୍ଗ” । ସକ୍ରିୟ ହୋଇଯାଇଛି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ । ନିଜକୁ SBI କର୍ମଚାରୀ ପରିଚୟ ଦେଇ ସାଇବର ଫ୍ରଡର ସାହାରା ନେଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏଭିତରେ ଅନେକଙ୍କ ମନକୁ ପ୍ରଶ୍ନ ଆସୁଥିବ ଏହି “ଜାମାତରା”ର ଅର୍ଥ କଣ । ସାଇବର ଧୋକା ବା ଜାଲିଆତିକୁ “ଜମତାରା”ର ନାଁ କାହିଁକି ଦିଆଯାଇଛି । କେଉଁ ଯାଏଁ ଲମ୍ବିଛି ଏହାର ଚେର । ତେବେ ଆସନ୍ତୁ ସେବିଷୟରେ ଜାଣିରଖିବା । ପ୍ରକୃତରେ “ଜମତାରା” ହେଉଛି ଝାରଖଣ୍ଡର ଏକ ଜିଲ୍ଲା । ମାତ୍ରାଧିକ ସାଇବର ଅପରାଧ କାରଣରୁ ଏହାକୁ ଭାରତର ସାଇବର କ୍ୟାପିଟାଲ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ସମୟରେ ହରିୟାଣାର ମେବାତ, ଉତ୍ତରପ୍ରଦେଶର ମଥୁରା, ରାଜସ୍ଥାନର ଭରତପୁରରେ ଏହି ଅପରାଧ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏବେ ମନକୁ ପ୍ରଶ୍ନ ଆସେ ଅପରାଧୀ ମାନେ ସିମାବର୍ତ୍ତୀ ଅଂଚଳ ମାନଙ୍କୁ କାହିଁକି ନିଜ ଅକ୍ତିଆରକୁ ନେଉଛନ୍ତି । ଏହା ପଛରେ ବି କେତେ ଗୁଡିଏ ବିଶେଷ କାରଣ ରହିଛି । ଆସନ୍ତୁ ସେଗୁଡିକ ଉପରେ ଏକ ନଜର ପକାଇବା । ସୀମାବର୍ତ୍ତୀ ଅଂଚଳରେ ବ୍ୟବହାର କରାଯାଉଥିବା ମୋବାଇଲ ବା ଅନ୍ୟ ଇଲେକ୍ଟ୍ରିନିକ୍ସ ଉପକରଣ ଖୁବ କମ ସମୟ ଭିତରେ ଅନ୍ୟ ରାଜ୍ୟର ସିଗ୍ନାଲ ଧରିନେଇଥାଏ । ଏହା ସହ ଗୋଟିଏ ରାଜ୍ୟର ଟାୱାର ରୁ ଅନ୍ୟ ରାଜ୍ୟର ଟାୱାରକୁ ସିଗ୍ନାଲ ମଧ୍ୟ ଖୁବ କମ ସମୟ ଭିତରେ ବଦଳି ଯାଇପାରେ । ଯାହାକି ସାଇବର ଅପରାଧୀଙ୍କୁ ସୁହାଇଥାଏ । ଯାହାଫଳରେ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ମୋବାଇଲ ଗୁଡିକୁ ଠାବ କରିବା ପୋଲିସ ତଥା ଅନ୍ୟ ଏଜେନ୍ସିଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇପଡେ । ଅନ୍ୟ ଭାଷାରେ କହିଲେ, ଏହି ସୀମାବର୍ତ୍ତୀ ତ୍ରିକୋଣ ଭୂମି ମୋବାଇଲ ନେଟୱର୍କ ପାଇଁ ଏକ ପ୍ରକାର “କଳା ଦାଗ” ସୃଷ୍ଟି କରିଥାଏ । ରିପୋର୍ଟ ଅନୁଯାୟୀ, ଗତ ଏକ ବର୍ଷ ଭିତରେ ଗୁରଗାଓଁରେ ହୋଇଥିବା ଅପରାଧର ପ୍ରାୟ ୮୦ ପ୍ରତିଶତ ଏହି ଅଂଚଳ ମାନଙ୍କରୁ ହିଁ ଆରମ୍ଭ ହୋଇଥିଲା ।

ସାଧାରଣତଃ ଏହି ଫ୍ରଡ଼ଷ୍ଟାର ମାନେ ଉତ୍ତରପୂର୍ବ ଭାରତ କିମ୍ବା ମାଓବାଦୀ ପ୍ରବଣ ରାଜ୍ୟ ମାନଙ୍କରୁ ଏକକାଳୀନ ବିପୁଳ ପରିମାଣର ମୋବାଇଲ ସିମକାର୍ଡ଼ କିଣିଥାନ୍ତି । ଯାହାଫଳରେ ଏମାନେ ଉପରୋକ୍ତ ତିନି ରାଜ୍ୟର ସ୍ଥାନୀୟ ବାସିନ୍ଦା କି ନୁହେଁ ଠାବ କରିବା କଷ୍ଟସାଧ୍ୟ ହୋଇପଡେ । ଆଉ ମଧ୍ୟ ଏହି ରାଜ୍ୟ ମାନଙ୍କୁ ସିମ କାର୍ଡ କିଣିବା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ସହଜ । ଗୋଟେ ସିମ କିଛି ଅପରାଧ ଘଟାଇବା ପରେ ସେମାନେ ସିମ ବଦଳେଇ ଦେଇଥାନ୍ତି । ଏହା ପରେ ଟଙ୍କା ଗରିବ ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ | ଆଉ ଏହା ବଦଳରେ ସେମାନଙ୍କୁ ମାସକୁ ମାସ ପାଉଣା ଦିଆଯାଏ । ଏହାବାଦ ପୋଲିସ ତଥା ଅନ୍ୟ ଏଜେନ୍ସି ମାନଙ୍କୁ ଭୁଆଁ ବୁଲାଇବା ପାଇଁ ଏକାଧିକ ପେମେଣ୍ଟ ସିଷ୍ଟମ ଓ ୱାଲେଟ ମାଧ୍ୟମରେ ଟଙ୍କା ଟ୍ରାନ୍ସ୍ଫର ହୋଇଥାଏ । କିଛି କିଛି ସ୍ଥାନରେ ଅପରାଧୀଙ୍କୁ ସ୍ଥାନୀୟ ଅଧିବାସୀଙ୍କ ସପୋର୍ଟ ମିଳିଥାଏ । ଏମିତିକି ସେମାନଙ୍କୁ ଗିରଫ କରିବା ସମୟରେ ପୋଲିସ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଠାରୁ ମାଡ ଖାଇବାକୁ ବି ପଡେ ।

 

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

5 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

11 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

24 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago