ବଜରଙ୍ଗବଲୀ ବାନର ଥିଲେ ନା କିଛି ଅଲଗା, କଣ ଆଜି ବି ରହିଛନ୍ତି ଏଭଳି ମନୁଷ୍ୟ

ଭଗବାନ ରାମଙ୍କୁ ୧୪ ବର୍ଷ ବନବାସ ହେବା ସମୟରେ ରାମଚନ୍ଦ୍ର ଦେଶର ସମସ୍ତ ବନରେ ରହୁଥିବା ଲୋକଙ୍କୁ ଏକାଠି କରିବା ଏବଂ ଶିକ୍ଷିତ କରିବାର କାର୍ଯ୍ୟ କରିଥିଲେ। ଭଗବାନ ରାମଙ୍କ ସେନାରେ ଆଦିବାସୀ, ଭୀଲ, ବାନର, ଭାଲୁ ସମସ୍ତେ ଥିଲେ। ଓରାଙ୍ଗ ଆଦିବାସୀଙ୍କ ସହ ସମ୍ବନ୍ଧ ଲୋକମାନଙ୍କ ଦ୍ୱାରା କୁହାଯାଉଥିବା କୁରୁଖ ଭାଷାରେ ‘ଟିଗ୍ଗା’ ଏକ ଗୋତ୍ର, ଯାହାର ଅର୍ଥ ବାନର। କଓ୍ଵାର ଆଦିବାସୀଙ୍କ ମଧ୍ୟରେ ଏକ ଗୋତ୍ର ରହିଛି, ଯାହାକୁ ହନୁମାନ କୁହାଯାଇଥାଏ। ଏହିପ୍ରକାର ଗିଦ୍ଧ ଅନେକ ଅନୁସୂଚିତ ଜନଜାତି ମଧ୍ୟରେ ଏକ ଗୋତ୍ର।

ପ୍ରାଚୀନ କାଳର ଜାତି:

monkeyପ୍ରାଚୀନ ।କଳରେ ଲୋକମାନେ ହିମାଚଳର ଆଖପାଖରେ ରହୁଥିଲେ। ବେଦ ଏବଂ ମହାଭାରତ ପଢିବା ପରେ ଆମେ ଜାଣିବାକୁ ପାଇଥିଲୁ ପୁରାତନ ଯୁଗରେ ପ୍ରମୁଖ ରୂପେ ଦେବ, ଦୈତ୍ୟ, ଦାନବ, ରାକ୍ଷସ, ଯକ୍ଷ, ଗନ୍ଧର୍ବ, ଭଲ୍ଲ, ଭସୁ, ଅପ୍ସରା, ପିଶାଚ, ସିଦ୍‌ଧ, ମରୁଦଗଣ, କିନ୍ନର, ଚାରଣ, ଭାଟ, କିରାତ, ରୀଛ, ନାଗ, ବିଦ୍ୟାଧର, ମାନବ, ବାନର ଆଦି ଏହି ସବୁ ଜାତି ରହିଥିଲା।

ମାନବ ଠାରୁ ଭିନ୍ନ ଥିଲେ ବାନର:

ooବାନରର ଶଦ୍ୱିକ ଅର୍ଥ ହେଉଛି ‘ବନରେ ରହୁଥିବା ମଣିଷ’। କିନ୍ତୁ ମାନବ ଠାରୁ ଭିନ୍ନ। କାରଣ ବନରେ ଏଭଳି ମଣିଷ ରହିଥାନ୍ତି ଯାହାର ପୂଛ ବାହାରିଥାଏ। ସୌଧକର୍ତ୍ତାଙ୍କ କହିବାନୁଯାୟୀ ଆଜିଠାରୁ ୯ଲକ୍ଷ ବର୍ଷ ପୂର୍ବେ ଏଭଳି ଏକ ବିଲକ୍ଷଣ ବାନର ଜାତି ଭାରତ ବର୍ଷରେ ବିଦ୍ୟମାନ ଥିଲେ, ଯାହା ଆଜିଠାରୁ ୧୫ ରୁ ୧୨ ହଜାର ବର୍ଷ ପୂର୍ବରୁ ଲୁପ୍ତ ହେବାରେ ଲାଗିଥିଲା। ଏହି ଜାତିର ନାମ କପି ଥିଲା। ହନୁମାନଙ୍କ ଜନ୍ମ କପି ନାମକ ବାନର ଜାତିରେ ହୋଇଥିଲା।

ଏବେ କେଉଁଠି ଅଛନ୍ତି ବାନର:

Apesବାସ୍ତବରେ ଆଜିଠାରୁ ଠିକ୍‌ ୯ଲକ୍ଷ ବର୍ଷ ପୂର୍ବରୁ ମାନବଙ୍କର ଏଭଳି ଏକ ଜାତି ଥିଲା, ଯାହା ମୁଖ ଏବଂ ପୂଛରୁ ବାନର ସମାନ ଦେଖାଯାଉଥିଲେ। କିନ୍ତୁ ସେହି ଜାତିର ବୁଦ୍ଧିମତା ଏବଂ ଶକ୍ତି ମାନବ ଠାରୁ ଅଧିକ ରହିଥିଲା। ଏବେ ସେହି ଭାରତରେ ଲୁପ୍ତ ହୋଇଯାଇଛି କିନ୍ତୁ ବାଳୀ ଦ୍ୱୀପରେ ବର୍ତ୍ତମାନ ମଧ୍ୟ ପୂଛଧାରୀ ଜଙ୍ଗଲୀ ମନୁଷ୍ୟଙ୍କ ଅସ୍ତିତ୍ୱ ବିଦ୍ୟମାନ ରହିଛି। ଯାହାର ପୂଛ ପ୍ରାୟ ୬ଇଞ୍ଚ।

କଣ ସତରେ ବାନର ଥିଲେ ଭଗବାନ ହନୁମାନ:

Hanuman-ରାମାୟଣ ଗ୍ରନ୍ଥରେ ଉଲ୍ଲେଖ ଥିବା ହନୁମାନ ଏବଂ ତାଙ୍କର ସଜାତୀୟ ବାନ୍ଧବ ସୁଗ୍ରୀବ ଅଂଗଦାଦିଙ୍କ ସହ ‘ବାନର, କପି, ସାଖାମୃଗ, ପ୍ଲଓ୍ଵଂଗମ’ ଆଦି ବିଶେଷଣ ପଢି ତାଙ୍କର ମାଙ୍କଡ ପ୍ରଜାତିର ହେବାର ଉଦାହରଣ ଦେଇଥାନ୍ତି। ହନୁମାନ ଯେତେବେଳେ ମାନବ ନଥିଲେ ସେହି ସମୟରେ ସେ ମାନବର କୌଣସି ବି ଜାତି ସହ ସମ୍ବନ୍ଧ ରଖୁନଥିଲେ।

ଆଦିମ ଜାତି ଉପରେ ଅନୁସନ୍ଧାନ:

ramପୃଥ୍ଵୀରେ ଆଦିମ କାଳରେ ଚାରଟି ମାନବ ପ୍ରଜାତିର ଅସ୍ତିତ୍ୱ ରହିଥିଲା। ସେହି ସମୟରେ ଆଧୁନିକ ମଣିଷର ଠିକଣା ମଧ୍ୟ ମିଳିନଥିଲା। ୟୁରୋପରେ ମିଳିଥିବା ଏହି ଅବଶୋଷକୁ ନିଏଣ୍ଡରଥଳ କୁହାଯାଉଥିଲା ଏବଂ ଏସିଆରେ ରହୁଥିବା ଆସଦିମ ମଣିଷକୁ ଡେନିସେସାଭାଂସ କୁହାଯାଉଥିଲା। ଏହି ଆଦିମ ମଣିଷର ଠିକଣା ପ୍ରଥମେ ୧୯୭୬ ମସିହାରେ ସୁଜିୟାଓର ଗୁମ୍ଫାରେ ମିଳିଥିଲା। ଏଥିରେ କିଛି ଖପୁରୀ ର ଟୁକୁଡା ଏବଂ ଚାରଟି ଲେକାଙ୍କର ୯ଟି ଦାନ୍ତର ଜୀବାସ୍ମ ମିଳିଥିଲା। ଏହାର ସମ୍ପୂର୍ଣ୍ଣ ବିବରଣ ଆମେରିକୀ ଫିଜିକାଲ ଏଂଥ୍ରାପୋଲଜୀ ଜର୍ନଲରେ ପ୍ରକାଶ ପାଇଛି। ଏହା ବିଚିତ୍ର କିସ୍ମର ଜୀବାସ୍ମ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମାନବ ପ୍ରଜାତିର ଜୀବାସ୍ମ ସହ ମେଳ ଖାଇନାହିଁ। କେବଳ ଏତିକି ନୁହେଁ ଏହି ଜୀବାସ୍ମ କୌଣସି ଆଧୁନିକ ମାନବ ପ୍ରଜାତିର ଦାନ୍ତ ସହ ମିଶୁନଥିବା ପ୍ରମାଣିତ ହୋଇଛି। ପ୍ରାଚୀନ କାଳରେ ଦୁଇଟି ଭିନ୍ନ-ଭିନ୍ନ ପ୍ରଜାତିର ମେଳରୁ ବିଚିତ୍ର କିସ୍ମର ଜୀବ-ଜନ୍ତୁ ଏବଂ ମାନବ ଜନ୍ମ ହୋଇଥିବା ପ୍ରମାଣ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.