ବିଷ୍ଣୁଙ୍କ ନିବାସ ସ୍ଥଳୀ ବୈକୁଣ୍ଠ ଧାମ କେଉଁଠି ଏବଂ କ’ଣ ରହିଛି ଏହାର ରହସ୍ଯ ଜାଣନ୍ତୁ

ବୈକୁଣ୍ଠର ଶବ୍ଦର ଅର୍ଥ ହେଉଛି, ଯେଉଁଠାରେ କୁଣ୍ଠା ନଥାଏ। କୁଣ୍ଠା ଅର୍ଥାତ ନିଷ୍କ୍ରିୟତା, ଅକର୍ମଣ୍ଯତା, ନିରାଶା, ହତାଶା, ଆଳସ୍ଯ ଏବଂ ଦରିଦ୍ର୍ୟ। ବୈକୁଣ୍ଠ ଧାମ ଏଭଳି ସ୍ଥାନ, ଯେଉଁଠାରେ ଏସବୁ ନଥାଏ। କୁହାଯାଏ କି ମୃତ୍ୟୁ ପରେ ପୁଣ୍ଯ କର୍ମ କରୁଥିବା ଲୋକ ସ୍ବର୍ଗ ଏବଂ ବୈକୁଣ୍ଠ ଯାଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ବୈକୁଣ୍ଠ ଧାମ କେଉଁଠି ଏବଂ ଏହା କିପରି ହୋଇଥାଏ।

ବୈକୁଣ୍ଠ ଧାମ କେଉଁଠି?
ହିନ୍ଦୁ ଧର୍ମ ଅନୁସାରେ କୈଳାସ ପର୍ବତ ଉପରେ ମହାଦେବ, ବ୍ରହ୍ମଲୋକରେ ବ୍ରହ୍ମଦେବ ବିରାଜମାନ କରିଛନ୍ତି। ଠିକ୍ ସେହିଭଳି ଭଗବାନ ବିଷ୍ଣୁଙ୍କ ନିବାସ ସ୍ଥଳୀ ବୈକୁଣ୍ଠରେ ବୋଲି କୁହାଯାଏ। ବୈକୁଣ୍ଠ ଲୋକର ସ୍ଥିତି ତିନଟି ସ୍ଥାନରେ ବୋଲି ଉଲ୍ଲେଖ କରାଯାଇଛି। ସେଗୁଡିକୁ ହେଉଛି ଧରିତ୍ରୀ, ସମୁଦ୍ର ଏବଂ ସ୍ବର୍ଗ। ବୈକୁଣ୍ଠକୁ ବିଷ୍ଣୁ ଲୋକ ଏବଂ ବୈକୁଣ୍ଠ ସାଗର ମଧ୍ଯ କୁହାଯାଇଥାଏ। ସେହିପରି ପ୍ରଭୁ ନାରାୟଣ ଓ ଲକ୍ଷ୍ମୀଙ୍କ ବିଜେ ସ୍ଥଳୀକୁ ଗୋଲକ ଧାମ ମଧ୍ଯ କୁହାଯାଏ। କାରଣ ଭଗବାନ ବିଷ୍ଣୁଙ୍କୁ ଗୋଲକ ବିହାରୀ ଭାବରେ ସମସ୍ତେ ଜାଣନ୍ତି । ସେହି ଅନୁସାରେ ତାଙ୍କ ସ୍ଥଳୀକୁ ଗୋଲକଧାମ ବୋଲି କୁହାଯାଏ ।

ପ୍ରଥମ ବୈକୁଣ୍ଠ ଧାମ:
ଧରିତ୍ରୀରେ ବଦ୍ରିନାଥ, ଜଗନ୍ନାଥ ଏବଂ ଦ୍ବାରିକାପୁରୀକୁ ମଧ୍ଯ ବୈକୁଣ୍ଠ ଧାମ କୁହାଯାଇଥାଏ। ଚାରି ଧାମ ମଧ୍ଯରୁ ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ପବିତ୍ର ତୀର୍ଥକ୍ଷେତ୍ର ହେଉଛି ବଦ୍ରିନାଥ। ବଦ୍ରିଦାଥ ବ୍ଯତୀତ ଦ୍ବାରିକା ଏବଂ ଜଗନ୍ନାଥ ଧାମକୁ ବି ବୈକୁଣ୍ଠ ଧାମ କୁହାଯାଇଥାଏ। କଥା ଅନୁସାରେ ସତ୍ଯଯୁଗରେ ବଦ୍ରିନାଥ ଧାମର ସ୍ଥାପନା ସ୍ୱୟଂ ପ୍ରଭୁ ନାରାୟଣ ହିଁ କରିଥିଲେ।

ଦ୍ବିତୀୟ ବୈକୁଣ୍ଠ ଧାମ:
ଦ୍ବିତୀୟ ବୈକୁଣ୍ଠ ଧାମ ପୃଥିବୀ ବାହାରେ ଥିବା କୁହାଯାଏ। ଏହା ବ୍ରହ୍ମାଣ୍ଡ ବାହାରେ ଏବଂ ତିନି ଲୋକ ଉପରେ ରହିଛି । ଏହି ଧାମ ଦୃଶ୍ୟମାନ ହେଉଥିବା ପ୍ରକୃତି ଠାରୁ ୩ଗୁଣା ବଡ। ଏହାର ଦେଖାଶୁଣା ପାଇଁ ଭଗବାନଙ୍କର ୯୬ କୋଟି ଭକ୍ତ ନିଯୁକ୍ତ ରହିଛନ୍ତି। ଆମ ପ୍ରକୃତିରୁ ମୁକ୍ତି ପାଉଥିବା ପ୍ରତ୍ଯେକ ଜୀବାତ୍ମା ଏହି ପରମଧାମରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ସହ ପ୍ରବିଷ୍ଟ ହୋଇଥାନ୍ତି। ସେଠାରୁ ସେହି ଜୀବାତ୍ମା କେବେ ବି ପୁଣିଥରେ ଫେରି ନଥାନ୍ତି। ଏଠାରେ ଭଗବାନ ଶ୍ରୀବିଷ୍ଣୁ ୪ ପାଟରାଣୀ ଶ୍ରୀଦେବୀ, ଭୂବେଦୀ, ନୀଳା ଏବଂ ମହାଲକ୍ଷ୍ମୀଙ୍କ ସହ ବାସ କରିଥାନ୍ତି।

ତୃତୀୟ ବୈକୁଣ୍ଠ ଧାମ:
ଭଗବାନ ଶ୍ରୀକୃଷ୍ଣ ଦ୍ବାରିକା ପରେ ଅନ୍ଯ ଏକ ନଗର ସ୍ଥାପନା କରିଥିଲେ, ଯାହାକୁ ବୈକୁଣ୍ଠ ଧାମ କୁହାଯାଉଥିଲା। କିଛି ଇତିହାସକାରଙ୍କ ମୁତାବକ ଅରାବଳି ପାହାଡ ଉପରେ ଅନେକ ବୈକୁଣ୍ଠ ଧାମ ଅବସ୍ଥିତ। ଯେଉଁଠାରେ ମଣିଷ ନୁହେଁ ବରଂ ସାଧକମାନେ ମଧ୍ଯ ରହିଥାନ୍ତି। ଭାରତର ଭୌଗୋଳିକ ସଂରଚନାରେ ଅରାବଳି ହେଉଛି ପ୍ରାଚୀନତମ ପର୍ବତମାଳା। ଏମିତିକି ଭୂ-ଶାସ୍ତ୍ର ଅନୁଯାୟୀ ଏହା ହେଉଛି ଭାରତର ସବୁଠାରୁ ପ୍ରାଚୀନ ପର୍ବତମାଳା । ବିଶ୍ୱାସ ରହିଛି କି ଏଠାରେ ଶ୍ରୀକୃଷ୍ଣ ବୈକୁଣ୍ଠ ନଗର ସ୍ଥାପନା କରିଥିଲେ। ଏହି ପର୍ବତମାଳା ରାଜସ୍ଥାନର ଦକ୍ଷିଣ-ପଶ୍ଚିମ ଦିଗରୁ ଯାଇଥିବା ଐଶ୍ଯାନ କୋଣରୁ ପାଖାପାଖି ଦିଲ୍ଲୀ ପର୍ଯ୍ଯନ୍ତ ଲମ୍ବି ରହିଛି।

କୁହାଯାଏ କି କୌଣସି ଜୀବାତ୍ମା ତାର ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ପାଇଁ ଯୋଗ୍ୟ କି ନାହିଁ ଦେଖାଯାଏ । ଯଦି ସେ ଅତ୍ୟନ୍ତ ବିଷ୍ଣୁଭକ୍ତ ହୋଇଥିବା ତେବେ ବୈକୁଣ୍ଠ ପ୍ରପ୍ତି ପଥରେ କିଛି ବାଧାବିଘ୍ନ ସୃଷ୍ଟି ହୁଏ । ଏମିତିକି ତାକୁ ପୂରା ୩୩ କୋଟି ଦେବତା ଏକପାଦ ବିଭୂତି ଭିତରେ ରୋକିବାକୁ ଚେଷ୍ଟା କରନ୍ତି । ଦେବତାମାନେ ତାଙ୍କୁ ରୋକିବାକୁ ଚେଷ୍ଟା କରି କୌଣସି ନା କୌଣସି ପ୍ରାଣୀର ଯୋନିକୁ ପୁଣି ପଠାଇ ଦେବାକୁ ଚେଷ୍ଟା କରନ୍ତି । ତେବେ ଯଦି ସେ ଉପଯୁକ୍ତ ଭକ୍ତ ହୋଇଥିବ ତାହାହେଲେ ନିଶ୍ଚୟ ବୈକୁଣ୍ଠ ଧାମ ପ୍ରାପ୍ତି ହୁଅନ୍ତି । ଶେଷରେ ଦେବତାମାନେ ଏକପାଦ ବିଭୂତି ବାହାରେ ତ୍ରିପାଦ ବିଭୁତି ନିକଟରେ ଥିବା ବିରଜା ନଦୀର କୂଳରେ ଛାଡ଼ି ଦେଇ ଆସନ୍ତି । ଏକପାଦ ତ୍ରିପାଦ ବିଭୂତି ମଧ୍ୟରେ ଆମର ସାରା ବିଶ୍ୱ ବ୍ରହ୍ମାଣ୍ଡ ରହିଥିବା କୁହାଯାଏ । ଆଉ ଏହା ପରେ ବୈକୁଣ୍ଠ ଧାମ ଆରମ୍ଭ ହୁଏ ।

ଜୀବାତ୍ମା ବିରଜା ନଦୀ ପାଖରେ ପହଞ୍ଚିବା ପରେ ସେଥିରେ ସ୍ନାନ କରି ସେପାଖ କୂଳରେ ପହଞ୍ଚିବା ପରେ ବୈକୁଣ୍ଠଧାମର କର୍ମଚାରୀମାନେ ତାକୁ ନେଇ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଆନ୍ତି । ସେଠାରେ ସେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ତ୍ରିପାଦ ବିଭୂତି ଲୋକରେ ତାକୁ ସ୍ଥାନ ମିଳେ ବୋଲି କଥିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.