ଜାଣନ୍ତୁ ବର୍ତ୍ତମାନ ସମୟରେ କଣ କରୁଛନ୍ତି  ‘ମହାଭାରତ’ ସିରିଏଲର କୃଷ୍ଣ ନୀତିଶ ଭରଦ୍ଵାଜ

ଭାରତର ବିଭିନ୍ନ ବିଭିନ୍ନ ଲୋକପ୍ରିୟ ସିରିଏଲ ଗୁଡ଼ିକ ଭିତରେ ମହାଭାରତ ଅନ୍ୟତମ ।  ବର୍ତ୍ତମାନର ଲକ ଡାଉନ କାରଣରୁ ଘରେ ବସି ବୋର ନହେବା ପାଇଁ ଦୀର୍ଘ ୩୨ ବ ର୍ଷର ବ୍ୟବଧାନ ପରେ ପୁଣି ଥରେ ଏହାକୁ ଡ଼ିଡ଼ି ଭାରତୀ ଚ୍ୟାନେଲରେ ଟେଲିକାଷ୍ଟ କରାଯାଇଛି ।  ନିଜ ପ୍ରଶଂସକ ମାନଙ୍କ ସହ ଯୋଡ଼ି ରହିବା ପାଇଁ ନୀତିଶ ଏକା ସାଙ୍ଗରେ ତିନି ତିନିଟି ସୋସିଆଲ ମିଡ଼ିଆରେ ଡେବ୍ୟୁ କରିବେ ବୋଲି ସ୍ଥିର କରିଛନ୍ତି ।  ଏବେ ଦେଶ ତଥା ଦେଶ ବାହାରର ପ୍ରଶଂସକ ତାଙ୍କ ସହ ଇନ୍ଷ୍ଟଗ୍ରାମ, ଟ୍ୱିଟର, ୟୁଟ୍ୟୁବ ଆଦି ସହ ଯୋଡ଼ି ହୋଇ ରହିପାରିବେ ।

ଖାଲି ସେତିକି ନୁହେଁ ମହାଭାରତ ସହ ଜଡ଼ିତ ଅନେକ ରୋଚକ ତଥ୍ୟ ବି ନୀତିଶ ବିଭିନ୍ନ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ।  ତେବେ ତାଙ୍କ ସହ ଜଡ଼ିତ ଅନେକ ରୋଚକ ତଥ୍ୟ ହୁଏତ ଅନେକ ଜାଣି ନଥିବେ ।  ପ୍ରକୃତରେ ନୀତିଶ ଅଭିନୟ ଜଗତକୁ ଆସିବା ପୂର୍ବରୁ ଜଣେ ଘୋଡ଼ା ଡ଼ାକ୍ତର ଥିଲେ ।  ପଶୁ ପକ୍ଷୀଙ୍କ ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିଲା ।  କିଛି ଦିନ ସେ ଆସିଷ୍ଟାଣ୍ଟ ଭେଟେରିଆନ ଭାବରେ କାମ ବି କରିଥିଲେ । କିନ୍ତୁ ମନ ନଲାଗିବାରୁ ଏହି ଚାକିରୀ ଛାଡ଼ି ଦେଇଥିଲେ ।  ନିଜ କଲେଜ କ୍ୟାରିୟର ସମୟରେ ନୀତିଶ ଏକ ଥିଏଟର ଗୃପରେ ଜଏନ କରିଥିଲେ ।

nitish n

ଅବଶ୍ୟ ଏହି ନିଷ୍ପତ୍ତି କାରଣରୁ ତାଙ୍କୁ ଅନେକ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା ।  ପ୍ରଥମେ ଏକ ମରାଠୀ ଥିଏଟର ଗୃପରୁ କାମ ଆରମ୍ଭ କରିଥିବା ବେଳେ ପରେ ବିଭିନ୍ନ ହିନ୍ଦୀ ସିରିଏଲରେ ଅଭିନୟ କରି ଲୋକ ଲୋଚନକୁ ଆସି ପାରିଥିଲେ । ୧୯୮୭ ମସିହାରେ ନୀତିଶ ଦୁଇଟି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ପ୍ରଥମେ ତ ନୀତିଶ ବିଆର ଚୋପ୍ରା ନିର୍ଦ୍ଦେଶିତ ମହାଭାରତରେ ବିଦୂର ଭୂମିକା ନିଭାଇବାକୁ ଅଡିସନ ଦେବାକୁ ଆସିଥିଲେ । କିନ୍ତୁ ପରେ ରବି ଚୋପ୍ରା ତାଙ୍କୁ କୃଷ୍ଣ ଭୂମିକାରେ ଅଭିନୟ ପାଇଁ ଅଫର କରିଥିଲେ ।  ସେବେଠାରୁ ହିଁ ନୀତିଶଙ୍କ ଜୟ ଯାତ୍ରାର ଶୁଭାରମ୍ଭ ହୋଇଥିଲା ।

ଆଜକୁ ୨୩ ବର୍ଷ ପୂର୍ବେ ବିହାରର ଜାମସେଦପୁର ଆସନରୁ ସାଂସଦ ଭାବେ ଚୟନ ହୋଇଥିଲେ କିନ୍ତୁ ପରେ ମାତ୍ର ୧୮ ମାସ ପରେ ତାଙ୍କ ସାଂସଦ ପଦ ହଟି ଯାଇଥିଲା ।  ପରେ ଭାରତୀୟ ଜନତା ପାର୍ଟିରୁ ମଧ୍ୟପ୍ରଦେଶର ରାଜଗଡ଼ରୁ ନିର୍ବାଚନ ଲଢ଼ି ଜିତିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.