ଜାଣନ୍ତିକି ଭାରତରେ ହିଁ ଜନ୍ମ ନେବେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ‘କଳ୍କୀ’

ଭଗବାନଙ୍କର ସମୁଦାୟ ୧୦ ଅବତାର ଭିତରୁ କଳ୍କୀ ଅବତାର ଅନ୍ୟତମ । କଳ୍କୀ ପୁରାଣ ଅନୁଯାୟୀ, ଏହି ଭଗବାନଙ୍କ ଜନ୍ମ ଶ୍ରବଣ ମାସ ଶୁକ୍ଳ ପକ୍ଷ ସନ୍ଧ୍ୟା ବ୍ୟାପିନୀ ତିଥିରେ ହିଁ ହେବ । ଚଳିତ ବର୍ଷ ଏହି ତିଥି ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ହିଁ ପଡୁଛି । ଏମିତିରେ ବି ଚଳିତ ବର୍ଷ ନାଗ ପଞ୍ଚମୀ ଓ ଶ୍ରାବଣ ମାସ ସୋମବାର ବ୍ରତ ଏକା ବା ସମାନ ଦିନରେ ହିଁ ପଡୁଛି । ଶ୍ରୀମଦ ଭାଗବତ ପୁରାଣ ଓ କଳ୍କୀ ପୁରାଣ ଅନୁଯାୟୀ, କଳ୍କୀ ଅବତାରଙ୍କ ଜନ୍ମ କଳିଯୁଗର ସମାପ୍ତି ଓ ସତ୍ୟ ଯୁଗ ଆରମ୍ଭର ସନ୍ଧି କାଳରେ ହିଁ ହେବ । ତେବେ ଭଗବାନଙ୍କ ଏହି ଶେଷ ଅବତାର ବିଷୟରେ କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା ।

kalki

୧. ଆମ ଦେଶ ଭାରତରେ ଭଗବାନଙ୍କ ଏହି ଅବତାରର ଅନେକ ଗୁଡିଏ ମନ୍ଦିର ଅଛି । ହୁଏତ ଭଗବାନ ବିଷ୍ଣୁଙ୍କ ଏହା ହେଉଛି ପ୍ରଥମ ଅବତାର ଯାହାର ଜନ୍ମ ଆଗରୁ ହିଁ ତାଙ୍କର ପୂଜା କରାଯାଉଛି । ପୌରାଣିକ କଥା ଅନୁଯାୟୀ କଳିଯୁଗରେ ପାପର ଅତି ମାତ୍ରାରେ ବଢିଲେ ଦୁଷ୍ଟ ମାନଙ୍କ ବିନାଶ ପାଇଁ କଳ୍କୀ ଅବତାରଙ୍କ ଜନ୍ମ ହେବ । ଏହି ଅବତାର ପାପୀ ମାନଙ୍କ ସଂହାର କରିବା ସହ ସାଧୁ ସନ୍ଥ ମାନଙ୍କୁ ବି ସୁରକ୍ଷା ଦେବେ ।

୨. ପୂରାଣ ଅନୁଯାୟୀ ଉତ୍ତର ପ୍ରଦେଶ ରାଜ୍ୟର ମୁରାଦାବାଦ ନିକଟବର୍ତ୍ତୀ ସମ୍ଭାଳ ନାମକ ଏକ ଗାଁରେ ହିଁ ଭଗବାନଙ୍କ ଦଶମ ଅବତାରର ଜନ୍ମ ହେବ । ତାଙ୍କସମସ୍ତ ଭାଇ ମଧ୍ୟ ଦେବତା ମାନଙ୍କ ଅବତାର ନେବା ସହ ସଂସାରରେ ଧର୍ମ ସ୍ଥାପନାରେ ପ୍ରମୁଖ ଭୂମିକା ନେବେ ।

