ଜାଣନ୍ତୁ ବୈକୁଣ୍ଠ ଧାମ କେଉଁଠି ଏବଂ କ’ଣ ରହିଛି ଏହାର ରହସ୍ଯ

ବୈକୁଣ୍ଠର ଶଦ୍ଦର ଅର୍ଥ ହେଉଛି, ଯେଉଁଠାରେ କୁଣ୍ଠା ନଥାଏ। କୁଣ୍ଠା ଅର୍ଥାତ ନିଷ୍କ୍ରିୟତା, ଅକର୍ମଣ୍ଯତା, ନିରାଶା, ହତାଶା, ଆଳସ୍ଯ ଏବଂ ଦରିଦ୍ରତା। ଏହାର ଅର୍ଥ ହେଉଛି ବୈକୁଣ୍ଠ ଧାମ ଏଭଳି ସ୍ଥାନ, ଯେଉଁଠାରେ କର୍ମହୀନତା ଏବଂ ନିଷ୍କ୍ରିୟତା ହୋଇନଥାଏ। କୁହାଯାଇଥାଏ ମୃତ୍ୟୁ ପରେ ପୁଣ୍ଯ କର୍ମ କରୁଥିବା ଲୋକ ସ୍ବର୍ଗ ଏବଂ ବୈକୁଣ୍ଠ ଯାଇଥାନ୍ତି। କିନ୍ତୁ ଏହି ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ। ତେବେ ଆଜି ଆମେ ଆପଣଙ୍କୁ କହିବୁ ବୈକୁଣ୍ଠ ଧାମ କେଉଁଠି ଏବଂ ଏହା କିପରି ହୋଇଥାଏ।

ବୈକୁଣ୍ଠ ଧାମ କେଉଁଠି?

Brahma-Vishnu-Shivaହିନ୍ଦୁ ଧର୍ମ ଅନୁସାରେ କୈଳାସ ପର୍ବତ ଉପରେ ମହାଦେବ , ବ୍ରହ୍ମଲୋକରେ ବ୍ରହ୍ମଦେବ ବିରାଜମାନ କରିଛନ୍ତି। ଠିକ୍ ସେହିଭଳି ଭଗବାନ ବିଷ୍ଣୁଙ୍କ ନିବାସ ବୈକୁଣ୍ଠରେ ବୋଲି କୁହାଯାଇଥାଏ। ବୈକୁଣ୍ଠ ଲୋକଙ୍କ ସ୍ଥିତି ତିନଟି ସ୍ଥାନରେ ବୋଲି ଉଲ୍ଲେଖ କରାଯାଇଛି। ସେଗୁଡିକୁ ହେୁଛି ଧରିତ୍ରୀ, ସମୁଦ୍ର ଏବଂ ସ୍ବର୍ଗ। ବୈକୁଣ୍ଠକୁ ବିଷ୍ଣୁ ଲୋକ ଏବଂ ବୈକୁଣ୍ଠ ସାଗର ମଧ୍ଯ କୁହାଯାଇଥାଏ। ଭଗବାନ ଶ୍ରୀକ୍ଷ୍ଣଙ୍କ ପରେ ଏହାକୁ ଗୋଲୋକ ମଧ୍ଯ କୁହାଯାଉଛି। କାରଣ ଭଗବାନ ଶ୍ରୀକୃଷ୍ଣ ଏବଂ ବିଷ୍ଣୁ ଜଣେ ହୋଇଥିବାରୁ ଶ୍ରୀକୃଷ୍ଣଙ୍କ ନିବାସ ସ୍ଥାନକୁ ମଧ୍ଯ ବୈକୁଣ୍ଠ କୁହାଯାଇଥାଏ।

ପ୍ରଥମ ବୈକୁଣ୍ଠ ଧାମ:

baikuntha dhamଧରିତ୍ରୀରେ ବଦ୍ରିନାଥ, ଜଗନ୍ନାଥ ଏବଂ ଦ୍ବାରିକାପୁରୀକୁ ମଧ୍ଯ ବୈକୁଣ୍ଠ ଧାମ କୁହାଯାଇଥାଏ। ଚାରି ଧାମ ମଧ୍ଯରୁ ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ପବିତ୍ର ତୀର୍ଥକ୍ଷେତ୍ର ହେଉଛି ବଦ୍ରିନାଥ। ବଦ୍ରିଦାଥ ବ୍ଯତୀତ ଦ୍ବାରିକା ଏବଂ ଜଗନ୍ନାଥ ଧାମକୁ ମଧ୍ଯ ବୈକୁଣ୍ଠ ଧାମ କୁହାଯାଇଥାଏ। କୁହାଯାଇଥାଏ ସତ୍ଯଯୁଗରେ ବଦ୍ରିନାଥ ଧାମର ସ୍ଥାପନା ନାରାୟଣ ହିଁ କରିଥିଲେ।

ଦ୍ବିତୀୟ ବୈକୁଣ୍ଠ ଧାମ:

bishnuଦ୍ବିତୀୟ ବୈକୁଣ୍ଠ ଧାମ ପୃଥିବୀ ବାହାରେ ଥିବା କୁହାଯାଇଥାଏ। ଏହାକୁ ବ୍ରହ୍ମାଣ୍ଡ ବାହାରେ ଏବଂ ତିନି ଲୋକ ଉପରେ ଥିବା କୁହାଯାଇଥାଏ। ଏହି ଧାମ ଦୃଶ୍ୟମାନ ହେଉଥିବା ପ୍ରକୃତି ଠାରୁ ୩ଗୁଣା ବଡ। ଏହାର ଦେଖାଶୁଣା ପାଇଁ ଭଗବାନଙ୍କ ୯୬ କୋଟି ଭକ୍ତ ନିଯୁକ୍ତ ରହିଛନ୍ତି। ଆମ ପ୍ରକୃତିରୁ ମୁକ୍ତି ହେଉଥିବା ପ୍ରତ୍ଯେକ ଜୀବାତ୍ମା ଏହି ପରମଧାମରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ସହ ପ୍ରବିଷ୍ଟ ହୋଇଥାନ୍ତି। ସେଠାରୁ ସେହି ଜୀବାତ୍ମା କେବେ ବି ପୁଣିଥରେ ଫେରିନଥାନ୍ତି। ଏଠାରେ ଭଗବାନ ଶ୍ରୀବିଷ୍ଣୁ ୪ ପାଟରାଣୀ ଶ୍ରୀଦେବୀ, ଭୂବେଦୀ, ନୀଳା ଏବଂ ମହାଲକ୍ଷ୍ମୀଙ୍କ ସହ ବାସ କରିଥାନ୍ତି।

ତୃତୀୟ ବୈକୁଣ୍ଠ ଧାମ:

Lord-Krishnaଭଗବାନ ଶ୍ରୀକୃଷ୍ଣ ଦ୍ବାରିକା ପରେ ଅନ୍ଯ ଏକ ନଗର ସ୍ଥାପନା କରିଥିଲେ, ଯାହାକୁ ବୈକୁଣ୍ଠ ଧାମ କୁହାଯାଉଥିଲା। କିଛି ଇତିହାସକାରଙ୍କ ମୁତାବିକ ଅରାବଳୀ ପାହାଡ ଶୃଙ୍ଖଳା ଉପରେ ଅନେକ ବୈକୁଣ୍ଠ ଧାମ ଅବସ୍ଥିତ। ଯେଉଁଠାରେ ମଣିଷ ନୁହେଁ ବରଂ ସାଧକମାନେ ମଧ୍ଯ ରହିଥାନ୍ତି। ଭାରତର ଭୌଗଳିକ ସଂରଚନାରେ ଅରାବଳୀ ପ୍ରାଚୀନତମ ପର୍ବତ। ଭୂ-ଶାସ୍ତ୍ର ଅନୁଯାୟୀ ଭାରତର ସବଠାରୁ ପ୍ରାଚୀନ ପର୍ବତ ଅରାବଳୀ ପର୍ବତ। ମାନ୍ଯତା ରହିଛି ଏଠାରେ ଶ୍ରୀକୃଷ୍ଣ ବୈକୁଣ୍ଠ ନଗର ସ୍ଥାପନା କରିଥିଲେ। ଏହି ପର୍ବତ ରାଜସ୍ଥାନର ଦକ୍ଷିଣ-ପଶ୍ଚିମ ଦିଗରୁ ଯାଇଥିବା ଐଶ୍ଯାନ କୋଣରୁ ପାଖାପାଖି ଦିଲ୍ଲୀ ପର୍ଯ୍ଯନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.