ମା’ ଙ୍କ ଏହି ମନ୍ଦିରକୁ ପଶି ପାରୁନାହାନ୍ତି ତାଲିବାନ ଆତଙ୍କୀ, ରହିଛି ଅନେକ ଚମତ୍କାରିତା

ନିକଟ ଅତୀତରେ ତାଲିବାନ ସମ୍ପୂର୍ଣ୍ଣ ରୂପେ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇସାରିଛି । ସେଠାକାର ଅବସ୍ଥା ବାବଦରେ ପୁରା ଦୁନିଆକୁ ଜଣା । ତାଲିବାନ ଆକ୍ରମଣରେ ଯେ କେବଳ ଆଫଗାନିସ୍ତାନବାସୀ ଆତଙ୍କିତ ତାହା ନୁହେଁ ସେଠାକାର ଧାର୍ମିକ ଅନୁଷ୍ଠାନ ଗୁଡିକୁ ବି ଏଦୃଷ୍ଟିରୁ ଅନେକ ବିପଦ ରହିଛି । କାରଣ ପୂର୍ବରୁ ବି ତାଲିବାନ ହିନ୍ଦୁ ତଥା ଶିଖ ସଂଗଠନ ପ୍ରତି ଅନେକ ଥର ଆକ୍ରମଣ କରିସାରିଛି । ଆଜିର ଦଶହରା ଅବସରରେ ଆମେ ଆପଣଙ୍କୁ ଆଫଗାନିସ୍ଥାନର ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଆତଙ୍କର ସାୟା ତଳେ ଥିଲେ ମଧ୍ୟ ତାର ଅନନ୍ୟ ଚମତ୍କାରିତା କାରଣରୁ ଅନେକ ପ୍ରସିଦ୍ଧି ଲାଭ କରିଛି । ଏହି ମନ୍ଦିରଟି ଆଫଗାନିସ୍ତାନର ରାଜଧାନୀ କାବୁଲର ଆଶାପାହାଡି ଠାରେ ଅବସ୍ଥିତ । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତରେ ଜାଣିବା:

ଆଶା ପାହାଡି ଠାରେ ଅବସ୍ଥିତ ମା’ଙ୍କର ଏହି ମନ୍ଦିରକୁ ଆଶାମାଇ ନାଁରେ ବି ଜଣାଯାଏ । ଏହା ଏକ ପ୍ରାଚୀନ ଶକ୍ତିପୀଠ ମଧ୍ୟ । ସେଠାକାର ବାସିନ୍ଦାଙ୍କର ବିଶ୍ୱାସ ରହିଛି ଯେ ମା’ ଭକ୍ତ ମାନଙ୍କର ସମସ୍ତ ମନୋସ୍କାମନା ପୁରଣ କରିଥାନ୍ତି । ଯିଏ ମନରେ ଅଗାଢ ବିଶ୍ବସ ରଖି ମାଁଙ୍କ ଆରାଧନା କରନ୍ତି ସେ ନିଶ୍ଚିତ ରୂପେ ତା ଡ଼ାକ ଶୁଣନ୍ତି । ସନ୍ତାନ ପ୍ରାପ୍ତି, ଧନ- ଧାନ୍ୟ, ସୁଖ ସମୃଦ୍ଧି ଆଶାରେ ଅସଂଖ୍ୟ ଭକ୍ତ ଏଠାକୁ ଆସିଥାନ୍ତି । ଆଉ ବିଶେଷ କରି ଏହି କାରଣରୁ ହିଁ ତାଙ୍କୁ ଆଶା ମାଇ ନାଁରେ ଜଣାଯାଏ । ମାଙ୍କ ନାଁ ଅନୁସାରେ ହିଁ ପାହାଡର ନାଁ ଆଶା ପାହାଡି ରଖାଯାଇଛି । ଯଦି ବା ଭାରତ ଭଳି ଏଠିକା ମନ୍ଦିରରେ ସେତେଟା ଭିଡ ହୁଏ ନାହିଁ କିନ୍ତୁ ଭକ୍ତ ମାନଙ୍କ ହୃଦୟରେ ମା’ଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।

ମା’ ଆଶା ମାଇଙ୍କ ମନ୍ଦିରରେ ମା’ ଶକ୍ତିଙ୍କ ବ୍ୟତୀତ ଅନ୍ୟ ଦେବାଦେବୀଙ୍କ ପ୍ରତିମା ବି ସ୍ଥାପନ କରାଯାଇଛି । ଏହାର ଠିକ ନିକଟରେ ଥିବା ଶିଳାକୁ ପଂଜସୀର ଯୋଗୀ ନାଁରେ ପ୍ରସିଦ୍ଧି ଲାଭ କରିଛି । ଏହି ଶିଳାକୁ ନେଇ ଏକ ଲୋକକଥା ବି ରହିଛି । ଆଜକୁ ପ୍ରାୟ ୧୫୨ ବର୍ଷ ପୂର୍ବେ ଜଣେ ଯୋଗୀ ଏହି ପାହାଡ ଉପରେ ପୂଜା- ପାଠ, ତପସ୍ୟା ଆଦି କରୁଥିଲେ । କିନ୍ତୁ ଆଖପାଖର ଲୋକେ ତାଙ୍କ ପୂଜାରେ ବାରମ୍ବାର ବିଘ୍ନ ଘଟାଇବା ସହ ତାଙ୍କୁ ଅନେକ ହଇରାଣ କରୁଥିଲେ । କିନ୍ତୁ ଏସବୁ ଆଦୌ ଖାତିର କରୁନଥିଲେ ଯୋଗୀ ଜଣଙ୍କ । ନିଜେ ମନ ଧ୍ୟାନ ଦେଇ ସେମିତି ପୂଜା କରୁଥାନ୍ତି ।

ଦିନେ ଏକ ଅଦ୍ଭୁତ ଚମତ୍କାର ଘଟଣା ଘଟିଲା । ତପସ୍ୟା କରୁ କରୁ ଯୋଗୀ ଏକ ଶିଳାରେ ପରିଣତ ହୋଇଥିଲେ ମା’ ଶକ୍ତିଙ୍କ ଚରଣରେ ସମାହିତ ହୋଇଗଲେ । ଆଉ ସେବେଠାରୁ ହିଁ ସେହି ଶିଳା ଖଣ୍ଡ ମା’ ଙ୍କ ନାଁରେ ହିଁ ନାମିତ ହୋଇଛି । ଆଉ ସବୁଠୁ ବିଶେଷ କଥା ହେଉଛି ମନ୍ଦିରର ଚମତ୍କାରିତାକୁ ଡରି ଆତଙ୍କୀ ମାନେ ବି ଏହା ଉପରେ ଆକ୍ରମଣ କରିବାକୁ ଡରୁଛନ୍ତି ।

Leave A Reply

Your email address will not be published.