୩. ଆଉ ସବୁଠୁ ରୋଚକ କଥା ହେଉଛି ଭଗବାନଙ୍କ ଏହି ଅବତାରକୁ ନିଷ୍କଳଙ୍କ ଭଗବାନଙ୍କ ନାମରେ ହିଁ ପୂରା ବିଶ୍ୱରେ ପୂଜା କରାଯିବ । ବିଷ୍ଣୁ ପୁରାଣରେ ଭଗବାନଙ୍କ ସମସ୍ତ ଅବତାର ବିଷୟରେ ବିସ୍ତାରିତ ଭାବେ ବର୍ଣ୍ଣନା ଅଛି ।

kalki

୪. କଳ୍କୀ ଅବତାରଙ୍କ ପିତା ଭଗବାନ ବିଷ୍ଣୁଙ୍କ ଜଣେ ପରମ ଭକ୍ତ ନିଶ୍ଚିତ ରୂପେ ହୋଇଥିବେ । ଏହା ସହ ବିଭିନ୍ନ ବେଦ ପୁରାଣ ଆଦିରେ ତାଙ୍କର ଗଭୀର ଜ୍ଞାନ ଥିବ | ତାଙ୍କ ପିତାଙ୍କ ନାମ ବିଷ୍ଣୁଯଶ ହେବା ସହ ମାତାଙ୍କ ନାମ ସୁମତି ହେବ । ରାମ ଅବତାରଙ୍କ ଭଳି କଳ୍କୀ ଅବତାରରେ ବି ଚାରି ଭାଇ ଜନ୍ମ ନେବେ । ସେମାନଙ୍କ ନାମ ଯଥାକ୍ରମେ ସୁମନ୍ତ, ପ୍ରାଜ୍ଞ , କବି ରଖାଯିବ । ଏହି ଭାଇ ମାନଙ୍କ ସହ ମିଶି ହିଁ ସୃଷ୍ଟିରେ ଭଗବାନ ଧର୍ମର ସ୍ଥାପନା କରିବେ ।

୫. ଭଗବାନ କଳ୍କୀଙ୍କର ଯଂଜ୍ଞବଲ୍କ୍ୟ ନାମକ ବ୍ୟକ୍ତି ପୁରୋହିତ ରହିବା ସହ ପର୍ଶୁରାମ ଗୁରୁ ରହିବେ । ଯେବେକି ପ୍ରଥମ ପତ୍ନୀ ଲକ୍ଷ୍ମୀ ରୁପି ପଦ୍ମା ରହିବା ସହ ଦ୍ଵିତୀୟ ପତ୍ନୀ ବୈଷ୍ଣବୀ ଶକ୍ତି ରୁପି ରମା ରହିବେ । ରାମ ଅବତାର ରୁ ଭଗବାନଙ୍କୁ ବିବାହ କରିବା ପାଇଁ ତପସ୍ୟା କରୁଥିବା ମାତା ବୈଷ୍ଣବୀଙ୍କ ମନୋବାଞ୍ଛା ବି ଏହି ଅବତାରରେ ହିଁ ପୂର୍ଣ୍ଣ ହେବ ।

୬. ଏହି ଦିନ ସ୍ନାନ ଆଦି କର୍ମ ସାରି ସର୍ବ ପ୍ରଥମେ ବ୍ରତ ପାଇଁ ସଂକଳ୍ପ ନିଅନ୍ତୁ । ଭଗବାନ କଳ୍କୀଙ୍କ ଅବତାରକୁ ଗଙ୍ଗା ଜଳରେ ଭଲ ଭାବେ ସ୍ନାନ କରାନ୍ତୁ ।ପରେ ଏହି ମୂର୍ତ୍ତି ଟିକୁ ଏକ ସ୍ଥାନରେ ଲାଲ କପଡା ବିଛାଇ ସ୍ଥାପିତ କରନ୍ତୁ । ଏହା ପରେ ଧୂପ, ଦୀପ, ନୈବେଦ୍ୟ, ପୁଷ୍ପ, ଧୂପ ଆଦି ଦେଇ ଧ୍ୟାନର ସହ ପୂଜା କରନ୍ତୁ । ପୂଜା ଶେଷ ହେବା ପରେ ପରିବାରର ସୁଖ ଶାନ୍ତି କାମନା କରି ଧ୍ୟାନର ସହ କିଛି ସମୟ ପ୍ରାର୍ଥନା କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.