ସ୍ପେଶାଲ

କରୋନା ସ୍ଥିତି ସମ୍ପର୍କରେ ପ୍ରତିଦିନ ଅପଡେଟ୍ ଦେଉଥିବା ସୁବ୍ରତ ବାଗଚି କିଏ? ଜାଣନ୍ତୁ ତାଙ୍କ ବିଷୟରେ…

ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ, ହେଲେ ଅଭିଳାଷ ଥିଲା ଉଚ୍ଚ। ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ମନୋବଳ ତାଙ୍କୁ ଆଗକୁ ଯିବାର ବାଟ ଦେଖାଇଥିଲା। ବାପା ମା’ଙ୍କ ପାଇଁ ସ୍ୱପ୍ନର ଘର ତୋଳୁ ତୋଳୁ ସେ ଅନେକଙ୍କ ପାଇଁ ଉଦାହରଣ ପାଲଟି ଯାଇଥିଲେ। ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଅନେକ ଯୁବକଙ୍କୁ ବାଟ ଦେଖାଇ ଚର୍ଚ୍ଚାକୁ ଆସିଥିଲେ। କରୋନା ଭଳି ଗମ୍ଭୀର ସ୍ଥିତିରେ ବି ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଲୋକେ ଆଜି ଖାସ୍ ତାଙ୍କୁ ଦେଖିବାକୁ, ତାଙ୍କ କଥା ଶୁଣିବାକୁ ସନ୍ଧ୍ୟା ସାଢ଼େ ୪ଟାରେ ସବୁ କାମ ଛାଡ଼ି ଟିଭି ସାମ୍ନାରେ ଆସି ବସୁଛନ୍ତି। ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ମାଇଣ୍ଡ ଟ୍ରି ସଂସ୍ଥାର ମୁଖ୍ୟ ସୁବ୍ରତ ବାଗଚି।

ଓଡ଼ିଶା ସରକାରଙ୍କ କରୋନା ମହାମାରୀ ମୁଖପାତ୍ର ସୁବ୍ରତ ବାଗଚି ଆଜି ଘରେ ଘରେ ପରିଚିତ। କରୋନା ବିଷୟରେ ଲୋକଙ୍କୁ ବୁଝାଇବା ତଥା ସଚେତନ କରିବା ପାଇଁ ସରକାରଙ୍କ ତରଫରୁ ତାଙ୍କୁ ନିଯୁକ୍ତ କରାଯାଇଛି। କରୋନାର ବର୍ତ୍ତମାନ ସ୍ଥିତିକୁ ସମୀକ୍ଷା କରି ଲୋକଙ୍କ ସାମ୍ନାରେ ତଥ୍ୟ ଉପସ୍ଥାପନ କରିବା ଭଳି ଏକ ଗୁରୁଦାୟିତ୍ୱ ସରକାର ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ସୁବ୍ରତ ବାଗଚି, କ’ଣ ତାଙ୍କ ପରିଚୟ…

କରୋନା ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ମୁଖପାତ୍ର ସାଜିଥିବା ସୁବ୍ରତ ବାଗଚି ୧୯୫୭ ମସିହା ମେ ୩୧ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ନାଁ ମାଖନ ଗୋପାଳ ବାଗଚି ଓ ମା’ଙ୍କ ନାଁ ହେଉଛି ଲାବଣ୍ୟପ୍ରଭା ବାଗଚି। ସୁବ୍ରତ ବାଗଚିଙ୍କର ମୋଟ ୫ ଭାଇ ଭଉଣୀ। ତାଙ୍କ ବାପା ଜଣେ ସରକାରୀ ଚାକିରିଆ ଥିଲେ। ବାପାଙ୍କ ଚାକିରି ଯୋଗୁ ସୁବ୍ରତଙ୍କ ପିଲାଦିନ ଓଡ଼ିଶାର ବିଭିନ୍ନ ଉପାନ୍ତ ଅଞ୍ଚଳରେ କଟିଛି। ପିଲାଟି ଦିନୁ ସୁବ୍ରତ ଅନୁଶାସନ ମଧ୍ୟରେ ବଢ଼ିଛନ୍ତି। ସେ ବାପା ଓ ମା’ଙ୍କ ଠାରୁ ଜୀବନକୁ ଜୀଇଁବା ଢଙ୍ଗ ଶିଖିଛନ୍ତି ବୋଲି ନିଜ ପୁସ୍ତକ “ଗୋ କିସ୍ ଦ ୱାର୍ଲଡ଼” ରେ ଲେଖିଛନ୍ତି।

ସ୍କୁଲ ଶିକ୍ଷା ଶେଷ କରିବା ପରେ ସୁବ୍ରତ ଉତ୍କଳ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୭୪ ମସିହାରେ ଭାରତୀୟ ସେନାବାହିନୀର ପାରାଚ୍ୟୁଟ ରେଜିମେଣ୍ଟ ଅଧୀନରେ ଟ୍ରେନିଂ ନେଇ ସେ “ପାରା ଉଇଙ୍ଗସ” ଲାଭ କରିଥିଲେ। ୧୯୭୫ ମସିହାରେ ଗଣତନ୍ତ୍ର ଦିବସ ପରେଡ଼ରେ ସୁବ୍ରତଙ୍କୁ ଶ୍ରେଷ୍ଠ ଏନସିସି ଭାବେ ଚୟନ କରାଯାଇ ପ୍ରଧାନମନ୍ତ୍ରୀ ଟ୍ରଫିରେ ସମ୍ମାନିତ କରାଯାଇଥିଲା।

ଶିକ୍ଷା ଶେଷ କରିବା ପରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗରେ ଜଣେ କିରାଣୀ ଭାବେ ୧୯୭୬ ମସିହାରେ ସୁବ୍ରତ ବାଗଚି ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। କିନ୍ତୁ ବଡ଼ କିଛି କରି ଦେଖାଇବାର ଇଚ୍ଛା ଯୋଗୁ ସେ ଏହି ଚାକିରି ଛାଡ଼ି ଡିସିଏମ୍ କମ୍ପାନୀରେ ଜଣେ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ। ସେଠାରେ ୫ ବର୍ଷ କାମ କରିବା ପରେ ବିଭିନ୍ନ କମ୍ପ୍ୟୁଟର ସଂସ୍ଥାରେ କାମ କରିଥିଲେ। ଉଇପ୍ରୋରେ ସେ ସର୍ବାଧିକ ୫ ବର୍ଷ ଅନୁସନ୍ଧାନ ଓ ବିକାଶ ବିଭାଗର ମୁଖ୍ୟ ଏବଂ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ସେ ଚାକିରି ଛାଡି ୧୯୯୯ ମସିହାରେ ନିଜର କମ୍ପାନୀ “ମାଇଣ୍ଡଟ୍ରି” ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ଏହି କମ୍ପାନୀରେ ୧୬,୦୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

ତେବେ ସୁବ୍ରତ ବାଗଚି ଜଣେ ବଡ଼ ବ୍ୟବସାୟୀ ହେବା ସହ ଜଣେ ଭଲ ପ୍ରବକ୍ତା ଓ ଲେଖକ ମଧ୍ୟ। ସେ ପିଲାମାନଙ୍କୁ ମୋଟିଭେସନାଲ ସ୍ପିଚ ଦେଇଥାନ୍ତି। ସୁବ୍ରତଙ୍କର ଏହି କଳାକୁ ଦେଖି ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଥିଲେ। ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଶ୍ରୀ ବାଗଚି ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟି ବା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଚେୟାରମ୍ୟାନ୍‌ ଭାବେ ଦାୟିତ୍ୱ ନେଇଥିଲେ । ମାତ୍ର ଏହି ପଦ ପାଇଁ ସୁବ୍ରତ ମାସିକ ଦରମା ମାତ୍ର ୧ ଟଙ୍କା ନେଇଥିଲେ। ତେବେ ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ମାତ୍ର ଏବେ ପୁଣି ଥରେ କରୋନା ମହାମାରୀ ସମୟରେ ସେ ଓଡ଼ିଶା ସରକାରଙ୍କ ସେନାପତି ସାଜି କୋଭିଡ-୧୯ ର ମୁକାବିଲା କରିବାକୁ ଆଗେଇ ଆସିଛନ୍ତି।

ସୁବ୍ରତ ବାଗଚି ନିଜ ଲିଖିତ ପୁସ୍ତକରେ ଜୀବନକୁ ଭିନ୍ନ ଢଙ୍ଗରେ ବୁଝାଇଛନ୍ତି। ତାଙ୍କ ପୁସ୍ତକ ଗୋ କିସ ଦ ୱାର୍ଲଡ଼ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମାଜକୁ ଭଲ ପାଇବାକୁ ସୁବ୍ରତ ସବୁ ବେଳେ କହି ଆସୁଛନ୍ତି। ତାଙ୍କ ଲିଖିତ ଅନ୍ୟ ପୁସ୍ତକ ମଧ୍ୟରେ ହାଇ ପରଫର୍ମାନ୍ସ ଏଣ୍ଟରପ୍ରିନ୍ୟୁର, ଦ ପ୍ରଫେସନାଲ, ଏମବିଏ ଆଟ ୧୬, ଦ କ୍ୟାପଟେନସିପ: ଫାଷ୍ଟ ଗେନ୍ ଏଣ୍ଟରପ୍ରିନ୍ୟୁର, ଦ ଏଲିଫ୍ୟାଣ୍ଟ କ୍ୟାଚର, ସେଲ ଆଦି ଅନ୍ୟତମ।

ବାପା ମା ଶିଖାଇଥିବା ନୈତିକତା ତାଙ୍କର ପୁଞ୍ଜି ବୋଲି ସେ କୁହନ୍ତି । ସୁବିଧା ବାଟ ନୁହେଁ, ଉଚିତ ବାଟ ଦେଇ ଆଗକୁ ବଢ଼ିବା ସେ ଶିଖିଛନ୍ତି । ତାଙ୍କୁ ‘ମାଇଣ୍ଡ ଟ୍ରି’ ବିକ୍ରି କରି ଦେବାକୁ ବିପୁଳ ପରିମାଣର ଅର୍ଥ ପ୍ରସ୍ତାବ ଦିଆଯାଇଥିଲା । ହେଲେ ସେ ତାକୁ ଆଡ଼େଇ ଦେଇଥିଲେ ।
ଜଣେ ସୁବକ୍ତା ଭାବେ ବେଶ୍‌ ପରିଚିତ ବାଗଚି । ତାଙ୍କ ବକ୍ତବ୍ୟ ଶୁଣିବାକୁ ଯେତିକି ଭଲ ଲାଗେ ସେତିକି ପ୍ରେରଣା ମଧ୍ୟ ଦିଏ ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago