Categories: ସ୍ପେଶାଲ

-୪୦ ଡିଗ୍ରୀ ସେଲସିୟସରେ ମଧ୍ୟ ଥଣ୍ଡାକୁ ମାତ ଦେବ ଏହି ଜୋତା, ଜାଣନ୍ତୁ ଆଉ କଣ ରହିଛି ସ୍ବତନ୍ତ୍ରତା

ରକ୍ଷା ଅନୁସନ୍ଧାନ, ବିକାଶ ସଂଗଠନ ଏବଂ ଫୁଟୱେୟାର ଡିଜାଇନ ଏଣ୍ଡ ଡେଭଲପମେଣ୍ଟ (ଏଫଡିଡିଆଇ) ଏମିତି ଏକ ସ୍ବତନ୍ତ୍ର ବୁଟ୍ ତିଆରି କରିଛନ୍ତି, ଯେଉଁଥିରେ ୪୦ ଡିଗ୍ରୀ ତାପମାତ୍ରାକୁ ମଧ୍ୟ ସହଜରେ ମାତ ଦେଇପାରିବାର କ୍ଷମତା ରହିଛି। ଏହି ସ୍ନୋ ବୁଟ୍ ସ୍ବତନ୍ତ୍ର ଭାବରେ ଜବାନ ମାନଙ୍କ ପାଇଁ। ପୂର୍ବରୁ ଏହି ବୁଟକୁ ବିଦେଶରୁ ଅଣାଯାଉଥିଲା। କିନ୍ତୁ ଏବେ ଏହା ଆମ ଦେଶରେ ମିଳିଯିବାରୁ ଏହାର ମୂଲ୍ୟ ସାତ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ।

ନୋଏଡାର ଏଫଡିଡିଆଇ ଫିଜିକାଲ ଲ୍ୟାବର ଚିଫ ଟେକ୍ନୋଲୋଜିଷ୍ଟଙ୍କ କହିବାନୁଯାୟୀ ଏହି ଜୋତା ଦୁଇଟି ଅଲଗା ଅଲଗା ଜିନିଷର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି। ଏହାର ପ୍ରସ୍ତୁତି ସ୍ବତନ୍ତ୍ର ଭାବରେ କରାଯାଇଥିବାରୁ ଏହା -୪୦ ଡିଗ୍ରୀ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରିବ। ଏଥିରେ ଥିବା ସ୍ବତନ୍ତ୍ର ଆବରଣକୁ କଢ଼ାଯାଇପାରିବ। ଏହାକୁ କାଢ଼ି ସାଧାରଣ ଜୋତା ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।

ଏଫଡିଡିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ କହିବାନୁଯାୟୀ ଏହି ଜୋତାକୁ ମେକ୍ ଇନ ଇଣ୍ଡିଆ ପାଇଁ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଏହି ଜୋତାକୁ ବାହାରୁ ଅଣାଯାଉଥିବାରୁ ଏହା ବହୁତ ଦାମୀ ଥିଲା। ଏହାର ମୂଲ୍ୟ ଅଧିକ ଥିବା ସତ୍ତ୍ବେ ସରକାର ଜବାନଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏହାକୁ ବାହାରୁ ଆଣୁଥିଲେ।

କିନ୍ତୁ ଯଦି ନିଜ ଦେଶରେ ଏହାକୁ ପ୍ରସ୍ତୁତ କରିବା ତେବେ ଏଥିରେ ହେଉଥିବା ଖର୍ଚ୍ଚ ବହୁତ ମାତ୍ରାରେ କମ୍ କରାଯାଇପାରିବ। ଏହି ଜୋତା ବିଦେଶ ନିର୍ମିତ ଜୋତା ତୁଳନାରେ କମ୍ ଓଜନ, ଅଧିକ ସୁବିଧାଜନକ ଏବଂ ଅଧିକ ଆରାମଦାୟକ ରହିବ। ଏହାକୁ ପିନ୍ଧି ସହଜରେ ଜବାନ ମାନେ ଚାଲି ପାରିବେ। ଆକସ୍ମିକ ସ୍ଥିତିରେ ଚେନକୁ ଖୋଲି ଏହାକୁ ସହଜରେ କଢ଼ା ଯାଇପାରିବ।

ସିଆଚିନର ଉଚ୍ଚତା ୨୨୦୦୦ ଫୁଟ ଅଟେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୨୯,୦୦୦ ଫୁଟ ଅଟେ। ସିୟାଚିନର ସର୍ବନିମ୍ନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ କମ୍। ସେଠାରେ ଅମ୍ଳଜାନ କମ ରହିଛି ଯେଉଁ କାରଣରୁ ସୈନିକ ମାନଙ୍କର ସ୍ମରଣ ଶକ୍ତି ଦୁର୍ବଳ ହେବାର ସମ୍ଭାବନା ରହିଥାଏ। ଏହା ସହିତ କଥା କହିବାରେ ସମସ୍ୟା, ଫୁସଫୁସରେ ସଂକ୍ରମଣ ଏବଂ ଅତ୍ୟଧିକ ଚିନ୍ତାରେ ମଧ୍ୟ ପଡିପାରନ୍ତି। ବରଫରେ ଜବାନ ମାନଙ୍କୁ ବହୁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ସିୟାଚିନରେ ଥଣ୍ଡାର ତାପମାତ୍ରା ଶୂନରୁ ୫୦ ଡିଗ୍ରୀ ସେଲସିୟସ ପର‌୍ୟ୍ୟନ୍ତ ଖସି ଯାଇଥାଏ।

ଜାଣନ୍ତୁ କେଉଁଭଳି ଭାବେ ରହିଥାନ୍ତି ସିୟାଚିନର ଜବାନ ?

-ସିୟାଚିନରେ ନିୟୋଚିତ ଥିବା ସୈନିକ ମାନଙ୍କ କିଟରେ ୫୫ରୁ ୬୦ ପ୍ରକାର ଆଇଟମ୍ ରହିଥାଏ, ଯେଉଁଥିରେ ବିଶେଷ ପୋଷାକ,ସ୍ଲିପିଙ୍ଗ୍ ବ୍ୟାଗ୍ ଏବଂ କିଛି ସ୍ବତନ୍ତ୍ର ଖାଦ୍ୟ ସାମିଲ ରହିଛି।

-ସୈନିକ ମାନେ ଜଣକ ପରେ ଜଣେ ଧାଡି ହୋଇ ଯାଇଥାନ୍ତି ଏବଂ ଗୋଟିଏ ରଶିରେ ସମସ୍ତଙ୍କ କମର ବନ୍ଧା ହୋଇଥାଏ, କାରଣ ବରଫ ଧସିବାର ପରିସ୍ଥିତି କମ ରହିଥାଏ।

ଏହା ସହ ପଢ଼ନ୍ତୁ : ମନୁଷ୍ୟକୁ ପୁନଃ ଜୀବତ କରିବାର ଆଶା ଦେଉଥିବା ବୈଜ୍ଞାନିକଙ୍କ ମସ୍ତିଷ୍କ ଫ୍ରିଜରେ, ଯାହାକୁ କରାଯିବ ଭବିଷ୍ୟରେ ବ୍ୟବହାର

-ବରଫ ତୁଫାନରୁ ରକ୍ଷା ପାଇଁବା ଜବାନ ମାନେ ଯେଉଁ କୋର୍ଟ ପିନ୍ଧିଥାନ୍ତି ସେହି କୋର୍ଟକୁ ‘ସ୍ନୋ କୋଟ’ କୁହାଯାଏ।

-ସେଠାରେ ଟେଣ୍ଟକୁ ଗରମ ରଖିବା ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଅଙ୍ଗାରର ବ୍ୟବହାର କରାଯାଇଥାଏ, ଯାହାକୁ ସ୍ଥାନୀୟ ଭାଷାରେ ବୁଖାରୀ କହନ୍ତି।

-ଏଥିରେ ଲୁହାର ଏକ ସିଲିଣ୍ଡରରେ କେରୋସିନ ତେଲ ଢ଼ାଳି ତାହାକୁ ଜଳାଇଥାନ୍ତି, ଏପରି କରିବା ଦ୍ବାରା ସେହି ସିଲିଣ୍ଡର ଗରମ ହୋଇ ପୂରାପୂରୀ ଲାଲ ହୋଇଯାଏ ଏବଂ ଟେଣ୍ଟ ମଧ୍ୟ ଗରମ ରହିଥାଏ।

-ଜବାନ ମାନେ କାଠା ଚୌକି ଉପରେ ସ୍ଲିପିଙ୍ଗ ବ୍ୟାଗରେ ଶୋଇଥାନ୍ତି। ଏମିତିରେ ଅମ୍ଳଜାନ କମ୍ ହେବା କାରଣରୁ ବେଳେବେଳେ ସୈନିକ ମାନଙ୍କର ଶୋଇଥିବା ଅବସ୍ତାରେ ହିଁ ଜୀବନ ଚାଲି ଯାଇଥାଏ।

-ଗାଧୋଇବା ସହିତ ସୈନିକ ମାନଙ୍କୁ ଦାଢ଼ି କାଟିବାକୁ ମଧ୍ୟ ମନା କରାଯାଇଥାଏ, କାରଣ ସେଠାରେ ଚର୍ମ ବହୁତ ନରମ ହୋଇଯାଇଥାଏ। ଦାଢ଼ି କାଟିବା କାରଣରୁ କଟିଯିବାରେ ଭୟ ରହିଥାଏ ଏବଂ ଯଦି ଥରେ ଚର୍ମ କଟିଗଲା ତେବେ ତାହା ଶୁଖିବା ପାଇଁ ବହୁତ ସମୟ ଲାଗିଥାଏ।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

29 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

38 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

50 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

57 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

59 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago